Fog1

ଆହୁରି ବଢିବ ଥଣ୍ଡା; ୭ଦିନ ପାଇଁ ୧୯ ରାଜ୍ୟକୁ ଘନ କୁହୁଡି ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ସମଗ୍ର ଉତ୍ତର ଭାରତରେ ହାଡ଼ଭଙ୍ଗା ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ଏବଂ ଶୀତଳ ଲହରୀ ଶୀତକୁ ଆହୁରି ତୀବ୍ର କରିଛି। ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି। ଭାରତ ପାଣିପାଗ ବିଭାଗ ଏହି ସପ୍ତାହରେ ଉତ୍ତର ଭାରତ ପାଇଁ କୁହୁଡ଼ି ଏବଂ ଶୀତଳ ଲହରୀ ସତର୍କତା ଜାରି କରିଛି। ବର୍ଷା କିମ୍ବା ତୁଷାରପାତ ଆଶା କରାଯାଇ ନାହିଁ, କିନ୍ତୁ ଶୀତଳ ଲହରୀ ଶୀତକୁ ଆହୁରି ତୀବ୍ର କରିବ। […]

Read More Text.
Un 2026 01 04 21 22 07

ଭେନେଜୁଏଲା ରାଷ୍ଟ୍ରପତି ଦମ୍ପତିଙ୍କୁ ଗିରଫ ପରେ ଜାତିସଂଘ ଡାକିଲା ଜରୁରୀ ବୈଠକ

ନ୍ୟୁୟର୍କ : ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା ସମଗ୍ର ବିଶ୍ବକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ଜରୁରୀ ବୈଠକ ଡାକିଛି ।  ସୂଚନା ଅନୁସାରେ ଜାତିସଂଘ ନିରାପତ୍ତା ପରିଷଦ ସୋମବାର ଏକ ଜରୁରୀକାଳୀନ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି। ଏହି ବୈଠକ ସକାଳ ୧୦ଟା (ଭାରତୀୟ ସମୟ ରାତି ସାଢେ ୮ଟା)ରେ ସୋମାଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। […]

Read More Text.
Donald trump

ଟ୍ରମ୍ପଙ୍କୁ କମଲା ହାରିସଙ୍କ ଖୋଲା ଚ୍ୟାଲେଞ୍ଜ

ଆମେରିକା : ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଦେଖାଇବା ଟ୍ରମ୍ପଙ୍କ ଏକ ଜିଦ୍ ବୋଲି କହିଛନ୍ତି କମଲା । ଏହା ଆମେରିକା ପାଇଁ ବିପଜ୍ଜନକ । ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । କମଲା ହାରିସ୍ କହିଛନ୍ତି, ମାଦୁରୋ ଜଣେ ବେଆଇନ ଶାସକ ହୋଇଥାଇପାରନ୍ତି । କିନ୍ତୁ ଟ୍ରମ୍ପଙ୍କର ଏହି ପଦକ୍ଷେପ ଆଇନସମ୍ମତ ନୁହେଁ । ଏଭଳି ଘଟଣା ପୂର୍ବରୁ […]

Read More Text.
Aasqq 2026 01 04 17 59 39

ଷ୍ଟେସନ ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…

ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି। ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ ଜଣାପଡିଛି। ଏହି ଘଟଣା ଫଳରେ ଯାତ୍ରୀ ଏବଂ ନିକଟରେ ରହୁଥିବା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ନିଆଁ ଖୁବ୍ ଶୀଘ୍ର ସେହି ସ୍ଥାନରେ ଥିବା ପାର୍କିଂ […]

Read More Text.
Naxal

ବିଜାପୁରରେ ଏନକାଉଣ୍ଟର, ୧୪ ମାଓବାଦୀ ନିପାତ

ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଛି। ଅଧିକାରୀଙ୍କ ଅନୁଯାୟୀ, ଦକ୍ଷିଣ ସୁକମାରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବିଜାପୁରରେ ଦୁଇଜଣ ନିହତ ହୋଇଛନ୍ତି, ଯେଉଁଠାରେ ସକାଳ […]

Read More Text.
Venezuala

ଏୟାରଷ୍ଟ୍ରାଇକ ପରେ ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକା ଦ୍ବାରା ଅଟକ; ଟ୍ରମ୍ପ

