ବ୍ରିଟେନରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ବ୍ରିଟେନରେ ସମ୍ମାନ୍ନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ପୁଣି ବିଦେଶରେ ନିଜର ଚମକ ଦେଖାଇଲେ । ତେବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିନାମା ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇଛନ୍ତି । ବ୍ରିଟେନ୍ ୱେମାଉଥ ସହରରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି […]

Read More Text.

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ; ତାମିଲନାଡ଼ୁର ନେତା ତାମିଲରେ ହସ୍ତାକ୍ଷର କରନ୍ତି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାମେଶ୍ୱରମରେ ନୂତନ ପମ୍ବନ ରେଳ ସେତୁର ଉଦଘାଟନ କରିଛନ୍ତି। ଏହା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଭାଷା ବିବାଦକୁ ଉଗ୍ର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେକୁ ଟାର୍ଗେଟ କରିଥିଲେ। ଏମକେ ଷ୍ଟାଲିନଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତାମିଲନାଡୁର ମନ୍ତ୍ରୀମାନେ ତାମିଲ ଭାଷା ବିଷୟରେ ଗର୍ବର ସହିତ କଥା ହୁଅନ୍ତି, କିନ୍ତୁ ମୋତେ […]

Read More Text.

ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି: ସାମ୍ବାଦିକାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି ବଢ଼ିଥିବା ଚର୍ଚ୍ଚା ହେଉଛି। ସେବାୟତମାନଙ୍କର ଶ୍ରୀମନ୍ଦିରରେ ଦୌରାତ୍ମ ବଢ଼ିଯାଇଥିବା ଭକ୍ତମାନେ ଅନେକ ସମୟରେ ଅଭିଯୋଗ ଆଣିଛନ୍ତି। ସେବାୟତମାନେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଛାଡୁ ନାହାନ୍ତି। ଆଜି ଅପରାହ୍‌ଣରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସେବାୟତମାନେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଆକ୍ରମଣର ଜଣେ ସାମ୍ବାଦିକା ମଧ୍ୟ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥି ସହିତ ଜଣେ କ୍ୟାମେରାମ୍ୟାନ ମଧ୍ୟ ଆହତ ହୋଇ […]

Read More Text.

ଅପ୍ରେଲ୍‌ ୭ରେ କଳିଙ୍ଗ ଷ୍ଟାଡିୟମରେ ବିଶାଳ ଯୋଗ ମହୋତ୍ସବର ଆୟୋଜନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି (ସୋମବାର) ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଦବ ଏହି ଯୋଗ ମହୋତ୍ସବକୁ ଉଦଘାଟନ କରିବେ। ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ବିଶାଳ ସାଧାରଣ ଯୋଗ […]

Read More Text.

ରାମନବମୀରେ ଖୋଲିଲା ନୂଆ ପମ୍ବନ ବ୍ରିଜ, ପ୍ରଥମ ଥର ଗଡିଲା ରାମେଶ୍ବରମ ତାମ୍ବରମ ଟ୍ରେନ

ଚେନ୍ନାଇ : ରବିବାର ରାମନବମୀ ଅବସରରେ ଉଦ୍‌ଘାଟିତ ହୋଇଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ। ତାମିଲନାଡୁ ଗସ୍ତ ଅବସରରେ ନୂଆ ପମ୍ବନ ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମେଶ୍ବରମ-ତାମ୍ବରମ ନୂଆ ଟ୍ରେନ ସେବାକୁ ପତକା ଦେଖାଇ ଶୁଭାରମ୍ଭ କରିବା ପରେ ପମ୍ବନରେ ଦୌଡିଛି ଟ୍ରେନ  । ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । […]

Read More Text.

ବିଜେଡିରେ କିଏ ଏହି ବାହ୍ୟ ଶକ୍ତି?

ଭୁବନେଶ୍ବର: କିଏ ଏହି ବାହ୍ୟ ଶକ୍ତି? କାହା କଥାରେ ଚାଲୁଛି ବିଜେଡି? ଓ୍ବାକଫ୍ ବିଲକୁ ବିଜେଡିର ବିରୋଧ ନେଇ, ସଭାପତି ନବୀନ ଘୋଷଣା କଲା ପରେ, କାହିଁକି ବିଲକୁ ସମର୍ଥନ ଜଣାଇଲେ ସସ୍ମିତ୍ ? ଏନେଇ ଚାଲିଛି ବିଜେଡି ଭିତରେ ତର୍ଜମା । ସେପଟେ ଓ୍ବାକଫ୍ ବିଲକୁ ସସ୍ମିତ୍ ପାତ୍ରଙ୍କ ସମର୍ଥନ ପରେ, ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିର ଉଷ୍ମତାକୁ ବଜାୟ ରଖିଛି । ଏହାରି ଭିତରେ ବିଜେଡି ଉପରେ ବାହ୍ୟ ଶକ୍ତିର ପ୍ରକୋପ […]

Read More Text.

ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଘଡ଼ଘଡ଼ି ସହ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପୁଣି ଲଘୁଚାପ ସମ୍ଭାବନା । ୪୮ ଘଣ୍ଟା ଭିତରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଦକ୍ଷିଣପୂର୍ବ ବଙ୍ଗୋପସାଗରର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ସପ୍ତାହ ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ମଧ୍ୟ […]

Read More Text.

ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

ଭୁବନେଶ୍ୱର: ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କର ସମୟସୀମା । ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ। ଫଳରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି। କହିରଖୁଛୁ ଯେ, ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେୱାଇସି ଅପଡେଟ୍ ପାଇଁ ଡେଡଲାଇନ […]

Read More Text.

ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମୋତ୍ସବ; ୪ ମିନିଟ୍ ଯାଏଁ ସୂର୍ଯ୍ୟ ତିଳକ ଦେଖିଲେ ଶ୍ରଦ୍ଧାଳୁ

ଅଯୋଧ୍ୟା: ପବିତ୍ର ରାମନବମୀ । ପୂରା ଦେଶରେ ଉତ୍ସବର ମାହୋଲ । ରାମ ରସରେ ଡୁବିଲା ରାମନଗରୀ । ପ୍ରଭୁ ରାମଲଲାଙ୍କ ଜନ୍ମଦିନରେ ଅଯୋଧ୍ୟାରେ ଆନନ୍ଦ ଉଲ୍ଲାସ । ପୂର୍ବ ନୀତିନିର୍ଘଣ୍ଟ ଅନୁଯାୟୀ, ସକାଳ ସାଢ଼େ ୯ଟାରେ ରାମଲଲାଙ୍କ ସ୍ବତନ୍ତ୍ର ଅଭିଷେକ ହୋଇଥିଲା । ଏହା ପରେ ପ୍ରଭୁ ରାମଙ୍କୁ ଭବ୍ୟ ସୁଙ୍ଗାର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏକ ଘଣ୍ଟା ଧରି ଚାଲିଥିଲା । ମଧ୍ୟାହ୍ଣ ୧୨ଟାରେ ରାମଲାଲଙ୍କ ଭବ୍ୟ ସୂର୍ଯ୍ୟ ତିଳକ କରାଯାଇଛି । […]

Read More Text.

ପିଏମ୍‌ ଜନମନ ଯୋଜନା: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ପିଏମ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ। ବର୍ତ୍ତମାନ ସୁଦ୍ଧା ପିଏମ ଜନମନ ଯୋଜନାରେ ଓଡ଼ିଶା ପାଇଁ ୨୧୧.୧୪ କିଲୋମିଟର ଲମ୍ବ ୬୬ଟି ସଡ଼କ ପ୍ରକଳ୍ପ ଏବଂ […]

Read More Text.