Bjp leader

ବରିଷ୍ଠ ବିଜେପି ନେତା ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ

ଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ ।  ଏହାରି ମଧ୍ୟରେ ସେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ଖୁବ୍ ରହିଛି । ତାଙ୍କ ମୃତ୍ୟୁକୁ ଭାରତୀୟ ରାଜନୀତି ଏବଂ ଦିଲ୍ଲୀ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି […]

Read More Text.
Trump 8

ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା, ଟ୍ରମ୍ପ ଦେଲେ ସୂଚନା

ଗାଜା: ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା । ଶାନ୍ତି ଯୋଜନା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଶାନ୍ତି ଯୋଜନାରେ ଗାଜାରେ ତୁରନ୍ତ ଯୁଦ୍ଧ ବିରତି, ପାଲେଷ୍ଟାଇନରୁ ଇସ୍ରାଏଲ ସେନା ପ୍ରତ୍ୟାହାର ଓ ପଣବନ୍ଦୀଙ୍କ ମୁକ୍ତି କରାଯିବ । ଯୁଦ୍ଧ ତୁରନ୍ତ ଶେଷ ହେବା ସହ ୭୨ ଘଣ୍ଟା ମଧ୍ୟରେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯିବ। ହମାସ ମୋଟ ୪୮ ଜଣଙ୍କ ବନ୍ଦୀଙ୍କୁ ରଖିଛି। ସେମାନଙ୍କ ମଧ୍ୟରୁ ୨୦ […]

Read More Text.
Monkey attack

ଶାସ୍ତ୍ରୀ ଭବନରେ ମାଙ୍କଡ଼ର ଉପଦ୍ରବ, ୭ ମହଲାରୁ ଖସି ପଡିଲେ ଅଧିକାରୀ

ନୂଆଦିଲ୍ଲୀ : ଦିଲ୍ଲୀର ଶାସ୍ତ୍ରୀ ଭବନରେ ଏକ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ମନ୍ତ୍ରଣାଳୟରେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଦୀପକ ଖୋଡାଙ୍କ ଉପରେ ହଠାତ୍ ମାଙ୍କଡ଼ ଆକ୍ରମଣ କରିଥିଲା । ମାଙ୍କଡ଼ ଆକ୍ରମଣ ପରେ ସେ ଭୟଭୀତ ହୋଇ ୭ ମହଲାରୁ ଖସିପଡିଥିଲେ  । ଯାହାଫଳରେ ଅଧିକାରୀ ଜଣଙ୍କର ହାତ ଭାଙ୍ଗିଯିବା ସହିତ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ […]

Read More Text.
Terrorist attack.

ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ନିହତ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ୨ ଆତଙ୍କୀ ଏନକାଉଣ୍ଟର ।  ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ।  ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରାନ ସେକ୍ଟରର ହାଇଦର ପୋଷ୍ଟରେ ଅନୁପ୍ରବେଶ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ ଦଳକୁ ଚ୍ୟାଲେଞ୍ଜ କରିଥିଲେ । ଆତଙ୍କବାଦୀମାନଙ୍କୁ ରୋକିବା […]

Read More Text.
Russia

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ, ଘନ ଘନ ବିସ୍ଫୋରଣରେ ଥରିଛି କିଭ

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ ।  ୧୨ ଘଣ୍ଟାରେ ୬୦୦ ଡ୍ରୋନ ଏବଂ ୪୦ ମିସାଇଲ ମାଡ଼ କରିଛି ଋଷ ।  ଘନଘନ ବିସ୍ଫୋରଣରେ ଥରିଛି କିଭ  ।  ୟୁକ୍ରେନର ୭ଟି ଅଞ୍ଚଳକୁ ଟାର୍ଗେଟ କରି ଋଷ କରିଥିବା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟା ନାବାଳିକା ଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କିଭ ଉପରେ ହୋଇଥିବା ମିସାଇଲ ମାଡ଼ରେ […]

Read More Text.
Pcb

ପାକିସ୍ତାନ ଏସିଆ କପ୍‍ ହାରିଲା: ଏବେ ଆତଙ୍କବାଦୀଙ୍କ ପରିବାରକୁ ସାହାଯ୍ୟ କରିବ !

୨୦୨୫ ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ସୂର୍ଯ୍ୟ ବ୍ରିଗେଡ୍‍ ୫ୱିକେଟରେ ବିଜୟୀ ହୋଇ ଇତିହାସ ରଚିଛନ୍ତି । ତେବେ ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ସାମ୍ବାଦିକ  ସମ୍ମିଳନୀରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଏସିଆ କପରୁ ରୋଜଗାର ହୋଇଥିବା ଟଙ୍କା ଭାରତ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ମୃତ ପାକିସ୍ତାନୀ ନାଗରିକ ଏବଂ ପିଲାମାନଙ୍କୁ ଦାନ କରିବେ । ଏହି […]

Read More Text.
Bsnl

ଜିଓ,ଏୟାରଟେଲ୍‌କୁ ପଛରେ ପକାଇଲା ବିଏସଏନଏଲ୍‌ର ଏହି ଶସ୍ତା ପ୍ଲାନ୍‌: ମାତ୍ର ୨୨୫ ଟଙ୍କାରେ ମିଳିବ ସବୁକିଛି..

