Chandrachuda 750x430

ସରକାରୀ ବାସଭବନ ଛାଡୁନାହାନ୍ତି ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼, ସରକାରଙ୍କୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ

ନୂଆଦିଲ୍ଲୀ,୬ା୭: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ ରହିବା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ବାସଭବନ ଖାଲି କରିବାକୁ ଅନୁରୋଧ କରିଛି। ଚିଠିରେ କୁହାଯାଇଛି ଯେ, ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ। ଚନ୍ଦ୍ରଚୂଡ଼ ୨ ବର୍ଷ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବା ପରେ […]

Read More Text.
152230877

ସେନା ଡାକ୍ତରଙ୍କ ଅବିଶ୍ୱସନୀୟ ସାହାଯ୍ୟ: ହେୟାର କ୍ଲିପ୍, ପକେଟ୍ ଛୁରୀରେ ରେଳ ପ୍ଲାଟଫର୍ମରେ ହେଲା ଶିଶୁକନ୍ୟାର ଜନ୍ମ

ଝାନ୍ସୀ,୬ା୭: ଝାନ୍ସୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ଅବିଶ୍ୱସନୀୟ ଘଟଣାରେ ଜଣେ ଯୁବ ସେନା ଡାକ୍ତର ହେୟାର କ୍ଲିପ୍ ଓ ପକେଟ୍ ଛୁରୀ ବ୍ୟବହାର କରି ଜଣେ ଗର୍ଭବତୀ ମହିଳାଙ୍କର ଶିଶୁକନ୍ୟାର ଜନ୍ମ ସଫଳତାର ସହ ସମ୍ପନ୍ନ କରାଇଛନ୍ତି। ଏହି ଘଟଣା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନବଜାତକ ଓ ତାଙ୍କ ମାତାଙ୍କ ଜୀବନ ରକ୍ଷା ପାଇଁ ଏହା ଏକ ଅନୁପ୍ରେରଣାଦାୟୀ ଉଦାହରଣ ହୋଇଛି। ନର୍ଥ ସେନ୍ଟ୍ରାଲ ରେଳବାଇର ଝାନ୍ସୀ ଡିଭିଜନର ଜନସମ୍ପର୍କ ଅଧିକାରୀ ମନୋଜ କୁମାର […]

Read More Text.
Ypqzmalskdjfhgtu 2025 07 06 07 23 23 (1)

ପହଲଗାମ ଆକ୍ରମଣ ନେଇ ବିଷ ଉଗାଳିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପହଲଗାମ ଆକ୍ରମଣକୁ ନେଇ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ଉତ୍ତେଜନା ଏବଂ ଶତ୍ରୁତାପୂର୍ଣ୍ଣ ମନୋଭାବ ବଢ଼ାଉଛି ଏବଂ ଆଞ୍ଚଳିକ ଶାନ୍ତିକୁ  ନଷ୍ଟ କରିବା ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବ୍ୟବହାର କରୁଛି। ଅଜରବୈଜାନରେ ଅର୍ଗାନାଇଜେସନ୍ ଅଫ୍ ଇକୋନୋମିକ କୋଅପରେସନ୍ (ଇସିଓ) ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ସରିଫ୍ ଆତଙ୍କବାଦୀ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ସହ ଭାରତ ଉପରେ […]

Read More Text.

ଭୂକମ୍ପରେ ଥରିଲା ନେପାଳ, ଝଟକା ଲାଗିବା ପରେ ଭୟରେ ଘରୁ ବାହାରି ଆସିଲେ ଲୋକେ

କାଠମାଣ୍ଡୁ: ଭୂମିକମ୍ପରେ ଥରିଲା ନେପାଳ । ସକାଳେ ସକାଳେ ନେପାଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ବେଳେ ଆଜି ଭାରତୀୟ ସମୟ ସକାଳ ୮ଟା ୨୧ରେ ଏହି ଭୂକମ୍ପର ଝଟକା ନେପାଳକୁ ଲାଗିଛି । ଭୂକମ୍ପରେ କ୍ଷୟକ୍ଷତି ଏଯାଏଁ ଜଣା ପଡିନି । ତେବେ ଏହା ପୂର୍ବରୁ ଜୁନ ୨୯ରେ ବି ନେପାଳକୁ ଭୂକମ୍ପର ଝଟକା ଲାଗିଥିଲା । ବର୍ତ୍ତବାନର ଭୂକମ୍ପ ଠାରୁ ପୂର୍ବର ଭୂକମ୍ପ ଅଧିକ ଥିଲା । […]

Read More Text.
2 171 1751720338835

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ତ୍ରିନିଦାଦ ଓ ଟୋବେଗୋର ସମର୍ଥନ

ନୂଆଦିଲ୍ଲୀ ୫।୭: ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଉ ଏକ ଦେଶର ସମର୍ଥନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ମଧ୍ୟରେ ତ୍ରିନିଦାଦା ଓ ଟୋବେଗୋ ଏହି ସମର୍ଥନ ଘୋଷଣା କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସମକକ୍ଷ କମଲା ପ୍ରସାଦ ବିସେସରଙ୍କ ମଧ୍ୟରେ ବାର୍ତ୍ତା ହୋଇଥିଲା। ଏଥିରେ ଭାରତ ସହିତ ତ୍ରିନିଦାଦ ଓ ଟୋବେଗୋ ୬ଟି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। ଏ ନେଇ ଶନିବାର ଜାରି ମିଳିତ ବୟାନରେ କୁହାଯାଇଛି […]

