Guj

ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ

ଗୁଜରାଟ : ଗୁଜରାଟରେ ବୁଧବାର ଏକ ବଡ ଅଘଟଣ ଘଟିଛି । ବଦୋଦରାରେ ଏକ ପୋଲ ହଠାତ୍‌ ଦୁଇ ଫାଳ ହୋଇ ଏକାଧିକ ଗାଡି ନଦୀକୁ ଖସି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ବଦୋଦରା ଓ ଆନନ୍ଦକୁ ଯୋଡୁଥିବା ମହୀସାଗରନଦୀରେ ତିଆରି ହୋଇଥିବା ପୋଲ ଖସି ପଡିଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି […]

Read More Text.
Soumya

ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ

କଟକ: ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ।  ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ଚାଲିବ ମାମଲା ।  ଏହା ସହ ଡିଏଫଓ ସଂଗ୍ରାମ ବେହେରାଙ୍କ ସହ ରୋଷେୟା ମନ୍ମଥଙ୍କ ନାମରେ ମଧ୍ୟ ଚାଲିବ ମାମଲା । ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।  ଟ୍ରାଏଲ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । […]

Read More Text.
Jagannath pradhan

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ। ଭୁବନେଶ୍ବର ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମରାଇବାରେ ତାଙ୍କର ଭୂମିକାକୁ ନେଇ ସେ ଗିରଫ ହୋଇଥିଲେ । ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଥିବା ବଳେ ଶେଷରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ । ତାଙ୍କ […]

Read More Text.
Img 20250707 wa0179

ନିମ୍ବଚାରା ରୋପଣ ଉପରେ ସଚେତନତା କାର୍ଯ୍ୟକ୍ରମ 

ବାରିପଦା –  ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଜୀଉଙ୍କ ବାହୁଡା଼ ଯାତ୍ରାରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ଏକ ନିମ୍ବଚାରା ରୋପଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସଂସ୍ଥାର ସଦସ୍ୟ ଓ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅମ୍ବିକା ମନ୍ଦିର ନିକଟରୁ ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ଫେରିଆସିଥିଲା I ଏହି ରେଲିକୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ […]

Read More Text.
Img 20250707 wa0175

ପିତାମାତାଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଆୟୋଜିତ 

ବାରିପଦା –  ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୬ ନଂ ୱାର୍ଡର ପୁରୁଣାହାଟସାହୀ ସ୍ଥିତ ନିଜ ବାସଭବନରେ ରାକେଶ କୁମାର ରଘୁବଂଶୀ ନିଜ ପିତା ସ୍ବର୍ଗତ ଭରତଲାଲ ରଘୁବଂଶୀ ଓ ମାତା ସ୍ୱର୍ଗୀୟା କମଳା ଦେବୀଙ୍କ ଶ୍ରାଦ୍ଧ ଦିବସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ଜନ୍ମଦିନ, ବିବାହ ବାର୍ଷିକୀରେ ବ୍ୟକ୍ତିଗତ ରକ୍ତଦାନ କରିବା ଅଥବା ଶିବିର ଆୟୋଜନ କରିବାର ପ୍ରଥା ଆରମ୍ଭ ହୋଇଥିଲାବେଳେ ପିତାମାତାଙ୍କ ଶ୍ରାଦ୍ଧ ଦିବସରେ […]

Read More Text.
Img 20250708 wa0155

୭ ଦଫା ଦାବି ନେଇ ଓଡ଼ିଶା ଡ଼୍ରାଇଭର ମହାସଂଘ ତରଫରୁ ଅଖ ଚକ ବନ୍ଦ ଡାକରା; ଯାତ୍ରୀ ହନ୍ତସନ୍ତ ଓ ପରିବହନ ସେବା ବିପର୍ଯ୍ୟସ୍ତ

