ପାଇଖାନା ଟାଙ୍କି ସଫା କଲା ବେଳେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କଲେ ୨ ଶ୍ରମିକ

ନୂଆପଡ଼ା : ପାଇଖାନା ଟାଙ୍କି ଭିତରେ ଅଣନିଶ୍ବାସୀ ହୋଇ ଦୁଇ ଶ୍ରମିକ ମୃତ । ଏମିତି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ । ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଲସ ଖୋଲିବା ବେଳେ ଘଟିଛି ଅଘଟଣ । ପାଇଖାନା ଟାଙ୍କି ଭିତରକୁ ଫଲସ ଖୋଲିବାକୁ ଯାଇ ଦୁଇ ଜଣ ଶ୍ରମିକ ଅଣନିଶ୍ବାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି । ଖବରପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ […]

Read More Text.

ପାକିସ୍ତାନରେ ବନ୍ୟାର ତାଣ୍ଡବ : ୩୦୦ରୁ ଉର୍ଦ୍ଧ୍ବ ମୃତ, ଅନେକ ନିଖୋଜ

ପାକିସ୍ତାନ : ପାକିସ୍ତାନରେ ତାଣ୍ଡବ ରଚୁଛି ବନ୍ୟା । ଲଗାତାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଏହି କାରଣରୁ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି ।  ଯାହାର ସୂଚନା ପ୍ରାଦେଶିକ ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ, ବିଶେଷ କରି ପାକିସ୍ତାନର ଖାଇବର ପଖତୁନଖ୍ବାରେ ଗତ ଦୁଇ ଦିନ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯେଉଁଥି ପାଇଁ ବର୍ତ୍ତମାନ ମୃତ୍ୟୁହାର ୩୪୦ରେ ଆସି ପହଞ୍ଚିଛି । ଏହା ବ୍ୟତୀତ ଶହ ଶହ ମଧ୍ୟ  […]

Read More Text.

ରାହୁଲଙ୍କ ‘ଭୋଟ ଅଧିକାର ଯାତ୍ରା’ ଆରମ୍ଭ

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲିଠାରୁ ବିହାରରେ ‘ଭୋଟ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ବିହାର ପାଇଁ ନିର୍ବାଚନ କମିସନ (ଇସି)ଙ୍କ ଦ୍ବାରା ନିକଟରେ କରାଯାଇଥିବା ଭୋଟର ତାଲିକା ସମୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଆସୁଛନ୍ତି। ସୂଚନାଯୋଗ୍ୟ ବିହାରର ୬୫ ଲକ୍ଷ ଭୋଟର ଏହି ତାଲିକାରୁ ବାଦ ପଡିଛନ୍ତି। ଏହି ତାଲିକା ଚୂଡାନ୍ତ ନୁହେଁ ବୋଲି ଇସି ଦାବି କରୁଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ନେଇ ବିତର୍କ […]

Read More Text.
Images

ସରକାରୀ ଓ ବିରୋଧୀ ଦଳ ସମସ୍ତେ ସମାନ-ଇସିଆଇ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍‌ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ରବିବାର କରାଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ, ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୁବକ ଓ ଯୁବତୀ ଭୋଟର ହୋଇ ଭୋଟ ଦେବା ଉଚିତ୍‌ । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜିକରଣ ପରେ ହିଁ ଗଠିତ ହୁଏ […]

Read More Text.
Modi1

୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୧୧ ହଜାର କୋଟି ଟଙ୍କାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି  ।  ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦ୍ୱାରକା ଏକ୍ସପ୍ରେସୱେ ଏବଂ ଦିଲ୍ଲୀ ସେକ୍ସନର ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-୨ (UER-୨) ।  ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ହେଉଛି ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ସୁଗମ କରିବା, ଯାତ୍ରା ସମୟ ହ୍ରାସ କରିବା ଏବଂ ରାଜଧାନୀକୁ ଭିଡ଼ରୁ ମୁକ୍ତି ଦେବା । ଏହି କରିଡର ଦିଲ୍ଲୀକୁ ଟ୍ରାଫିକ୍ […]

Read More Text.
Jagdeep dhankhar

ଉପରାଷ୍ଟ୍ରପତି ନିର୍ବାଚନ: ମୁସଲିମ ନେତାଙ୍କୁ ଏନଡିଏ ପ୍ରାର୍ଥୀ କରିପାରେ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଏବେ ପ୍ରସ୍ତୁତି ଜୋରଦାର କରିଛି। ଆଗାମୀ ୯ ସେପ୍ଟେମ୍ବରରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। କିନ୍ତୁ ଏନଡିଏର ପ୍ରାର୍ଥୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏ ଗଠବନ୍ଧନରେ ପ୍ରାର୍ଥୀ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ବିହାରର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାମ ଆଲୋଚନାରେ ରହିଛି। ସେ ପୂର୍ବରୁ କେରଳର ରାଜ୍ୟପାଳ ଥିଲେ। ତାଙ୍କ ନିଷ୍ପତ୍ତି ଓ […]

Read More Text.
Usa india

ଝୁଲିଲା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି: ବାତିଲ୍ ହେଲା ବାଣିଜ୍ୟ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ: ଝୁଲିକି ରହିଛି ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି । ଏହାରି ଭିତରେ ନୂଆଦିଲ୍ଲୀରେ ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଷଷ୍ଠ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତି ପାଇଁ ଆମେରିକା ବାଣିଜ୍ୟ ଦଳର ଭାରତ ଗସ୍ତ ପୁନଃନିର୍ଦ୍ଧାରିତ ହେବାର ସମ୍ଭାବନା ରହିଛି […]

Read More Text.
Putin trump

ପୁଟିନଙ୍କ ସହ ସାକ୍ଷାତ ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ରୁଷ ପ୍ରତିପକ୍ଷ ପୁଟିନଙ୍କ ସହ ସାକ୍ଷାତ ପରେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଦିନ ୱାଶିଂଟନ ଗସ୍ତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିବେ ଜେଲେନସ୍କି । ହତ୍ୟା ଏବଂ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବା ନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଶନିବାର ଦିନ ଘୋଷଣା କରିଛନ୍ତି। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ […]

Read More Text.
ୁରୖ େନମ୍ନଦ 750x430

ବିଜେପି ନେତା ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ, କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ ସାଇନିଙ୍କ ପ୍ରେମିକା ଋତୁ ସାଇନିଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ପଚରାଉଚରା ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଋତୁ ତାଙ୍କ ସ୍ୱାମୀଙ୍କୁ ସଞ୍ଜୁଙ୍କଠାରୁ […]

Read More Text.
Jammu kashmir 1

ଜମ୍ମୁ କାଶ୍ମୀରର କଠୱାରେ ବାଦଲଫଟା ବର୍ଷା, ୪ ମୃତ ୬ ଆହତ

ଜମ୍ମୁ : କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଯାହାର ସୂଚନା ରବିବାର ଦିନ ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ, ପ୍ରବଳ ବର୍ଷା କାରଣରୁ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପୋଲିସ […]

Read More Text.