2

ବିଜ୍ଞାନ ପ୍ରଚାର ସମିତି ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ

ରାଜ୍ୟ

 

ସାଲେପୁର :  ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ର ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖାର ଉପସଭାପତି ଶ୍ରୀ ବିପିନ୍ ବିହାରୀ କରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ।

“ବିଜ୍ଞାନ ର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭୂମିକା ‘ ସମ୍ପର୍କରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶାରଦା ପ୍ରସାଦ ରଥ ଆଲୋକପାତ କରିଥିଲେ । “ରମଣ ପ୍ରଭାବ’ ର ଉଦ୍ଭାବକ ସାର୍ ସି.ଭି. ରମଣଙ୍କ ଅବଦାନ ସମ୍ବନ୍ଧରେ ଉପସଭାପତି ଶ୍ରୀଯୁକ୍ତ କର ଆଲୋଚନା କରିଥିଲେ । ଏତଦ୍ ବ୍ୟତୀତ ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ଯଥା ବିଜୁଳି ଓ ବଜ୍ରପାତର କାରଣ ଓ ସତର୍କତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

44

ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭ୍ୟ ଶ୍ରୀ ଅଶ୍ୱିନୀ କୁମାର ଦାସ, ପ୍ରଦୀପ ପ୍ରଜ୍ଜ୍ବଳନ  ପୂର୍ବକ ଆଲୋଚନା ଚକ୍ର ଉଦ୍‌ଘାଟନ କରିଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେଜ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ସମ୍ପାଦକ ପ୍ରାଧ୍ୟାପକ ଡ. ମହେଶ କର ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad