ବଳାଙ୍ଗୀ ମହୋତ୍ସବ ଉଦଘାଟିତ , କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ 

ଓଡିଶୀ, ଛଉ, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ  ବାରିପଦା : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦଘାଟିତ ହୋଇ ଯାଇଛି. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବରେ ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୁଖ୍ୟ ଅତିଥି ଭାବରେ ଗୃହନିର୍ମାଣ ଏବଂ ନଗର ଉନ୍ନୟନ […]

Read More Text.

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଏବଂ ନ୍ୟାସନାଲ ଏସସି -ଏସଟି ହବ କନକ୍ଳେଭ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

ବାରିପଦା: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଏବଂ ଏସସି ଏସଟି ହବ କନକ୍ଳେଭ ସମ୍ପର୍କୀତ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ନିର୍ଦେଶକ ଶ୍ରୀ ମିଲୀନ୍ଦ ଧର୍ମାରାଓ ରାମଟେକେ, ଏମ ଏସ ଏମେ ଇ ଡି ଏଫ ଓ  କଟକର ଯୁଗ୍ମ ନିର୍ଦେଶକ ଶ୍ରୀ ପି କେ ଗୁପ୍ତା, ଭାରତ ସରକାରଙ୍କ ଏମ ଏସ ଏମ ଇ ମନ୍ତ୍ରାଳୟର […]

Read More Text.

ଜବରଦଖଲରେ ଚାଷ ଜମି

ଆଗରପଡ଼ା :ବନ୍ତ ତହସିଲ ଅନ୍ତର୍ଗତ ପୁରୁଷଣ୍ଢ ମୌଜାର ମୁଣ୍ଡଳୀ ଗ୍ରାମରେ ଥିବା ବିଟିପୁରର ଜନୈକ ଗ୍ରାମବାସୀଙ୍କ ଚାଷ ଜମି ଖାତା ନଂ୬୮୦ ଓ ପ୍ଲଟ ନଂ୫୩୮୮କୁ ଜନୈକ ବ୍ୟକ୍ତି ଗତ ତିନିବର୍ଷ ଧରି ଜବରଦଖଲରେ ରଖିଥିବାର ଅଭିଯୋଗ ହେଉଛି । ଜବରଦଖଲକାରୀ ଜଣଙ୍କ ନିଜ ଜମି ବୋଲି ଦର୍ଶାଇ ସରକାରୀ ମୁଗ ବିହନ ହାତେଇବା ସହ ମୁଗଚାଷ ନ କରି ମଧ୍ୟ ଆବଶ୍ୟକୀୟ ସରକାରୀ ସୁବିଧା ପାଉଥିବାର ଅଭିଯୋଗ ହେଉଛି । ଅନ୍ୟ ଜମିକୁ ନିଜ ଜମି […]

Read More Text.

ଡାଲା ଅଟୋକୁ ପିଟିଲା ହାଇୱା

ଆଗରପଡ଼ା :କଲରା ବୋଝେଇ ଡାଲା ଅଟେ । କୁ ଏକ ହାଇୱା ପଛରୁ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନାନୁଯାୟୀ,ଔପଦା ଅଂଚଳରୁ ଜନୈକ ଚାଷୀଙ୍କ କଲରାକୁ ବୋଝେଇ କରି ଅଟୋ ଆଗରପଡ଼ା ସାପ୍ତାହିକୀ ହାଟକୁ ଭୋର୍ ସମୟରେ ଆସୁଥିଲା । କାଣ୍ଡବା ସାଳନ୍ଦୀ ସେତୁ ଉପରେ ପଛରୁ ଦ୍ରୁତଗତିରେ ଏକ ହାଇୱା ଆସି ଅଟୋ କୁ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ଥାନାଧିକାରୀ ଶ୍ରୀକାନ୍ତ ପତି ହାଇୱାକୁ ପିଛା କରିଥିଲେ ମଧ୍ୟ ମୁଖ୍ୟ […]

Read More Text.