ଆମେରିକା : ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ରାଜଧାନୀ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ଭେନେଜୁଏଲା ସରକାର ଆମେରିକା ଉପରେ ନିଜର ନାଗରିକ ଏବଂ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ନେଇ ଆମେରିକାକୁ ନିନ୍ଦା କରିଛି । ଏହାରି ଭିତରେ ଆମେରିକାଅ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଅଟକ ରଖିଛି । ମାଦୁରୋ ତାଙ୍କ ପତ୍ନୀଙ୍କ ସହିତ […]

Read More Text.
Venzuela

କାରାକାସରେ ସିରିଜ ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା: ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବିସ୍ଫୋରଣ ପରେ, ଭେନେଜୁଏଲାର ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ, କାରାକାସର ମୁଖ୍ୟ ସାମରିକ ଘାଟି, ଫର୍ଟୁନା ନିକଟରେ ବିସ୍ଫୋରଣ […]

Read More Text.
Earthquake 1 1 300x169

ମେକ୍ସିକୋରେ ୬.୫ ତୀବ୍ରତାର ଭୂମିକମ୍ପ, ୨ ମୃତ

ମେକ୍ସିକୋ: ମେକ୍ସିକୋର ଅନେକ ଅଞ୍ଚଳକୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଦକ୍ଷିଣ ଏବଂ ମଧ୍ୟ ମେକ୍ସିକୋରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରହିଥିଲା, ଯାହାକୁ ଶକ୍ତିଶାଳୀ ଏବଂ ସମ୍ଭାବ୍ୟ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ରାଷ୍ଟ୍ରପତି କ୍ଲାଉଡିଆ ଶେନବାମଙ୍କ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀକୁ ବନ୍ଦ କରାଯାଇଥିଲା । ଏପର୍ଯ୍ୟନ୍ତ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । […]

Read More Text.
Files combo iran us israel conflict 0 1750243584206 1750243597946

ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ ବନ୍ଦ ନ କଲେ ହସ୍ତକ୍ଷେପ କରିବୁ: ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ୱାଶିଂଟନ: ଡଲାର ତୁଳନାରେ ଇରାନ ମୁଦ୍ରା ରିଆଲର ବିନିମୟ ମୂଲ୍ୟ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଥିବାରୁ ଇରାନରେ ବିଗତ କିଛି ଦିନ ହେଲା ଜୋରଦାର ବିକ୍ଷୋଭ ପ୍ରଦର୍ଶିତ ହେଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିରେ ୧୦ ବିକ୍ଷୋଭକାରୀ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡା ଧମକ ଦେଇଛନ୍ତି। ଯଦି ଇରାନ ସରକାର ବିକ୍ଷୋଭକାରୀଙ୍କ ଉପରେ ଚାଲିଥିବା ଆକ୍ରମଣ ବନ୍ଦ […]

Read More Text.
1744027679726 aiims 1 1068x601

ଦେଶର ୧୧ ଏମ୍ସରେ ଖାଲି ପଡ଼ିଛି ୧୬୦୦ ଶିକ୍ଷକ ପଦ, ଡାକ୍ତରୀ ଶିକ୍ଷାଦାନ ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ୧୧ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୬୦୦ ଶିକ୍ଷକ ପଦ ଖାଲି ପଡିଛି। ଏହି ସବୁ ଏମ୍ସରେ ମୋଟ ୪୦୯୯ଟି ଅନୁମୋଦିତ ଶିକ୍ଷକ ପଦ ରହିଛି। ସୂଚନା ଅଧିକାର (ଆରଟିଆଇ) ତଥ୍ୟ ଅନୁଯାୟୀ ୧୧ଟି ଏମ୍ସର ଅନୁମୋଦିତ ଶିକ୍ଷକ ପଦ ମଧ୍ୟରୁ ପ୍ରତିଟି ୧୦ଟିରେ ୪ଟି ଖାଲି ପଡିଛି। ଏମ୍ସ ଭଳି ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ଏତେ ସଂଖ୍ୟକ ଶିକ୍ଷକ ପଦ ଖାଲି ରହିବା ଉଦ୍‌ବେଗର ବିଷୟ। ଏହାଦ୍ବାରା […]

Read More Text.