Sta

ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର

ଜୟପୁର: ଜୟପୁର ଏୟାରପୋର୍ଟରେ ଘଟିଯାଇଛି ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର । ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ସୂଚନାଯୋଗ୍ୟ ଯେ, ଜୟପୁର ଏୟାରପୋର୍ଟରେ ହାବିଲଦାର ରାଜେଶ କୁମାର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଷ୍ଟେସନ ମ୍ୟାନେଜର ଚନ୍ଦୁ ବେହେରା । ଆହତ ହାବିଲଦାରଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷା ଯାଞ୍ଚକୁ ନେଇ ହାବିଲଦାରଙ୍କ ଉପରେ ଷ୍ଟେସନ ମ୍ୟାନେଜର ଆକ୍ରମଣ କରିଥିବା ନେଇ ଅଭିଯୋ ହୋଇଛି । ଘଟଣା ପରେ ସଦର ଥାନାରେ ଷ୍ଟେସନ ମ୍ୟାନେଜର ଅଟକ ଅଛନ୍ତି । ଏହି ଘଟଣା ପରେ ଏୟାରପୋର୍ଟରେ ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।

Read More Text.
Rew

ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ସିପିଇସି, ତ୍ରିପାକ୍ଷିକ ଆଲୋଚନା କଲା ଚୀନ

ଚୀନ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ। ଏଥିପାଇଁ ଆଫଗାନିସ୍ତାନ ସହମତି ଜଣାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର, ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି। ଇଶାକ ଦାର ୩ ଦିନିଆ ବେଜିଂ ଗସ୍ତରେ ଅଛନ୍ତି। ଅପରେସନ ‘ସିନ୍ଦୂର’ […]

Read More Text.
Mixcollage 21 may 2025 01 26 pm

ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି। ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିର ବିଲ୍ କରାଇଦେବା ନେଇ ମାଲିକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ତାଙ୍କର ଘର ସମେତ ବିଭିନ୍ନ […]

Read More Text.
Bjb college

ପ୍ରକାଶ ପାଇଲା ବିଜେବି +3 ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ଫାଇନାଲ ବର୍ଷ ପରୀକ୍ଷା ଫଳ। କଳାରେ ପାସ ହାର ୯୫.୫୫ ପ୍ରତିଶତ ରହିଥିବାବେଳେ ବିଜ୍ଞାନରେ ୯୬.୧୩ % ଓ ବାଣିଜ୍ୟରେ ୯୪.୬୦ ପ୍ରତିଶତ ପାସ ହାର ରହିଛି। ସୂଚନା ଅନୁଯାୟୀ, ବିଭାଗ ଟପ୍ପର ଭାବେ ବିଜ୍ଞାନର ମୋନାଲି ସାମଲ, ବାଣିଜ୍ୟରେ ବିଜୟାଲକ୍ଷ୍ମୀ ମକାଡାମ୍ ଓ କଳାରେ ଯୋଗେଶ୍ବର ଦାସ ରହିଛନ୍ତି।

Read More Text.
Pre

ଦୂରହେଲା ଦ୍ୱନ୍ଦ୍ୱ; ଏକକାଳୀନ ନିରବଚ୍ଛିନ୍ନ ଭାବେ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ନେଇହେବ ମାତୃତ୍ୱ ଛୁଟି

ଭୁବନେଶ୍ବର: ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

Read More Text.
Cm

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା; ଜୁନରୁ ମିଳିବ ୩୫୦୦ ଟଙ୍କା

ଭୁବନେଶ୍ବର: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢିଲା । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ ସରକାର । ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ , ସୋମନଙ୍କୁ ମଧ୍ୟ ଜୁନ୍ ମାସରୁ ମାସିକ […]

Read More Text.
Grdve ebaaati5m 750x430

ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ

ଭୁବନେଶ୍ୱରରେ ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ କରାଯାଇଛି । ୟୁନିଟ୍‍-୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ କରିଛି ସ୍କ୍ୱାଡ୍‍ । ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ୍‍ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ଏପର୍ଯ୍ୟନ୍ତ ୯୦ କ୍ୱାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଥିବା ବେଳେ ୧୧ଟିରେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ସ୍କ୍ୱାଡ୍‍ କହିଛି । ଉଚ୍ଛେଦ ବେଳେ କିଛି ଲୋକମାନେ ସ୍କ୍ୱାଡ୍‍ କୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Read More Text.
Image 2025 05 21t170424.791

ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ପୁରୀ: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଆସନ୍ତା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୌରପାଳିକା ଗ୍ରହଣ କରିଥିବା ପଦକ୍ଷେପର ସେ ସମୀକ୍ଷା କରିଛନ୍ତି । ବିଶେଷ କରି ପୁରୀ ହସ୍ପିଟାଲ ଛକରେ କ୍ରସ ଡ୍ରେନ ଗୁଡ଼ିକ କିଭଳି ସଫା କରାଯାଇଛି, ନାଳ, ନର୍ଦ୍ଦମାର ସ୍ଥିତି କିଭଳି ରହିଛ, ଦୀର୍ଘ ଦିନ ଧରି ପଡି କଳଙ୍କି ଖାଇଯାଇଥିବା ଲୁହା ସ୍ଲାବ୍ ଗୁଡ଼ିକର ପରିବର୍ତ୍ତନ, […]

Read More Text.
Ham

ଆତତାୟୀ ଗୁଳିରେ ଲଶ୍କର ସହପ୍ରତିଷ୍ଠାତା ଆମିର ହାମଜା ଗୁୁରୁତର

ପାକିସ୍ତାନର ଲାହୋରରେ ଆତତାୟୀଙ୍କ ଗୁଳିରେ ଲଶ୍କର-ଏ-ତୋଇବା(ଏଲଇଟି) ଆତଙ୍କବାଦୀ ସଂଗଠନର ସହପ୍ରତିଷ୍ଠାତା ଆମିର ହାମଜା ଗୁରୁତର ଆହତ ହୋଇଛି। ଅଜଣା ଆତତାୟୀ ଆମିରକୁ ଗୁଳି କରିଛନ୍ତି। ଦୁଇଦିନ ତଳେ ଲଶ୍କରର ଅନ୍ୟ ଜଣେ ଟପ୍ ଆତଙ୍କୀ ସୈଫୁଲ୍ଲା ଖଲିଦ ମଧ୍ୟ ଆତତାୟୀ ଗୁଳିରେ ନହିତ ହୋଇଥିଲା। ଦୁଇ ଦିନ ମଧ୍ୟରେ ଦୁଇ ଟପ୍‌ ଆତଙ୍କୀଙ୍କୁ ଆତତାୟୀ ଗୁଳି କରିବା ପରେ ଅନ୍ୟ ଆତଙ୍କୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆମିର ହାମଜା ଲଶ୍କର ଆତଙ୍କୀ ହାଫିଜ ସୟିଦର […]

Read More Text.
Sfd

୨୭ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ବିଜେଡିର ଜୋରଦାର ଆନ୍ଦୋଳନ । ବିଜେପି ସରକାରଙ୍କ ଉପରେ ଚାପ ପକାଇବାକୁ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି । ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ ଓବିସିଙ୍କୁ ୨୭ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରି ଆସୁଛି ବିଜେଡି । ସୂଚନା ଅନୁଯାୟୀ କିଛି ଦିନ ତରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୧୧.୨୫ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ […]

Read More Text.