ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ,ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଲକ୍ଷ୍ମଣରେଖା: ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ପୁଣି ଥରେ ଭାରତ ବିରୋଧରେ କଠୋର କଥା କହିଛନ୍ତି। ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ମଣରେଖା ସଦୃଶ, ଯାହାକୁ ସେ କେବେ ବି ଭାଙ୍ଗିବାକୁ କିମ୍ବା ପରିବର୍ତ୍ତନ କରିବାକୁ ଦେବ ନାହିଁ। ଅସୀମ ମୁନିର ଏହା ମଧ୍ୟ କହିଛନ୍ତି ଯେ, ସିନ୍ଧୁ ନଦୀର ପାଣି ପାକିସ୍ତାନର ୨୪ କୋଟି ଲୋକଙ୍କ ମୌଳିକ ଅଧିକାର। ୨୨ ଏପ୍ରିଲରେ ପହଲଗାମରେ […]

Read More Text.

ଓପିଏସସିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଓପିଏସସିରେ ଅଛନ୍ତି କିଛି ଅହଂକାରୀ ବ୍ୟକ୍ତି

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ-ଓପିଏସସିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଓପିଏସସିରେ ଅଛନ୍ତି କିଛି ଅହଂକାରୀ ବ୍ୟକ୍ତି । କମିଶନ ଖୁବ ଜିଦଖୋର । ନିଜକୁ ବହୁତ ବଡ଼ ଭାବୁଛନ୍ତି । ଏଥିପାଇଁ ଭୁଲ କଲେ ବି କମିଶନ ସ୍ବୀକାର କରୁନାହାନ୍ତି । ଓଜେଏସ ମୂଲ୍ୟାୟନ ପ୍ରକ୍ରିୟାରେ ଭୁଲକୁ ସ୍ବୀକାର କରିନଥିବାରୁ ସୁପ୍ରିମକୋର୍ଟ ଓପିଏସସି ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟଙ୍କ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ବିଜୟ ବିଷ୍ଣୋୟୀଙ୍କୁ ନେଇ ଗଠିତ ତିନି […]

Read More Text.

ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ସଅଳ ଆସିଲା ମୌସୁମୀ। ସେହିପରି ଲଘୁଚାପ ଯୋଗୁଁ ଅଦିନିଆ ବର୍ଷା ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ହୋଇପାରେ ଚାଷୀଙ୍କ ବଡ଼ କ୍ଷତି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ମନ୍ତ୍ରୀ ଏକ ବଡ଼ ସୂଚନା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଦିନିଆ ବର୍ଷାରେ ଯଦି କୌଣସି ଚାଷୀଙ୍କ କ୍ଷୟକ୍ଷତି ହୁଏ, ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତ୍ବରିତ ମିଳିବ କ୍ଷତିପୂରଣ। ମେ’ ୨୭ରୁ ୩୦ ତାରିଖ ମଧ୍ୟରେ ହୋଇଥିବା ଲଘୁଚାପ ବର୍ଷାରେ କ୍ଷୟକ୍ଷତିର ସ୍ଥିତି […]

Read More Text.

ବିଏଲଏ ଦଖଲରେ ପାକିସ୍ତାନର ସୁରାବ ସହର

ଇସଲାମାବାଦ: ପାକିସ୍ତାନରେ ବଲୋଚ ମୁକ୍ତି ବାହିନୀ (ବିଏଲଏ)କୁ ଆଉ ଏକ ସଫଳତା ମିଳିଛି । ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ସୁରାବ ସହରକୁ ବିଏଲଏ କବଜା କରି ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ସରକାରୀ କର୍ମଚାରୀ ହେଉଛନ୍ତି ଅତିରିକ୍ତ ଉପାୟୁକ୍ତ (ରାଜସ୍ବ) ହିଦାୟତ ବୁଲେଦୀ ବଲୋଚ । ଲଜ୍ଜାଜନକ କଥା ହଉଛି ବିଏଲଏ ସେନାକୁ ଦେଖି ପାକିସ୍ତାନର ସୁରକ୍ଷା ବାହିନୀ ପଳାୟନ କରିଥିଲେ । ସୁରାବକୁ ଦଖଲ କରିବା ପରେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ […]

Read More Text.

ଗିରଫ ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ

ଭୁବନେଶ୍ୱର : ଗିରଫ ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।  ଆଜି ଚାକିରିରୁ ରିଟାୟର୍ଡ କରିଥାନ୍ତେ ।  ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଗତକାଲି ଚଢଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ହୋଇଥିଲା ।  ଘରୁ କେବଳ ନଗଦ ୨କୋଟି ୫୬ ଲକ୍ଷ ଟଙ୍କା ସହ ବୈକୁଣ୍ଠଙ୍କର ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ, ୭ଟି ବହୁମୂଲ୍ୟ ପ୍ଲଟ, […]

Read More Text.

