Delhi 3

ଅଟା ମେସିନରେ ବୋମା ତିଆରି କରୁଥିଲା ଆତଙ୍କୀ ମୁଜାମ୍ମିଲ

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବଡ଼ ସୁରାକ ମିଳିଛି । ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ଗଣାଇ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା କଳ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ । ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ଏହି ମିଲ୍ ଏବଂ ଯନ୍ତ୍ରପାତି ଜବତ କରିଥିଲା । ଜମ୍ମୁ-କାଶ୍ମୀରର ପୁଲୱାମାର ବାସିନ୍ଦା ଗଣାଇ ଫରିଦାବାଦର ଏକ ଭଡା ଘରେ […]

Read More Text.
Al falah

ମହମ୍ମଦ ସିଦ୍ଦିକିଙ୍କ ଘର ଉପରେ ବୁଲିବ ବୁଲଡୋଜର, ୩ ଦିନରେ ଖାଲି କରିବାକୁ ନୋଟିସ

ନୂଆଦିଲ୍ଲୀ : ଅଲ୍-ଫଲାହ ୟୁନିଭର୍ସିଟି ମାଲିକଙ୍କ ଘର ଉପରେ ବୁଲିବ ବୁଲଡୋଜର । ଭାଙ୍ଗିବ ମଧ୍ୟପ୍ରଦେଶରେ ଥିବା ପୈତୃକ ଘର । ଘର ଭାଙ୍ଗିବାକୁ ଜାରି ହେଲା ନୋଟିସ । ଆତଙ୍କବାଦ ଓ ଠକେଇ ତଦନ୍ତ ମଧ୍ୟରେ ଉଚ୍ଛେଦ ନୋଟିସ୍ ଜାରି ହୋଇଛି । ମଧ୍ୟପ୍ରଦେଶର ମହୋ କ୍ୟାଣ୍ଟନମେଣ୍ଟ ବୋର୍ଡ (MCB) ଅଲ୍- ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମହମ୍ମଦ ଜାୱାଦ ଅହମ୍ମଦ ସିଦ୍ଦିକିଙ୍କ ପୈତୃକ ଘର ଭାଙ୍ଗିବା ପାଇଁ ନୋଟିସ୍ ଜାରି କରିଛି । ମୁକେରୀ ମୋହଲ୍ଲାରେ ଥିବା […]

Read More Text.
Boiler

ଅଠା ଫ୍ୟାକ୍ଟ୍ରିରେ ବଏଲର ବିସ୍ଫୋରଣ: ୧୫ ମୃତ

ଲାହୋର : ପୂର୍ବ ପାକିସ୍ତାନର ଏକ ଅଠା ଫ୍ୟାକ୍ଟ୍ରିରେ ବଏଲର ବିସେ୍ଫାରଣ ହୋଇଛି । ଏହି ଘଟଣାରେ ଅତିକମରେ ୧୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଫ୍ୟାକ୍ଟ୍ରି ମ୍ୟାନେଜରକୁ ଗିରଫ କରାଯାଇ ମାଲିକଙ୍କୁ ଖୋଜା ଚାଲିଛି । ବିସ୍ଫୋରଣ ହେବା ପରେ ମାଲିକ ଘଟଣା ସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି । ତେବେ ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, […]

Read More Text.
Jail arrested arrest prison2

ଜମି ଠକେଇ ଅଭିଯୋଗ: ଯବାନ ଗିରଫ

ଭୁବନେଶ୍ୱର:  ଭୁବନେଶ୍ୱରରେ ଜମି ଠକେଇ ମାମଲାରେ ଯବାନଙ୍କୁ ବାନ୍ଧିଛି ପୁଲିସ । ଏସଏସବି ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା । ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏସଏସବି ଯବାନଙ୍କୁ ଗିରଫ କରିଛି ପୁଲିସ । ପୂର୍ବରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ ସଚିତ୍ର ସେନାପତି ।

Read More Text.
୧୨

ବିହାରରେ ଏନଡିଏର ବିପୁଳ ବିଜୟ ପରେ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିହାରରେ ଏନଡିଏର ବିପୁଳ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଞ୍ଚିଛନ୍ତି । ଧର୍ମେନ୍ଦ୍ରଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ବିହାର ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି । ବିହାରରେ ଲଗାତାର ୨୦ବର୍ଷ ଶାସନ ପରେ ବି ପୁଣି ଥରେ ଏନଡିଏ ବିଜୟୀ ହୋଇଛି । ଏହି ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି […]

Read More Text.
Whatsapp image 2025 11 21 at 10.51.30 am 1068x732

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ଆଜି ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ । ଏହି ଅବସରରେ ଓଡ଼ିଶା ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏବଂ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ଗଣ । ଏକ୍ସରେ ମୁଖ୍ୟମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ […]

Read More Text.
୧

ନଭେମ୍ବର ୨୮ ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ ମାଟ୍ରିକ୍‌ ଛାତ୍ରଛାତ୍ରୀ

କଟକ: ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି ପାଇଛି। ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୮ରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବୋର୍ଡ ୱେବସାଇଟ୍‌ www.bseodisha.ac.in ରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ନଭେମ୍ବର ୨୨ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଫର୍ମ ପୂରଣର […]

Read More Text.
Srimandira

ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୫ ହଜାର ଟଙ୍କାକୁ ବୃଦ୍ଧି ହେଲା ବରିଷ୍ଠ ସେବାୟତଙ୍କ ପେନସନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।  ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ଚାରି ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। କାଠ ରାମ୍ପ ଡିଜାଇନରେ ପରିବର୍ତ୍ତନ କରାଯିବ। ତ୍ରୁଟି ଶୂନ୍ୟ ଦର୍ଶନ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପରିଚାଳନା କମିଟି […]

Read More Text.
Whatsapp image 2025 11 21 at 1.54.23 pm 1068x520

ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ, ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର :  ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ । ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ।  ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର ।  ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ । SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ ।  ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ କାପାବିଲିଟି ସେଣ୍ଟର  । କାପାବିଲିଟି ସେଣ୍ଟର ପାଇଁ ଆସିବ ହଜାରେ କୋଟିର ପୁଞ୍ଜିନିବେଶ ।  ଜଳ ପ୍ରଦୂଷଣ […]

Read More Text.
Bngl1

ଜବରଦଖଲ ହଟାଓ ଅଭିଯାନ: ଘର ଛାଡିଲେ ବାଂଲାଦେଶୀ

ଜଗତସିଂହପୁର: ବାଂଲାଦେଶୀ ହଟାଓ ଅଭିଯାନ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇ ଭାବରେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗାଯାଉଛି । ଫଳରେ ବେହେରାମପୁର ନିକଟରେ ସରକାରୀ ଜାଗାକୁ ଜବରଦଖଲ କରି ରହିଥିବା ବାଂଲାଦେଶୀ ବସ୍ତି ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି । ନିଜେ ତିଆରି କରିଥିବା ଘର ନିଜେ ଭାଙ୍ଗିଲେ ଜବରଦଖଲକାରୀ ।

Read More Text.