Tahawwur hussain rana ani 1751877680870 1751877691373

ପାକିସ୍ତାନର ପୋଲ୍ ଖୋଲିଲେ ତହୱୁର ରାଣା

ନୂଆଦିଲ୍ଲୀ,୭।୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣା ପାକିସ୍ତାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ତହୱୁର କହିଛନ୍ତି ଯେ ସେ ପାକିସ୍ତାନୀ ସେନାର ସବୁଠାରୁ ବିଶ୍ୱସ୍ତ ଏଜେଣ୍ଟ ଥିଲେ। ସେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିବା ମଧ୍ୟ ସ୍ବୀକାର କରିଛନ୍ତି। ତହୱୁର ବର୍ତ୍ତମାନ NIA ର ହେପାଜତରେ ଅଛନ୍ତି ଏବଂ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରୁଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, […]

Read More Text.
Himachalbank 1751881728984 v

ବାଦଲଫଟା ବର୍ଷାରେ ଭାସିଗଲା ବ୍ୟାଙ୍କ ଲକର

ମଣ୍ଡି: ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହେତୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଏହାର ସର୍ବାଧିକ ପ୍ରଭାବ ମଣ୍ଡିରେ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିରେ ଏଯାବତ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୫ଜଣ ଆହତ ହୋଇଛନ୍ତି। ବନ୍ୟା ଜଳରେ ୩୭ ଜଣ କେଉଁଆଡେ ନିଖୋଜ ହୋଇଛନ୍ତି। ଏପରି ପରିସ୍ଥିତିରେ ଏନଡିଆରଏଫ ଦଳ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି। ମଣ୍ଡିରେ ଘଟିଥିବା କ୍ଷୟକ୍ଷତିର […]

Read More Text.
Dalailama

ଦଲାଇ ଲାମାଙ୍କୁ ମିଳିବ ଭାରତ ରତ୍ନ ! ପ୍ରସ୍ତାବରେ ସ୍ବାକ୍ଷର କଲେ ୮୦ ସାଂସଦ

ନୂଆଦିଲ୍ଲୀ: ତିବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ଚର୍ଚ୍ଚାର କାରଣ ହେଉଛି ତାଙ୍କର ୯୦ ତମ ଜନ୍ମଦିନ ପାଳନ ଓ ଏହି ଅବସରରେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଉତ୍ତରାଧିକାରୀ ବଛା ହେବା ନେଇ ଦଲାଇଲାମାଙ୍କ ଘୋଷଣା ପରେ ଚୀନ୍‌ ଭୀଷଣ କ୍ଷୁବଧ ହୋଇଛି। କେବଳ ଏତିକି ନୁହେଁ, ଭାରତକୁ ମଧ୍ୟ ଚେତାବନୀ ଶୁଣାଇଛି। ଏବେ ଭାରତର ଆଉ ଏକ ପଦକ୍ଷେପ ଚୀନକୁ ଆହୁରି ଚିଡ଼େଇବାର ସମ୍ଭାବନା […]

Read More Text.
Z

ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା

ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି ଘଟଣା ଘଟିଛି। ଘଟଣା ଅନୁସାରେ, ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ନିଜ ମଧ୍ୟରେ ଝଗଡ଼ା କରୁଥିବା ବେଳେ ଅନ୍ୟ ଜଣେ ଛାତ୍ର ଏହାର ଅଭିଯୋଗ ଶିକ୍ଷକଙ୍କ ନିକଟରେ କରିଥିଲେ। ଶ୍ରୀବାସ୍ତବ ଶ୍ରେଣୀକୁ ଯାଇ ଦୁଇ […]

Read More Text.
Pakistan foreign minister bilawal bhutto zardari

ଭାରତ ମସୁଦର ଠିକଣା ବିଷୟରେ ସୂଚନା ଦେଲେ ଆମେ ଖୁସିରେ ଗିରଫ କରିବୁ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାର ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ପାକିସ୍ତାନର ବାସିନ୍ଦା ବି ପ୍ରତ୍ୟାଖ୍ୟାନ କରିଦେବେ। ଜୈସ-ଏ-ମହମ୍ମଦର ମୁଖ୍ୟାଳୟ ପାକିସ୍ତାନର ବାହାୱାଲପୁରରେ ଥିବା ନେଇ ଭାରତ ଅନେକ ଥର ପ୍ରମାଣ ଦେଇଛି। ଏଥିସହିତ ମସୁଦ ଆଝାର କେଉଁଠି ଲୁଚି ରହିଛି ଏକଥା ପାକିସ୍ତାନର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି , କିନ୍ତୁ ବିଲାୱଲ ଭୁଟ୍ଟୋ […]

