Xx

ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଲଣ୍ଡନରୁ ଆସିଥିଲେ ସ୍ବାମୀ : ବିମାନ ଦୁର୍ଘଟଣାରେ ଜୀବନ ଦେଲେ

ଅହମଦାବାଦ, ୧୨।୬:ଅହମଦାବାଦ୍‌ ବିମାନ ଦୁର୍ଘଟଣାରେ ଲଣ୍ଡନ ନିବାସୀ ଭାରତୀୟ ବଂଶୋଦ୍ଭବ ଅର୍ଜୁନ ମନୁଭାଇ ପଟୋଲିଆ(୩୬) ପ୍ରାଣ ହରାଇଛନ୍ତି। ସେ ତାଙ୍କ ସ୍ତ୍ରୀ ଭାରତୀବେନ୍‌ ଏବଂ ୪ ଓ ୮ ବର୍ଷର ୨ ଝିଅଙ୍କ ସହ ଲଣ୍ଡନରେ ବସବାସ କରୁଥିଲେ। କିଛି ସପ୍ତାହ ତଳେ ଭାରତୀବେନ୍‌ଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ଗୁଜରାଟର ନିଜ ପୈତୃକ ଗ୍ରାମରେ ଅସ୍ଥି ବିସର୍ଜନ କରିବା ପାଇଁ ସେ ସ୍ବାମୀଙ୍କୁ ଅନୁରୋଧ କରିଥିଲେ। ସ୍ତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ଅର୍ଜୁନ ଗତ ସପ୍ତାହରେ […]

Read More Text.

ଲକ୍ଷେ ଟପିଲା ସୁନାଦର

ନୂଆଦିଲ୍ଲୀ,୧୪।୬: ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଲଗାତର ତୃତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇବା ସହ ୧୦ ଗ୍ରାମ ପ୍ରତି ଲକ୍ଷେ ଟପିଛି। ଜାତୀୟ ରାଜଧାନୀରେ ସୁନା ପ୍ରତି ୧୦ ଗ୍ରାମ ୧,୦୧,୫୪୦ ଟଙ୍କା ରେକର୍ଡ ସ୍ତରକୁ ପହଞ୍ଚିଛି। ଘରୋଇ ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ମୂଲ୍ୟ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ସୁନା ୧୦ ଗ୍ରାମ ୧,୦୦,୦୦୦ ଟଙ୍କା […]

Read More Text.
1749776354 rupani

ଦୁର୍ଘଟଣାଗ୍ରସ୍ତ ବିମାନର ଉଦଘାଟନ କରିଥିଲେ ରୂପାଣୀ, ୨ଥର ଟିକେଟ ବାତିଲ୍ କରି ଜୁନ୍ ୧୨କୁ ବାଛିଥିଲେ

ଅହମଦାବାଦ: ଅହମଦାବାଦରେ ହୃଦୟବିଦାରକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମ୍ପର୍କରେ ଆଉ ଏକ ଦୁଃଖଦ ସଂଯୋଗ ସାମ୍ନାକୁ ଆସିଛି। ଭାଗ୍ୟର ଖେଳ ଥିଲା ଯେ ରୂପାଣୀ ସେହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନରେ ଚଢ଼ିଥିଲେ। ପ୍ରକୃତରେ, ଏହା ରୂପାଣୀଙ୍କର ଲଣ୍ଡନକୁ ତୃତୀୟ ଟିକେଟ୍ ଥିଲା। ସେ ଭିନ୍ନ ଭିନ୍ନ କାରଣରୁ ଦୁଇଥର ତାଙ୍କ ଟିକେଟ୍ ବାତିଲ କରିଥିଲେ। ସମସ୍ତ କାମ ସରିବା ପରେ, ଶେଷରେ ସେ ଜୁନ୍ ୧୨ତାରିଖରେ ବୋଇଂ ୭୮୭ ଡ୍ରିମଲାଇନର୍ […]

Read More Text.
Gtzc2gcxoaacjyf

ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ: ସ୍ନେହାଶିଷ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ ନାମ ଘୋଷଣା କରିଛି। ଚଳିତ ବର୍ଷ ରାଜସ୍ଥାନର ମହେଶ କୁମାର ନିଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି, ଯେତେବେଳେ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି। ସ୍ନେହାଶିଷ […]

Read More Text.

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ: ମନ୍ତ୍ରୀ ରବି ନାରାୟଣ ନାୟକ

ଭୁବନେଶ୍ବର: ୨୦ ତାରିଖ ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୨୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ। ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ୨୦ ତାରିଖ ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ମନ୍ତ୍ରୀ […]

Read More Text.

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇଙ୍କୁ ଚିଠି

ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏଏସଆଇକୁ ଚିଠି ଲେଖିଛନ୍ତି। ରଥଯାତ୍ରା ସମୟରେ (ଆସନ୍ତା ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ) ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ଶେଷ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। ରତ୍ନଭଣ୍ଡାରର ଗୁରୁତ୍ବ ଦୃଷ୍ଟିରେ ଅଗ୍ରାଧିକାର ଭିତ୍ତିରେ କାମ ଶେଷ କରିବାକୁ କୁହାଯାଇଛି। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ […]

Read More Text.
1

ଯାଜପୁରରେ କଲେରା ଜୀବାଣୁ ଚିହ୍ନଟ: ଭୋଜି ନ କରିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

ଯାଜପୁର/ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ଶତାଧିକ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କଠାରେ ହଇଜା (କଲେରା) ଜୀବାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସତର୍କତା ଲାଗି ପରାମର୍ଶ ଦିଆଯାଇଛି। ସାମୂହିକ ସମାବେଶରେ ଭୋଜିର ଆୟୋଜନ ନ କରିବାକୁ ଜିଲ୍ଲା ପ୍ରଶାସନ କହିଛି । ଘରର ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । ଫୁଟା ଏବଂ ଫିଲଟର୍ କରାଯାଇଥିବା ପାଣି ପିଇବାକୁ ବି ପରାମର୍ଶ ଦିଆଯାଇଛି। ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ଦୃଷ୍ଟିରେ […]

Read More Text.
Img 20250613 wa0181

ସମ୍ବର୍ଦ୍ଧିତ ହେଲେ ଶିଶୁଶ୍ରମିକରୁ ଉଚ୍ଚଶିକ୍ଷା ଲାଭ କରୁଥିବା ୨ ଛାତ୍ର 

ବାରିପଦା :  ପରିବାରର ପ୍ରତିପୋଷଣ ପାଇଁ ଅନେକ ଶିଶୁ ଶ୍ରମିକ ଭାବେ ନିୟୋଜିତ ଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ନେତୃତ୍ୱରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ବିଦ୍ୟାଳୟରେ ହଷ୍ଟେଲ ଖୋଲାଯାଇ ଥଇଥାନ କରାଯାଇଥିଲା ।  ତନ୍ମଧ୍ୟରୁ ସାରସକଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ସୋମନାଥ ନାଏକ ଓ ଶାନ୍ତିଲତା ନାଏକଙ୍କ ପୁତ୍ର ମାନସ ଏବଂ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମର ଚୈତନ […]

Read More Text.

 ପୋଲିସ ଦ୍ବାରା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବାରିପଦା :    ଦିନକୁ ଦିନ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । କେଉଁଠି ଅଭାବ ଅନାଟନ,ଶାରିରୀକ ଓ ମାନସିକ ନିର୍ଯାତନା  ସହି ନ ପାରି ମହିଳାମାନେ ନିଜକୁ ଅସହାୟ ମନେକରି ଅକାଳରେ ଜୀବନ ହାରି ଦେଉଛନ୍ତି । ମୟୂରଭଂଜ ଜିଲ୍ଲାର  ଵିଜାତଳା ବ୍ଳକର ମୁଣ୍ଡାଠାକୁରା ଗ୍ରାମର ଜନୈକ ମହିଳା ରଶି ଲଗାଇ ଝୁଲି ପଡି ଜୀବନ ହାରିଥିବା ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ ମୁଣ୍ଡାଠାକୁରା ଗ୍ରାମର  କରିମ ବେହେରା ଙ୍କ ପତ୍ନୀ ନନ୍ଦିନୀ […]

Read More Text.
ଭ୨

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ମାତ୍ରାଧିକ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବାରିପଦା :    ତିରିଂ ପଞ୍ଚାୟତସମିତି ଅଧିନରେ ଥିବା ଗ୍ରାମପଞ୍ଚାୟତସ୍ତରରେ ଗ୍ରାମସଭା  ହୋଇ ପ୍ରକଳ୍ପଗୁଡିକ  ପଞ୍ଚାୟତ ସମିତିରେ ପାରିତ ହୋଇଥିଲା । ସରକାରଙ୍କ ଗାଇଡ ଲାଇନ ଏବଂ ଚିଠି ଅନୁସାରେ  ପଞ୍ଚାୟତ ସମିତି ୬୦ % ଏବଂ ବିଧାୟକ ୪୦% ହିସାବରେ ପ୍ରକଳ୍ପ ଗୁଡ଼ିକ ଭାଗବଣ୍ଟା ହେବା କଥା  । କିନ୍ତୁ ବିଧାୟକ  ପଞ୍ଚାୟତ ସମିତିକୁ କିଛି ନ ଜଣାଇ  ସମସ୍ତ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରିଛନ୍ତି  । ଏହାର ପ୍ରତିବାଦ ସ୍ବରୂପ ତିରିଂ ପଞ୍ଚାୟତ ସମିତିର […]

Read More Text.