ବ୍ରହ୍ମପୁର ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍

ବ୍ରହ୍ମପୁର: ଆର ଆଣ୍ଡ ବି (R&B) ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁର ଓ ଭୁବନେଶ୍ବର ସମେତ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍‌। ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ସ୍ଥିତ ଘର ସହ ଅଫିସରେ ଚଢ଼ାଉ ଜାରି ରହିଛି। […]

Read More Text.

ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ

ଜେରୁଜେଲମ: ହମାସର ଗାଜା ମୁଖ୍ୟ ମହମ୍ମଦ ସିନଓ୍ବାରକୁ ନିପାତ କରିବା ପରେ ଇସ୍ରାଏଲୀ ସେନା ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରାଏଲୀ ସେନା (ଆଇଡିଏଫ୍) ଲେବାନନରେ ଏକ ବିମାନ ଆକ୍ରମଣରେ ଜଣେ ଶୀର୍ଷ ହିଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରିଛି। ଆଇଡିଏଫ୍ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛି ଯେ ଏହା ଦକ୍ଷିଣ ଲେବାନନରେ ହିଜବୁଲ୍ଲା କମାଣ୍ଡର ମହମ୍ମଦ ଅଲି ଜାମୋଲକୁ ହତ୍ୟା କରିଛି। ଆଇଡିଏଫ୍ ଅନୁଯାୟୀ, ଜାମୋଲ ଦକ୍ଷିଣ ଲେବାନନର ଡେର ଅଲ-ଜହରାନି […]

Read More Text.

ଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ଚଢାଉ, ଭଡ଼ାରେ ରଖୁଥିବା ମାଲିକଙ୍କ ପରିଚୟ ପତ୍ର ଯାଞ୍ଚ

ଜଳେଶ୍ୱର : ଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପୋଲିସ ଚଢାଉ । ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ସାହାବାଜିପୁର ଗାଁରେ ଚଢାଉ କରିଛି ପୋଲିସ । ଗତ ୨୫ ତାରିଖରେ ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁର ଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀ ପଶିଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ ।  ଅନ୍ୟପଟେ ଭୋଗରାଇ ବ୍ଲକ ସୀମାନ୍ତ ଗାଁରେ ଦିନକୁ ଦିନ ବାଲାଂ ଦେହଜୀବୀଙ୍କ ପ୍ରାଦୃଭାବ ବଢ଼ିବା ସହ ଗାଁରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇଥିଲା […]

Read More Text.

ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାରମାସୀ ଦଣ୍ଡା ସ୍ଥିତ ଘର ଭିତରେ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର। ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରୁ ଅଧାପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା କାରଣ ଜଣାପଡ଼ି ନାହିଁ। ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି। ଅନ୍ୟପଟେ ଏହି ଘଟଣାରେ ନିଆଁରେ ପୋଡ଼ିହୋଇ ଆହତ ହୋଇଛନ୍ତି ଶିଶିରଙ୍କ ପତ୍ନୀ। ଘରର ଆସବାବପତ୍ର ମଧ୍ୟ ପୋଡ଼ି […]

Read More Text.

ନିରୋଜ ପୋଥାଳଙ୍କ ଜନ୍ମଦିନରେ ୬୬ ୟୁନିଟ ରକ୍ତ ସଂଗ୍ରହ – ସମସ୍ତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ କଲେ ଆୟୋଜକ

ବାରିପଦା : ସମୟ ଅନୁସାରେ ଜନ୍ମଦିନ ପାଳନ କରିବାର ଧାରା ମଧ୍ୟ ବଦଳୁଛି I ସେହି ଧାରାରେ ଡଃ ନିରୋଜ କୁମାର ପୋଥାଳ ଗତବର୍ଷ ପରି ଏବର୍ଷ ମଧ୍ୟ ନିଜ ଜନ୍ମଦିନରେ ଏକ ରକ୍ତଦାନ ଶିବିରର ଆୟୋଜନ କରଥିଲେ I ନାରାୟଣ ସେବା ଟ୍ରଷ୍ଟ ଓ ରେଡ ଗ୍ରୀନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଓଡିଶା ରକ୍ତ ଭଣ୍ଡାର, ବାରିପଦା ରେ ଆୟୋଜିତ ଏହି ସ୍ବେଛାକୃତ ରକ୍ତଦାନ ଶିବିରକୁ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସମାଜସେବୀ ଅମର […]

Read More Text.