Read More Text.
Ship 2025 07 06 19 58 56

ଲୋହିତ ସାଗରରେ ବ୍ରିଟିଶ ଜାହାଜ ଉପରକୁ ରକେଟ୍ ମାଡ଼

ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପୂର୍ବ ଗତ କିଛି ଦିନ ହେଲା କିଛିଟା ଶାନ୍ତ ଥିବା ବେଳେ ପୁଣି ସେଥିରେ ବ୍ୟାଘାତ ସୃଷ୍ଟି ହୋଇଛି । ରବିବାର ୟେମେନ୍ ଉପକୂଳ ନିକଟରେ ଲୋହିତ ସାଗରରେ ଏକ ବ୍ରିଟିଶ ବାଣିଜ୍ୟିକ ଜାହାଜ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଜାହାଜ ଉପରେ ଗୁଳି ବର୍ଷା କରିଥିଲେ ଏବଂ ରକେଟ୍-ଚାଳିତ ଗ୍ରେନେଡ୍ (ଆରପିଜି) ମାଡ଼ କରିଥିଲେ। ଏହି ଆକ୍ରମଣ ପଛରେ ହୁତୀ ବିଦ୍ରୋହୀଙ୍କ ହାତ ଥିବା ସଂଦେହ କରାଯାଉଛି । […]

Read More Text.
Ani 20240730193 0 1722386485870 1722386503842

ହିମାଚଳରେ ପ୍ରକୃତିର ତାଣ୍ଡବଲୀଳା ପରେ ଆସିଲା ହୃଦୟବିଦାରକ ଦୃଶ୍ୟ

ସିମଲା : ହିମାଚଳରେ ବନ୍ୟା ସିନା ଛାଡିଛି ହେଲେ କ୍ଷତଚିହ୍ନ ସେମିତି ରହିଛି । ହିମାଚଳ ପ୍ରଦେଶ ଛାତିରେ ପ୍ରକୃତି ତାଣ୍ଡବଲୀଳା ରଚିବା ପରେ ଏବେ ଟକି ଧ୍ବଂସଲୀଳା ଥମିଛି । ଆଉ ବର୍ଷା-ବନ୍ୟାର ସେ ହାହାକାର ପରିସ୍ଥିତି ଟିକେ ସୁଧୁରିଛି । ନଦୀରେ ଜଳ କମିଛି ସତ ହେଲେ ପ୍ରଳୟ ବେଳେ ପାଣି ପାଟିରେ ସବୁ କିଛି ପଶିଯାଇଛି । ଆଉ ଏବେ ଯାହା କିଛି ରହି ଯାଇଛି ତାହା ଗଭୀର କ୍ଷତିର କ୍ଷତଚିହ୍ନ । […]

Read More Text.
Gvge1n2xeaa7l58

ଜନ୍ମଦିନ ଅବସରରେ ଦଲାଇ ଲାମା କହିଲେ, ‘ମୁଁ ଜଣେ ସାଧାରଣ ବୌଦ୍ଧ ଭିକ୍ଷୁ’

ନୂଆଦିଲ୍ଲୀ: ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଅବସରରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି ଏବଂ ତାଙ୍କର ପ୍ରେମ, କରୁଣା ଏବଂ ଧର୍ଯ୍ୟର ବାର୍ତ୍ତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଜନ୍ମଦିନ ଅବସରରେ ଦଲାଇ ଲାମା କହିଛନ୍ତି, “ମୋର ୯୦ତମ ଜନ୍ମଦିନ ଅବସରରେ, ମୁଁ ବୁଝିପାରୁଛି ଯେ ତିବ୍ଦତୀୟ ସମ୍ପ୍ରଦାୟ […]

Read More Text.
Untitled 1 copy

ବନ୍ୟାଜଳରେ ଭାସିଗଲେ ୨୭ ଶିଶୁ, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

ଟେକ୍ସାସ : ଆମେରିକାର ଦକ୍ଷିଣ-କେନ୍ଦ୍ରାଞ୍ଚଳସ୍ଥିତ ଟେକ୍ସାସ ରାଜ୍ୟର କେର୍‌ କାଉଣ୍ଟିରେ ପ୍ରବଳ ବର୍ଷା ପରବର୍ତ୍ତୀ ବନ୍ୟା ଯୋଗୁ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୨୭ ଶିଶୁ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ଧରଣର ଅପରେସନ ଚାଲିଛି। କେର […]

Read More Text.

ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି

ନିୟୁର୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଛି। ଟ୍ରମ୍ପ ଏବଂ ଦେଶର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ଯେତେବେଳେ ସପ୍ତାହ ଶେଷରେ ଛୁଟି କାଟିବାକୁ ନ୍ୟୁଜର୍ସିସ୍ଥିତ ନିଜ ବ୍ୟକ୍ତିଗତ ଗଲ୍ଫ କୋର୍ସରେ ଥିଲେ ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଜୁଲାଇ ୫ରେ ଏକ ବିମାନ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ(ଟିଏଫଆର) ଉଲ୍ଲଂଘନ କରି ଟ୍ରମ୍ପଙ୍କ ଗଲ୍ଫ ପଡ଼ିଆ ସୀମା […]

Read More Text.