Bang

ଅଶାନ୍ତ ବାଂଲାଦେଶ: ଜାଳି ଦେଲେ ହିନ୍ଦୁଙ୍କ ଘର

ନୂଆଦିଲ୍ଲୀ:ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ପରଠାରୁ ଦେଶ ଅଶାନ୍ତ ହୋଇପଡ଼ିଛି। ଏହି ସମୟରେ, ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ  ପିଟି ପିଟି ହତ୍ୟା କରଯାଇଥିଲା। ତା’ପରେ ଅମୃତ ମଣ୍ଡଳଙ୍କ ମାମଲା ଆସିଥିଲା ।  ଏହା ପରେ, ଆଉ ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଆଉ ଏକ ହିନ୍ଦୁ ପରିବାରର ଘରକୁ ନିଆଁ ଲଗାଇ ଦିଆଯାଇଛି। ସ୍ଥାନୀୟ […]

Read More Text.
1573657162supreme court of india 1068x634 1 300x178

କୁଳଦୀପ ସେନଗରଙ୍କୁ ଶକ୍ତ ଝଟ୍‌କା: ଜାମିନ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଲଦୀପ ସିଂହ ସେନଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତା ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ସେନଗରଙ୍କୁ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି […]

Read More Text.
Dead

ବାପା ଆଇଫୋନ୍ ନ ଦେବାରୁ ଜୀବନ ହାରିଲା ଝିଅ

ଉତ୍ତରପ୍ରଦେଶ : ଆଇଫୋନ୍ ପାଇଁ ଜୀବନ ହାରିଲା ୧୮ ବର୍ଷୀୟ ଝିଅ । ଯାହା ଫଳରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ମଧ୍ୟ ଖେଳିଯାଇଛି । ଏପରି ଘଟଣା ଉତ୍ତରପ୍ରଦେଶର ଡାକୋର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୋଟିଏ ୧୮ ବର୍ଷୀୟ ଝିଅ ଯିଏ କି ଆଇଫୋନ୍ କିଣିବାକୁ ଜିଦ୍ ଧରିଥିଲା । ଏବେ ଟଙ୍କା ନାହିଁ ବୋଲି ଝିଅର ବାପା କହିଥିଲେ । […]

Read More Text.

ଜାନୁଆରୀ ୫ ଯାଏଁ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ ମନା !

ମଥୁରା : ନୂଆବର୍ଷ ପାଇଁ ଶ୍ରୀବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି କି, ପାଶ୍ଚାତ୍ୟ ନବବର୍ଷ ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶାନାର୍ଥୀଙ୍କ ଭିଡ଼କୁ ଦେଖି ଜାନୁଆରୀ ୫ ଯାଏଁ ବୃନ୍ଦାବନ ଆସିବାକୁ ବାରଣ କରାଯାଇଛି । ମନ୍ଦିର ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜ ବୃନ୍ଦାବନର ପ୍ରବନ୍ଧକ ଅବଗତ କରାଇଛନ୍ତି କି, ମନ୍ଦିରରେ ନବବର୍ଷ ଅବସରରେ ଶ୍ରଦ୍ଧାଳୁଙ୍କ […]

Read More Text.
Aravalli 1 e1767023423266 300x261

ଆରାବଳୀ ମାମଲା: ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ବହୁ ଚର୍ଚ୍ଚିତ ଆରାବଳୀ ଖଣି ଖନନ ମାମଲାରେ କୋର୍ଟ ପୂର୍ବରୁ ଦେଇଥିବା ରାୟରେ ସ୍ଥଗିତାଦେଶ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୋମବାର ବହୁ ଚର୍ଚ୍ଚିତ ଆରାବଳୀ ମାମଲାର ଶୁଣାଣି ହୋଇଥିଲା । ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଅନେକ ପରିବେଶବିତ ରାୟକୁ ବିରୋଧ […]

