ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର । ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ । ଏଥିପାଇଁ ତୃଣମୂଳ ସ୍ତରରେ ଗବେଷଣା ହେବା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ଆମ ରାଜ୍ୟକୁ ପହଂଚାଇବା ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି […]

Read More Text.

ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ବର: ମିଆଁମାର ଓ ଥାଇଲାଣ୍ଡରେ ଆଜି ହୋଇଥିବା ବଡ଼ଧରଣର ଭୂମିକମ୍ପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଭୂମିକମ୍ପରେ ପ୍ରଭାବିତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ଏଭଳି ଦୁଃଖର ସମୟରେ ଉଭୟ ଦେଶର ଜନତାଙ୍କ ସହିତ ଓଡ଼ିଶା ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମିଆଁମାର ଓ ଥାଇଲାଣ୍ଡକୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ […]

Read More Text.

ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ

ଭୁବନେଶ୍ଵର: ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରୀ କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ପ୍ରଦୀପ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ପ୍ରଦୀପ ଜେନା । ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡ଼ିଥିଲା ଏହି ପଦ । ୧୯୮୯ ବ୍ୟାଚ IAS ଅଫିସର ଆଇଏଏସ ପ୍ରଦୀପ ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର […]

Read More Text.

କିଟ୍‌ ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା: କୌଣସି ଜାଗାରେ ଆଇନର ଗଳା ବାଟ ରହିବ ନାହିଁ

ଭୁବନେଶ୍ବର: କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜାତୀୟ ମାନବାଧିକାର ଆୟୋଗ ଦାୟୀ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଯଥୋଚିତ ପଦକ୍ଷେପ ନିଆଯିବ। କିଛି ବେଆଇନ କାମ ହୋଇଥିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୌଣସି ଜାଗାରେ ଆଇନର ଗଳା ବାଟ ରହିବ ନାହିଁ। ସୂଚନାଯୋଗ୍ୟ, ନେପାଳୀ ଛାତ୍ରୀ ଆତ୍ମହତ୍ୟା […]

Read More Text.

ମିଆଁମାର ଏବଂ ଥାଇଲାଣ୍ଡ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଏବଂ ଥାଇଲାଣ୍ଡରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ସ୍ଥିତିରେ ଭାରତ ଦୁଇ ଦେଶକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ପ୍ରଧାନମନ୍ତ୍ରୀ ମୋଦି X ରେ କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଭାରତ […]

Read More Text.

ରାଜ୍ୟରେ ପୁଣି ଖୋଲିବ ବନ୍ଦ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ଶାସନର ମିଶ୍ରଣ ନୀତିର ଅଂଶ ସ୍ୱରୂପ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ନେଇ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ପ୍ରଥମେ ଜିଲ୍ଲା କମିଟି ଯାଞ୍ଚ କରି ରାଜ୍ୟସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବ। ରାଜ୍ୟ ସ୍ତରୀୟ କମିଟି ସ୍କୁଲ ଖୋଲିବାକୁ ସୁପାରିସ କରିବେ। ଏହି […]

Read More Text.

ଯାଜପୁରରେ ସର୍ବାଧିକ ୨୬୯ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ କହିଛନ୍ତି, ଗତ ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରି ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି। ତେବେ ଏହି ମାମଲାଗୁଡ଼ିକର ତଦନ୍ତ ଉପ ଆରକ୍ଷୀ ଅଧିକ୍ଷକ(ଡିଏସପି) ପାହ୍ୟାରେ କରାଯାଉଛି। ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ନିର୍ଯାତନା ଘଟଣା ଘଟିଛି। ତଦନ୍ତକାରୀ ଅଫିସର ଓ ଜଣେ […]

Read More Text.

ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଶାସକ ଓ ବିରୋଧୀ ବିଧାୟକଙ୍କ ଦାବି

ଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି କଲେ ବିଧାୟକ । ଉଭୟ ଶାସକ ଓ ବିରୋଧୀ ବିଧାୟକ ଦରମା ବୃଦ୍ଧି ଦାବି କରିଛନ୍ତି । ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବି କରିଛନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକୁ କାର୍ଯ୍ୟକାରୀ […]

Read More Text.

ଥରିଲା ଥାଇଲାଣ୍ଡ: ଆଖି ଆଗରେ ଧୂଳିସାତ୍ ହେଲା ସୁଉଚ୍ଚ ଅଟ୍ଟାଳିକା

ମିଆଁମାର: ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା, ସ୍ଥିର ଥିବା ଦୁନିଆଟା ଦୋହଲିବାକୁ ଲାଗିଲା । ସାରା ସହର ଥରି ଉଠିଲା ଆଉ ଆଖି ପିଛୁଳାକେ ଘରଦ୍ବାର, କୋଠାବାଡି, ଗଛଲତା, ବ୍ରିଜ, ବିଜୁଳି ଖୁଣ୍ଟି ଭାଙ୍ଗିବାକୁ ଲାଗିଲା ଆଉ ଧୁସଧାସ ହୋଇ ଭୁଶୁ଼ଡି ପଡିଲା । ମିଆଁମାରରେ ଦୁଇ ଦୁଇ ଥରର ଭୂକମ୍ପ ଝଟକା ପରେ ପରିସ୍ଥିତି ଭୟଙ୍କର ହୋଇଛି । ରାସ୍ତା ଫାଟି ଆଁ କରିଛି ତ କେଉଁଠି ବିରାଟ ବଡ ଅଟ୍ଟାଳିକା ଭୁଶୁଡି ପଡିଛି । […]

Read More Text.

ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ ଗୁରୁ। ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏପ୍ରିଲ ୨ ତାରିଖରେ ବଡ଼ଗଡ଼ ସ୍କୁଲକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଦିନ ସକାଳ […]

Read More Text.