ମହାବିଷୁବ ସଂକ୍ରାନ୍ତି ଓ ନାମଯଜ୍ଞ ଅନୁଷ୍ଠିତ

ଆଗରପଡ଼ା :ଆଗରପଡ଼ା ସନ୍ନିକଟ ବର୍ତ୍ତନା ପଂଚାୟତ ମା’କନ୍ତିଆଶୁଣୀଙ୍କ ପୀଠରେ ୧୯ତମ ମହାବିଷୁବ ପଣା ସଂକ୍ରାନ୍ତି ଓ ନାମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ପୁଷ୍କରିଣୀରୁ ୧୧ ଗୋଟି କଳସ ଘଟଉତ୍ତୋଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ଅଶୋକ କୁମାର ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଦେବେନ୍ଦ୍ର ପଣ୍ଡା, ମାଳତୀ ପଣ୍ଡା କର୍ତା କାର୍ଯ୍ୟ ତୁଲାଇଥିଲେ । ମା’ଙ୍କୁ ଦୀର୍ଘ ଶହେବର୍ଷ […]

Read More Text.

ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ବିଇଓ ଓ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଡ଼ିଆ ନୋଡ଼ାଲ ଉପ୍ରା ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଚମ୍ପାବତୀ ଯେନାଙ୍କୁ ଜାତିଗତ ବିଭେଦ ଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ନେଇ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଆଡ଼ିଆ ଗ୍ରାମର ଗ୍ରାମବାସୀ,ଅଭିଭାବକ, ପରିଚାଳନା କମିଟି ସଭାପତି ଓ ସଭ୍ୟ/ସଭ୍ୟା ମଙ୍ଗଳବାର ଧାମନଗର ବ୍ଲକରେ ଆୟୋଜିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ […]

Read More Text.

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଇଡି ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅଭିଯୋଗଗୁଡ଼ିକର ବିଚାର ପାଇଁ […]

Read More Text.

ଓଡ଼ିଆ ସ୍ୱାଭିମାନକୁ ଜାଳି ଦିଆଗଲା : ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର : ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକରେ ଥିବା ପ୍ରତିମୂର୍ତ୍ତିକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଜୁ ବାବୁ ରାଜନୀତିରୁ ଉର୍ଦ୍ଧରେ ରହି ଓଡିଆଙ୍କ ପାଇଁ ଚିନ୍ତା କରି ଓଡିଶାର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ସେ ସମଗ୍ର ଓଡିଆ ଜାତି ପାଇଁ ଥିଲେ ଜନନେତା । ତାଙ୍କର ପ୍ରତିମୂର୍ତ୍ତିକୁ ଜାଳି ଦିଆଯିବା ପରେ ସାରା ରାଜ୍ୟରେ ଏହାର ବିରୋଧରେ ସ୍ୱର ଉଠିଛି । ଏହାକୁ ନେଇ ବିଧାନସଭାରେ ବିରୋଧି ଦଳର ଉପ ନେତା ତଥା […]

Read More Text.

କଟକ-ଭୁବନେଶ୍ବରରେ ପ୍ରବଳ ବର୍ଷା : ଆଗାମୀ ୪/୫ ଦିନ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ

ଭୁବନେଶ୍ବର ୧୫।୪: ଟୁଇନ୍‌ ସିଟିରେ କଳାହାଣ୍ଡିଆ ବର୍ଷା। କାଳବୈଶାଖୀ ରଚିଲା ତାଣ୍ଡବ। ଭୁବନେଶ୍ବର ଓ କଟକରେ ବର୍ଷା ସାଙ୍ଗକୁ ପବନ ହୋଇଛି। ସକାଳୁ ଖରା ପରେ ଅପରାହ୍ନ ନିର୍ଧୁମ ବର୍ଷା। ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା ଲାଗିରହିବ। ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, […]

Read More Text.

‘ଚୋରି ଶିଶୁପୁତ୍ର ମା’ କୋଳକୁ ଫେରି ଆସିବା ଖବର ଆଶ୍ବସ୍ତି ପ୍ରଦାନ କରିଛି’ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା’ କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି। ସମ୍ପୃକ୍ତ ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୁଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ […]

Read More Text.