Read More Text.
New jersey

ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା, ଜଣେ ମୃତ

ଆମେରିକା : ଆମେରିକାର ନ୍ୟୁ ଜର୍ସିରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହେବା ଫଳରେ ଖଣ୍ଡ ଖଣ୍ଡ ହୋଇଯାଇଛି । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରିପୋର୍ଟ ଅନୁଯାୟୀ, ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହୋଇଥିଲା । ହାମଣ୍ଟନ୍ ପୋଲିସ ମୁଖ୍ୟ କହିଛନ୍ତି ଯେ, ଉଦ୍ଧାରକାରୀ ଦଳକୁ ସକାଳ […]

Read More Text.
Screenshot 2025 12 28 152020

ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭାରତ ଫେରାର’: ବାଂଲାଦେଶ ପୋଲିସ

ଢାକା : ବାଂଲାଦେଶ ଢାକାରେ ଛାତ୍ରନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ଖସି ଆସିଥିବା ଢାକା ମେଟ୍ରୋପଲିଟନ ପୋଲିସ ଦାବି କରିଛି । ପୋଲିସ କହିଛି କି, ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ ଭାରତୀୟ ଅଧିକାରୀ ଗିରଫ କରିନେଇଛନ୍ତି । ବାଂଲାଦେଶ ସରକାର ଭାରତରୁ ଅଭିଯୁକ୍ତଙ୍କୁ ଗିରଫ ଏବଂ ପ୍ରତ୍ୟାର୍ପଣ ପାଇଁ କଥାବାର୍ତ୍ତା କରୁଛନ୍ତି । ଖବର ମୁତାବକ, ଡିଏମପି ମିଡିଆ ସେଣ୍ଟରରେ ଏକ ପ୍ରେସ ବ୍ରିଫିଂକୁ ସମ୍ବୋଧିକ […]

Read More Text.
Pm modi 1

‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ। ଆଜି ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଛନ୍ତି ମୋଦୀ। ପାର୍ବତୀ ଗିରିଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମହାନ୍ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପାର୍ବତୀ ଗିରି’। ୧୬ ବର୍ଷରେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଦେଶ ପାଇଁ ପାର୍ବତୀ ଗିରି ହେଉଛନ୍ତି ପ୍ରେରଣାର ଉତ୍ସ। […]

Read More Text.
Trump 3

ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଟ୍ରମ୍ପ; ଆମେରିକାର ୭୧୭ କମ୍ପାନୀ ଦେବାଳିଆ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଟାରିଫ ଲାଗୁ କରି ସେ ଠିକ୍ କରିଛନ୍ତି ବୋଲି ଦାବି କରିଆସୁଛନ୍ତି। ଏହାଦ୍ବାରା ଆମେରିକାକୁ ବହୁ ମାତ୍ରାରେ ରାଜସ୍ବ ମିଳୁଛି ବୋଲି ଟ୍ରମ୍ପ କହୁଛନ୍ତି। କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଗଲାଣି। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀଗୁଡ଼ିକ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଲେଣି। ୨୦୨୫ରେ ଦେଶର ୭୧୭ କମ୍ପାନୀ […]

Read More Text.
Bihar 1

ଲାଇନଚ୍ୟୁତ ହୋଇ ନଦୀକୁ ଖସିଲା ମାଲଗାଡ଼ି ଟ୍ରେନର ଅନେକ ବଗି

ନୂଆଦିଲ୍ଲୀ: ବିହାରର ଜମୁଇ ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ଟେଲୱା ବଜାର ରେଲଓ୍ବେ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଛି । ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ କିଛି ନଦୀ ତଳକୁ ଖସିଯାଇଛି । ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଖବର ପାଇବା ପରେ ରେଲୱେର ବରିଷ୍ଠ ଅଧିକାରୀ, ଇଂଜିନିୟରିଂ ବିଭାଗ ଏବଂ […]

Read More Text.