Ambulance

ଜଳିଗଲା ଆମ୍ବୁଲାନ୍ସ , ୩ ମୃତ

ଗୁଜରାଟ : ଗୁଜରାଟ ଅରବଲ୍ଲୀ ଜିଲ୍ଲାରେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହାଛଡା ଅନେକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଆମ୍ବୁଲାନ୍ସରେ ଥିବା ଡାକ୍ତର, ନର୍ସ, ଶିଶୁର ବାପା ଏବଂ ନବଜାତ ଶିଶୁଟି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି । ସର୍ଟ ସର୍କିଟ ହେବା ଯୋଗୁଁ ନିଆଁ […]

Read More Text.
Plane crash

କଙ୍ଗୋ ବିମାନବନ୍ଦରରେ ରନୱେରେ ଅବତରଣ ବେଳେ ବିମାନରେ ଲାଗିଲା ନିଆଁ

କଙ୍ଗୋ : କଙ୍ଗୋ ବିମାନବନ୍ଦରର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ଭାଇରଲ ହେଉଛି । ରନୱେରେ ଅବତରଣ କରିବା ସମୟରେ ବିମାନରେ ଅଗ୍ନିକାଣ୍ଡ ଘଟିଛି ।  ଯାହା ଭାଇରଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ କଙ୍ଗୋର ଜଣେ ସରକାରୀ ମନ୍ତ୍ରୀଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କୋଲୱେଜିର ରନୱେ ୨୯ରେ ଅବତରଣ କରିବା ସମୟରେ  ବିମାନର ପଛ ଭାଗରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣା ସମୟରେ ଦେଶର ଖଣି ମନ୍ତ୍ରୀ […]

Read More Text.
Iran ends visa entry

ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କଲା ଇରାନ

ଇରାନ : ଇରାନ ଯିବାକୁ ପ୍ଲାନ ଅଛି କି ? ଏଣିକି ଇରାନ ଗଲେ ଦରକାର ପଡ଼ିବ ଭିସା । କାହିଁକି ନା ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କରିଛି ଇରାନ । ୨୨ ନଭେମ୍ବର ୨୦୨୫ଠାରୁ ଏହା ଲାଗୁ ହେବ । ଚାକିରି ନାଁରେ ଇରାନକୁ ନେଇ ଭାରତୀୟଙ୍କୁ କିଡନାପିଂ କରାଯାଉଥିବା ଅଭିଯୋଗ ପରେ ଏଭଳି ନିଷ୍ପତ୍ତି ନେଇଛି ଇରାନ । ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏନେଇ ସତର୍କ କରାଇଥିଲା । […]

Read More Text.
Al falah

ଅଲ-ଫଲାହରେ ଇଡି ଚଢ଼ଉ

ନୂଆଦିଲ୍ଲୀ : ଅଲ-ଫଲାହରେ ଇଡି ଚଢ଼ଉ । ଆର୍ଥିକ ଅନିୟମିତତା ଅଭିଯୋଗରେ ଚଢ଼ାଉ । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ ମଧ୍ୟରେ ଅଲ-ଫଲାହ ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଓ ଅନ୍ୟ ୨୪ଟି ସ୍ଥାନରେ ଇଡି ଚଢ଼ଉ କରିଛି । ଦିଲ୍ଲୀ-ଏନସିଆର, ଓଖଲା ଅଞ୍ଚଳ ଏବଂ ହରିୟାଣାର ଫରିଦାବାଦ ସମେତ ୨୫ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଆର୍ଥିକ ଅନିୟମିତତାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ -ଇଡି ପିଏମଏଲଏ (PMLA) ମାମଲା ମଧ୍ୟ ରୁଜୁ କରିଛି […]

Read More Text.
Images (1)

ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେବେ ନୀତିଶ

ବିହାର: ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର । ଏଥିପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜଯ ପରେ ନୀତିଶ କୁମାର ଗୁରୁବାର ୨୦ ନଭେମ୍ବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ସବରେ ଯୋଗଦେବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ […]

Read More Text.
Umar

ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ, ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଭିଡିଓ କରି କହିଥିଲା ଉମର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମର ନବୀର ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର ନବୀ ଇଂଲିଶରେ ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ ବୋଲି କହୁଛି । ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର । ଘଟଣାର ୭ଦିନ ପରେ ଏହି ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର କହୁଛି ଯେ, ଲୋକମାନେ ବହୁତ ବଡ଼ ଭୁଲ୍ କରୁଛନ୍ତି, ସୁଇସାଇଡ ବମ୍ବିଂକୁ ଠିକ୍ ଭାବରେ ବୁଝିପାରିନାହାନ୍ତି […]

Read More Text.
Saudi bus

ସାଉଦି ଆରବ ବସ୍ ଦୁର୍ଘଟଣା: ଚାଲିଗଲା ହାଇଦ୍ରାବାଦର ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ

ହାଇଦ୍ରାବାଦ : ସାଉଦି ଆରବ ମଦିନାରେ ବସ୍ ଅଗ୍ନିକାଣ୍ଡ ଘଟଣାରେ ୪୨ ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ପିଢିଙ୍କ ଜୀବନଯାତ୍ରା ଶେଷ ହୋଇଛି । ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ । ଦୁର୍ଘଟଣାରେ ପରିବାରର ୧୮ ଜଣଙ୍କ ଜୀବନ ଚାଲିଯାଇଥିଲା । ହାଇଦ୍ରାବାଦର ମୁସିରାବାଦରେ ରହୁଥିବା ଶେଖ୍ ନସିରୁଦ୍ଦିନ୍ ଓ ତାଙ୍କ ପତ୍ନ ଅଖତର ବେଗମ୍ […]

Read More Text.
Waterfall 1 1

ଗୁମ୍ମାଝରଣ ଜଳପ୍ରପାତରେ ଭାସିଗଲେ ୨ ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର। ଉଭୟଙ୍କ କୋରାପୁଟ ଜିଲା ଜୟପୁରରେ। ମଙ୍ଗଳବାର କିଛି ପର୍ଯ୍ୟଟକ ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ସେଥି ମଧ୍ୟରୁ ୪ ଜଣ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି ଫେରି ଆସିଥିବା ବେଳେ ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ଭାସିଯାଇଥିଲେ। ଉଭୟଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଥିବା […]

Read More Text.
Sbp

ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ ।  ସମ୍ବଲପୁର ଟାଉନ ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ହୋଇଛି ।  ଦୁଇ ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ  l  ଏହି ଘଟଣାରେ ୩ଜଣ ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଛି  l  ଭିଏସଏସ ମାର୍ଗ ଠାରେ ବ୍ରାଉନ ସୁଗର କାରବାର କରୁଥିବା ବେଳେ ପୋଲିସ ମାଡି ବସିଥିଲା ।  କୋଲକାତାରୁ ଏହି ବ୍ରାଉନସୁଗର ଅଣାଯାଇଥିଲା  l  ଏହି ବ୍ରାଉନ […]

Read More Text.
Scb

ଏସସିବିରେ ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ !

କଟକ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼ ଡାକ୍ତରଖାନାର ଆଇସିୟୁ ଓ୍ବାର୍ଡ ଭିତରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ମଙ୍ଗଳବାଗ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଗତ ରବିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଆଇସିୟୁରେ ଥିବା ସମୟରେ ଜଣେ ଯୁବକ […]

Read More Text.