ବାରିପଦା : ଦେଶର ପ୍ରଗତିରେ ଡ଼୍ରାଇଭର ମାନଙ୍କର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ଜନ୍ମ ସମୟରେ ଡାକ୍ତରଖାନାକୁ ବୁହା, ଡାକ୍ତରଖାନା,କଳକାରଖାନା,ପରିବହନ,  ଶିକ୍ଷାନୁଷ୍ଠାନ,ଖଣି ଖାଦାନ,ସରକାରୀ କାର୍ଯ୍ୟାଳୟ,ବେସରକାରୀ କାର୍ଯ୍ୟାଳୟ ସବୁଠି ଡ଼୍ରାଇଭରଙ୍କ ଆବଶ୍ଯକ ।କିନ୍ତୁ କୌଣସି ସରକାର ଡ଼୍ରାଇଭର ମାନଙ୍କ ସାମାଜିକ ସୁରକ୍ଷା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି ।ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।୭ ଦଫା ଦାବି ନେଇ ସେମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆଜି ମଙ୍ଗଳବାର ଠାରୁ ଆରମ୍ଭ କରିଛନ୍ତି ।ଯେ ପଯ୍ଯନ୍ତ […]

Read More Text.
Img 20250707 wa0237

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା- ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଗ୍ରାମସ୍ଥ ଏସ ଏସ ଡି ଉଚ୍ଚ ବାଳିକା ବିଦ୍ଯାଳୟରେ ୭୬ ତମ ବନ ମହୋତ୍ସବ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ବୃକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ  ଜ୍ୟୋତି ରଞ୍ଜନ ସେନାପତି, ପ୍ରକୃତି ବଂଧୁ ଲଳିତ ମହାନ୍ତ,ବନପାଳ ବିପିନ ଚନ୍ଦ୍ର ବେହେରା, ଵନପାଳିକା ମେନକା ନାଏକ,ଅର୍ଚ୍ଚନା କୁମାରୀ,ଏସଏମ ଏସ ତ୍ରିଲୋଚନ ରାୟ,ସଂଯୋଜକ ରଶ୍ମିରଞ୍ଜନ ମହାନ୍ତ,ବନରକ୍ଷୀ […]

Read More Text.
Img 20250708 wa0174

ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି, ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ 

ବାରିପଦା – ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ -୨୦୨୫ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ର ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି, ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ   ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ […]

Read More Text.
Pratrisruti book photo

‘ପ୍ରତିଶ୍ରୁତି’ର ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ

ବାରିପଦା: ମୟୂରଭଞ୍ଜର ବାରିପଦାରୁ ଦୀର୍ଘ ୪୩ବର୍ଷ ଧରି ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା ‘ପ୍ରତିଶ୍ରୁତି’ର ରଥଯାତ୍ରା ବିଶେଷାଙ୍କ ରଥଖଳାରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଲୋକାର୍ପିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୟୂରଭଞ୍ଜର ଜିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି, ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ତଥା ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ବିଶେଷ ଅତିଥି ଭାବେ […]

Read More Text.
Photo2 for the news of pathology lab

ବିନା କାଗଜକଲମରେ ଚାଲିଛି ପାଥୋଲାବ୍, ରୋଗୀଙ୍କ ଚିନ୍ତା ବଢାଉଛି ତ୍ରୁଟିପୂର୍ଣ୍ଣ ରିପୋର୍ଟ

ଆଗରପଡ଼ା :ବନ୍ତ ବ୍ଳକର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ବେଆଇନ୍ ପାଥୋଲାବ୍ ପରୀକ୍ଷାଗାର କାମକରୁଛି । କିନ୍ତୁ ବ୍ଳକର କେତୋଟି ପାଥୋଲାବ୍ ଲାଇସେନ୍ସ ପାଇଛନ୍ତି ତାହା ଅଜଣା ଥିବା ବେଳେ ପାଖାପାଖି ୧୦ରୁ ଉର୍ଦ୍ଧ ବେଆଇନ୍ ଭାବେ ଚାଲିଥିବା ଅଭିଯୋଗ ହେଉଛି । ବର୍ଷ ତମାମ ବେଆଇନ ଭାବେ ଚାଲିଥିବା ଏହି ପାଥୋଲାବ୍ ଗୁଡିକ ପ୍ରତି ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ଥିବାରୁ ତଦନ୍ତ ହେଉନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥଳେ ସରକାର ରାଜସ୍ୱ ହରାଉଥିବା […]

Read More Text.