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍‌ ଆଉ ଏକ ଶସ୍ତା ପ୍ଲାନ୍‌ ଲଞ୍ଚ କରିଛି । ଏହି ଯୋଜନା ୩୦ ଦିନର ବୈଧତା ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଏଥିରେ ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା ସହିତ ଅସୀମିତ କଲିଂ ଏବଂ ଡାଟା ପାଇବେ । ଏହି ନୂତନ ପ୍ରିପେଡ୍ ରିଚାର୍ଜ ଯୋଜନା ୨୨୫ ଟଙ୍କାରେ ଉପଲବ୍ଧ। ଏହା ସାରା ଭାରତରେ ଗ୍ରାହକମାନଙ୍କୁ ଅସୀମିତ କଲିଂ, ମାଗଣା ଜାତୀୟ […]

Read More Text.
Well 1068x601

କୂଅ ଭିତରେ ବିଷଧର ସାପଙ୍କ ସହ ମହିଳା ବିତାଇଲେ ୫୪ ଘଣ୍ଟା , ଜୀବନ୍ତ ଉଦ୍ଧାର ହେଲେ

ଚୀନ: କୂଅ ଭିତରେ ବିଷଧର ସାପମାନଙ୍କ ସହିତ ୫୪ ଘଣ୍ଟା ବିତାଇଲେ ମହିଳା। ଶେଷରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ଚୀନରେ। ଜଣେ ୪୮ ବର୍ଷୀୟା ମହିଳା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡ଼ିଥିଲେ। କୂଅ ଭିତରେ ଅନେକ ବିଷଧର ସାପ ଥିଲେ। ପରିବାର ଲୋକେ ବହୁ ଉଦ୍ୟମ କରିଥିଲେ ମହିଳାଙ୍କୁ ଉଦ୍ଧାର କରିବାକୁ। କିନ୍ତୁ କୂଅଟି ଗଭୀର ହୋଇଥିବାରୁ ସଫଳ ହୋଇ ନ ଥିଲେ। ଫଳରେ ମହିଳାଙ୍କ ପୁଅ ଜିନଜିୟାଙ୍ଗ ରୁଇତୋଙ୍ଗ ବ୍ଲୁ […]

Read More Text.
Bishnoi 1068x601

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ କାନାଡ଼ାର ଆତଙ୍କୀ ସଂଗଠନ ଘୋଷଣା

କାନାଡ଼ା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି କାନାଡ଼ା। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ କାନାଡ଼ାର କୌଣସି ନାଗରିକ ଏହି ଗ୍ୟାଙ୍ଗକୁ ଆର୍ଥିକ ସହାୟତା ଦେବା ଅଥବା ଗ୍ୟାଙ୍ଗ ପାଇଁ କାର୍ଯ୍ୟ କରିବା ଅପରାଧ ବୋଲି ବିବେଚନା କରାଯିବ। ବିଷ୍ଣୋଇ ଗ୍ୟାଙ୍ଗ ଭାରତରୁ ସଞ୍ଚାଳିତ ହେଉଛି। ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି […]

Read More Text.
Bangladesh

ବାଂଲାଦେଶରେ ଉତ୍ତେଜନା, ୩ ଆଦିବାସୀ ମୃତ ଏବଂ ଅନେକ ପୋଲିସ୍ ଆହତ

ବାଂଲାଦେଶ: ବାଂଲାଦେଶରେ ପୁଣି ଥରେ ଦେଖାଦେଇଛି ଉତ୍ତେଜନା । ଏକ ଆଦିବାସୀ ବହୁଳ ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ବାଂଲାଦେଶ ଗୃହ ମନ୍ତ୍ରଣାଳୟ ରବିବାର ଏକ ବିବୃତ୍ତିରେ କହିଛି ଯେ ପାହାଡ଼ି ଜିଲ୍ଲା ଖାଗରାଛରୀରେ ଘଟିଥିବା ଉତ୍ତେଜନାରେ ତିନି ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସେଠାରେ ସେନା ଏବଂ ପୋଲିସ ମୁତୟନ କରାଯାଇଛି । ବିବୃତ୍ତିରେ କୁହାଯାଇଛି ଯେ, ଖାଗରାଛରୀ ଜିଲ୍ଲାର ଗୁଇମାରା ଉପଜିଲାରେ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ […]

Read More Text.