Read More Text.
2 195 1751715343422

ଗେଟ୍‌ରେ ଅପେକ୍ଷା କରିଥିଲା ସୁଟର , ୬ ସେକେଣ୍ଡରେ ହତ୍ୟା ; ସାମ୍ନାକୁ ଆସିଲା ଗୋପାଳ ଖେମକା ମର୍ଡରର ସିସିଟିଭି ଭିଡ଼ିଓ

ପାଟନା : ବିହାରର ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତି ଗୋପାଳ ଖେମକାଙ୍କର ପାଟନାରେ (ଗାନ୍ଧୀ ମୈଦାନ ଥାନା ଠାରୁ, ପାଖାପାଖି ୫୦୦ ମିଟର ଦୂରତାରେ )ନିଜର ହିଁ ଆପାର୍ଟମେଣ୍ଟ ସାମ୍ନାରେ ହତ୍ୟା ହୋଇଥିଲା। ଏବେ ଏହାର ଏକ ସିସିଟିଭି ଭିଡ଼ିଓ ଆସିଛି ସାମ୍ନାକୁ। ଭିଡ଼ିଓରେ ଏକୁଟିଆ ସୁଟର ଆପାର୍ଟମେଣ୍ଟର ଗେଟ୍‌ ବାହାରେ ତାଙ୍କର ଆସିବାକୁ ଅପେକ୍ଷା କରୁଥିବାର ଦେଖିବାକୁ ମିଳୁଛି। ହେଲମେଟ୍‌ ପିନ୍ଧିଥିବା ହତ୍ୟାକାରୀ ରାତି ୧୧.୩୮ସମୟରେ ଖେମକାଙ୍କୁ ୬ ସେକେଣ୍ଟରେ ଗୁଳି ମାରିବା ପରେ ଏକ […]

Read More Text.
Dalailama

ଅବଲୋକିତେଶ୍ୱରଙ୍କ ଆଶିର୍ବାଦ, ମୁଁ ଆଉ ୩୦-୪୦ ବର୍ଷ ବଞ୍ଚିବି: ଦଲାଇ ଲାମା

ମ୍ୟାକଲୋଡଗଞ୍ଜ ୫।୭: ଉତ୍ତରାଧିକାରୀ ଘୋଷଣାକୁ ନେଇ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଦଲାଇଲାମା। ଶନିବାର ସେ କହିଛନ୍ତି ଯେ ‘ମୋତେ ଲାଗୁଛି ଲୋକଙ୍କ ସେବା ନିମନ୍ତେ ମୁଁ ଆଉ ୩୦-୪୦ବର୍ଷ ଜୀବିତ ରହିବି’। ମ୍ୟାକଲୋଡଗଞ୍ଜରେ ମୁଖ୍ୟ ଦଲାଇଲାମା ମନ୍ଦିର ତସୁଗଲାଗଖାଂଗରେ ରବିବାର ଜନ୍ମଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ପୂର୍ବରୁ ଅନୁଷ୍ଠିତ ଦୀର୍ଘାୟୁ ପ୍ରାର୍ଥନା ସଭାରେ ତେନଜିନ ଗ୍ୟାତସୋ କହିଛନ୍ତି ଯେ ମୋତେ ସ୍ପଷ୍ଟ ସଂକେତ ମିଳୁଛି ଅବଲୋକିତେଶ୍ୱରଙ୍କ ଆଶିର୍ବାଦ ମୋ ସହିତ ରହିଛି। ତୀବ୍ବତ ଆଧ୍ୟାତ୍ମିକ ନେତା […]

Read More Text.
2 180 1751714727374

ପହଲଗାମ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ହେଲେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ଏହାକୁ ବ୍ୟବହାର କରୁଛି: ପାକିସ୍ତାନ

ନୂଆଦିଲ୍ଲୀ: ଦୁର୍ଭାଗ୍ୟପୂର୍ଣ୍ଣ ପହଲଗାମ ଆକ୍ରମଣକୁ ନେଇ ଭାରତ ଦେଶର ଉକ୍‌ସାଇବା ଭଳି ସ୍ଥିତି ସୃଷ୍ଟି କରି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିବା ଆଜରବାଇଜାନରେ ଆର୍ଥିକ ସହଯୋଗ ସଂଗଠନ (ECO) ସମ୍ମିଳନୀରେ ଭାଷଣ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏଭଳି ଅଭିଯୋଗ ଆଣିଛନ୍ତି। ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ଦ୍ଦୋଷ ଲୋକଙ୍କ ଉପର ହୋଇଥିବା ବର୍ବରତାକୁ ସେ […]

Read More Text.
Odia youth kidnapped

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲା। ଏହି ସମୟରେ ତିନି ଜଣ […]

Read More Text.
Trump tarrif hike 750x430

୧୨ଟି ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ଘୋଷଣା ପତ୍ରରେ ସମ୍ପୃକ୍ତ ଦେଶଗୁଡିକ ଆମେରିକାକୁ ରପ୍ତାନି କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି। ସେହି ପ୍ରସ୍ତାବଗୁଡ଼ିକୁ ଆସନ୍ତା ସୋମବାର ଦିନ ସଂପୃକ୍ତ ଦେଶଗୁଡିକୁ ପଠାଯିବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ, ଟ୍ରମ୍ପ କହିଛନ୍ତି ଯେ ଚିଠିଗୁଡ଼ିକରେ ବିଭିନ୍ନ ଶୁଳ୍କ ହାର ଏବଂ ପରିମାଣ ଅନ୍ତର୍ଭୁକ୍ତ। ସେ […]

Read More Text.