ସୋମବାର ଶପଥ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ। ଅନ୍ୟପଟେ ବର୍ତ୍ତମାନର ସିଜେଆଇ ଭୂଷଣ ରାମକୃଷ୍ଣ ଗବଇଙ୍କର ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା। ତାଙ୍କର ଅବସରଗ୍ରହଣ ତାରିଖ ନଭେମ୍ବର ୨୩ […]

Read More Text.

ଧାରାଭିରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ କୁଡ଼ିଆ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ

ମୁମ୍ବାଇ : ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର ରେଷ୍ଟୁରାଣ୍ଟ ନିକଟରେ ଥିବା ପ୍ଲଟ୍ ନମ୍ବର ୧ର ନଭରଙ୍ଗ କମ୍ପାଉଣ୍ଡରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ଅନେକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା […]

Read More Text.

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ମାଓଦମନ

ଭୁବନେଶ୍ବର: ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି । ଡିଜିପି କହିଛନ୍ତି ଯେ ଅସ୍ତ୍ର ଛାଡି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ ରହିଛି । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସ୍ୱତନ୍ତ୍ର ପଲିସି କରାଯାଇଛି । […]

Read More Text.

ଭଦ୍ରକରେ ୧୦୧ କୋଟି ବ୍ୟୟରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦୋବଲ: ଭଦ୍ରକ ଜିଲା ଧାମନଗରରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସକାଳ ୯ ଟାରେ ଧାମନଗର ବଜାରରୁ ମୋଟର ସାଇକେଲ ପଟୁଆରରେ ଆସି  ଐତିହାସିକ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଗୋହିରାଟିକିରିରେ ପହଞ୍ଚିଥିଲେ। ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିକଟସ୍ଥ ମଠ ପରିଦର୍ଶନ କରିଥିଲେ। ଏହାପରେ ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ମହାନ ସ୍ବାଧୀନତା ସଂଗ୍ରାମୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ […]

Read More Text.

ବାରବାଟୀ ଷ୍ଟାଡିୟମରେ ଅଢ଼େଇ ହଜାର ସିଟ୍ କମାଇଲା ଓସିଏ

କଟକ : ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା । ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା ଅଢ଼େଇ ହଜାର ସିଟ୍ କମାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୧୯ ଇଞ୍ଚରୁ ୨୨ ଇଞ୍ଚକୁ ବୃଦ୍ଧି କରାଗଲା ସିଟ ଗୁଡ଼ିକର ଚଉଡା। କମିଶନରେଟ ପୋଲିସର ପରାମର୍ଶ ପରେ ସିଟ କମାଇଲା ଓସିଏ ।  ଷ୍ଟାଡିୟମ୍ ପୁରୁଣା ହୋଇ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା କମାଇବା ପାଇଁ କହିଥିଲେ କମିଶନରେଟ ପୋଲିସ । କମିଥିବା ସିଟ ସଂଖ୍ୟାକୁ […]

Read More Text.

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ: ବିଜୟ କେତନ ବିଶ୍ୱାଳ ଶ୍ରେଷ୍ଠ ଏଫଏମୟୁ

ବିଶୋଇ: ଓଡ଼ିଶା  ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ବନାଞ୍ଚଳ । ଉନ୍ନୟନ ପ୍ରକଳ୍ପ ଭା ଭାଗ-୨ର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପିସିସି ଏଫ ସୁରେଶ ସୁରେଶ ପନ୍ତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ମଣଦା ବନାଞ୍ଚଳର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ  ସଂଯୋଜକ  ବିଜୟ  କେତନ ବିଶ୍ବାଳଙ୍କୁ ସମ୍ମାନିତ କରାଯାଇଥିଲା । ଓଡ଼ିଶା ସରକାରଙ୍କର ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ବନାଞ୍ଚଳ […]

Read More Text.
Low pressure

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ହୋଇପାରେ ଆହୁରି ଘନୀଭୂତ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ ।  ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପକୂଳ ଠାରୁ ଏହା ବହୁ ଦୂରରେ ରହିଛି ।  ଏହା ଆହୁରି ଘନୀଭୂତ ହେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ ନଭେମ୍ବର ପାଖାପାଖି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ।  […]

Read More Text.
Accident1

ଵସ-ସ୍କୁଟି ମୁହାଁମୁହିଁ, ୨ ମୃତ

ଚାନ୍ଦବାଲି: ଭଦ୍ରକ- ଚାନ୍ଦବାଲି ରାସ୍ତାର କମାରିଆ ଛକରେ ଵସ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ।  କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ।  ପୀରହାଟ ଥାନା କମାରିଆ ଛକରେ ଏକ ଘରୋଇ ଵସ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ସ୍କଟିରୁ ୨ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ । ଆଉ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।  ମୃତକଙ୍କ ଭିତରୁ ଜଣେ ତିହିଡି ବ୍ଲକ ଅଧ୍ୟାକ୍ଷାଙ୍କ ଭାଇ ବୋଲି ଜଣାପଡିଛି […]

Read More Text.
Sand

ଏଣିକି ଶସ୍ତା ହେବ ବାଲି ଦର, ସରକାର ଲାଗୁ କରିବେ MSP

ଭୁବନେଶ୍ବର: ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ ।  ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ ।  ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି ।  ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ । ଏହାସହ ଏଣିକି ବାଲି ଗଚ୍ଛିତ କରି […]

Read More Text.
Images

ବାପା ଓ ସାବତ ମାଆକୁ ହତ୍ୟା କଲା ପୁଅ

କଟକ: କଟକରେ ଡବଲ ମର୍ଡର ।  ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ହତ୍ୟାକାଣ୍ଡ ଘଟିଛି ।  ମୃତକ ହେଲେ ଦୀପକ କୁମାର ଦାସ ଓ ରିତାରାଣୀ ଦାସ ।  ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା ।  ଗତକାଲି ରାତିରେ ବାପା ମାଆଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ଏଥିରେ ରାଗିଯାଇ ଆଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ […]

Read More Text.