ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ବଲାଂଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ସ୍ୱାମୀ-ସ୍ତ୍ରୀ ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ପ୍ରେମରାଜ ମାଝୀ ଓ ତାଙ୍କର ସ୍ତ୍ରୀ ଭାନୁମତୀ ମାଝୀ। ସୂଚନା ଅନୁସାରେ ମୁରିବାହାଲ ଥାନା ଗୁଡିଘାଟ ଗାଁର ବାସିନ୍ଦା ହେଉଛନ୍ତି ପ୍ରେମରାଜ ମାଝୀ। ସେ ୨୦୧୯ରେ ଭାନୁମତୀଙ୍କୁ ବିବାହ କରିଥିଲେ। ବିବାହକୁ ୬ ବର୍ଷ ବିତିଥିଲେ ମଧ୍ୟ ତାଙ୍କର ପାରିବାରିକ ସଂସାର ଭଲରେ ଚାଲିଥିଲା। ଆଜି […]

Read More Text.

ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ  ରହିଥିବା ଅଭିଯୋଗ । ତେବେ ବର୍ତ୍ତମାନ ଓପିଏସସି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଛି । ବିଭିନ୍ନ ସିଫ୍ଟରେ ଭାଷା ଏବଂ […]

Read More Text.

ନାଗପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଗପୁରରେ ଗସ୍ତରେ ଅଛନ୍ତି । ଇତି ମଧ୍ୟରେ ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରତିଷ୍ଠାକୁ ୮ବର୍ଷ ବିତିଯାଇଛି । ନାଗପୁର ଗସ୍ତରେ ଆସି ଶ୍ରୀ ମୋଦି ଆରଏସଏସର ସଂସ୍ଥାପକଙ୍କ ମୁର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରଦ୍ଧାଞ୍ଜଳି ଅର୍ପଣବେଳେ ମୋଦିଙ୍କ ସମେତ ସଂଘର ମୁଖ୍ୟ ମୋହନ ଭାଗବତ  ମଧ୍ୟ ତାଙ୍କ ସହିତ ରହିଥିବା ଦେଖିବାକୁ ମିଳିଛି । ଏହାପରେ ମୋଦି ବାବା ଆମ୍ବେଦକର ଦୀକ୍ଷା ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ […]

Read More Text.

ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି […]

Read More Text.

ଏପ୍ରିଲ ୨ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି। ଏପ୍ରିଲ ୨ରୁ ଓଡ଼ିଶାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏପ୍ରିଲ ୨ରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ଏପ୍ରିଲ ୩ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ ଏପ୍ରିଲ ୪ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଜପତିରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ସେହିପରି ୫ […]

Read More Text.

ହିମାଚଳପ୍ରଦେଶରେ ଭୂସ୍ଖଳନ, ୬ ମୃତ

ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ମଣିକର୍ଣ୍ଣ ଅଞ୍ଚଳରେ ରବିବାର ଭୂସ୍ଖଳନ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମଣିକର୍ଣ୍ଣ ସାହିବ ନିକଟରେ ରାସ୍ତାପାର୍ଶ୍ବରେ କିଛି ଲୋକ ବସିଥିଲେ। ଏହି ସମୟରେ ହଠାତ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ଦ୍ଵାରା ନିକଟରେ ଥିବା ବିରାଟ ଗଛ ଉପୁଡ଼ିଯାଇ ରାସ୍ତାପାର୍ଶ୍ବରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିଲା, ଯାହା ଫଳରେ ଘଟଣାସ୍ଥଳରେ […]

Read More Text.

ଭୁବନେଶ୍ଵରରେ ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି, କନଭୟ ପାଟ୍ରୋଲିଂ ଆରମ୍ଭ

ଭୁବନେଶ୍ଵର : ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି । ରାମ ନବମୀ ଓ ଇଦ୍ ପାଇଁ ଭୁବନେଶ୍ଵରରେ ହାଇ ସିକ୍ୟୁରିଟି । କମିସନରେଟ ପୋଲିସର ବ୍ୟାପକ କନଭୟ ପାଟ୍ରୋଲିଂ ଆରମ୍ଭ ହୋଇଛି । ସବୁ ଗଳି କନ୍ଦିରେ ପାଟ୍ରୋଲିଂ ହେଉଛି । ଖଟି ସ୍ଥାନ ହେଉ ବା ଅଧିକ ଭିଡ ଭିଡ ସ୍ଥାନରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଅପରାଧୀ ମାନଙ୍କୁ ସର୍ତକ କରାଯାଇଛି। ଯେଉଁ ମାନେ ଅଧିକ ଉତ୍ପାତ କରୁଛନ୍ତି ସେମାନଙ୍କୁ ତାଗିଦ୍ […]

Read More Text.

୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

ଜଳେଶ୍ୱର: ୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ । ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ । ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେଙ୍କୁ ଗିରଫ କଲା ଭିଜିଲାନ୍ସ । ସୂଚନା ଅନୁସାରେ, ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେଙ୍କୁ ଗିରଫ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ସତ୍ୟ ଅଞ୍ଜନଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା । ବ୍ୟାଙ୍କ ହିତାଧିକାରୀଙ୍କ ନାମରେ ଜାଲ୍ […]

Read More Text.

ଦିଲ୍ଲୀ ଉପକଣ୍ଠକୁ ସ୍ଥାନାନ୍ତର ହେବ ତିହାର ଜେଲ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି। ଦିଲ୍ଲୀର ଆବାସିକ ସ୍ଥଳରେ ଏହି ଜେଲ ଅବସ୍ଥିତ ହୋଇଥିବାରୁ ଆଖପାଖରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ତିହାର ଜେଲକୁ ଦିଲ୍ଲୀ ଉପକଣ୍ଠସ୍ଥ କୌଣସି ଏକ ସୁରକ୍ଷିତ ସ୍ଥାନକୁ […]

Read More Text.

୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା SP,ବସ୍ତର DIG ଙ୍କ ନିକଟରେ ୫୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ । ସେମାନଙ୍କ ନାଁରେ ୬୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଅନେକ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ସକ୍ରିୟ ଥିଲେ ସରେଣ୍ଡର ମାଓବାଦୀ  । ବିଜାପୁର ଏବଂ ସୁକମା ଜିଲ୍ଲାରେ ଦୁଇ ବଡ଼ ଏନକାଉଣ୍ଟର ପରେ ଭୟରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆତ୍ମସମର୍ପଣ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ […]

Read More Text.