33

ଘାତକ ସାଜିଛି କଫ୍ ସିରପ୍ : କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ : ଘାତକ ସାଜିଛି କଫ୍ ସିରପ୍। ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ ୪ଟାରେ ସବୁ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଏବଂ ଡ୍ରଗ୍ସ କଣ୍ଟୋଲରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ନେଇ ସୂଚନା ମିଳିଛି। ସେପଟେ ଅଧିକାଂଶ ରାଜ୍ୟ ଏବେ କଫ୍ ସିରପ୍ କୁ ବ୍ୟାନ୍ କରିଛନ୍ତି। କେରଳ […]

Read More Text.
Earthquake

ଜାପାନରେ ଭୂମିକମ୍ପ; ତୀବ୍ରତା ୬.୦

ଜାପାନ : ପାକିସ୍ତାନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଯାହାର ତୀବ୍ରତା ୬.୦ । ଭୂକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଗତକାଲି ରାତିରେ ଜାପାନର ହୋନସୁର ପୂର୍ବ ଉପକୂଳ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଭୂକମ୍ପର ଅକ୍ଷାଂଶ ୩୭.୫E ଏବଂ ଦ୍ରାଘିମା ୧୪୧.୫୨N ରହିଥିବା NSC ’X’ରେ ପୋଷ୍ଟ କରିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Read More Text.
Cuttack

ଦରଘାବଜାରରେ ଶୋଭାଯାତ୍ରା ଅଟକାଇବାରୁ ଉତ୍ତେଜନା

କଟକ: କଟକ ଦରଘାବଜାରରେ ଉତ୍ତେଜନା । ଶୋଭାଯାତ୍ରାକାରୀଙ୍କୁ ଘଉଡାଇବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଜାରି ।  ଦରଘାବଜାରରେ ବିଭିନ୍ନ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା ବେଳେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଆସନ୍ତାକାଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ପୂର୍ବରୁ ବିଶାଳ ଶୋଭାଯାତ୍ରା କରାଯାଉଛି । ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷକୁ ନେଇ ଏହି ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ ।  ସେପଟେ ଭାଇଚାରାର ସହରକୁ ଫେରୁଛି […]

Read More Text.

କାଲିଠାରୁ ୪ ଦିନିଆ ନୂଆପଡା ଗସ୍ତ କରିବେ ଭକ୍ତ ଦାସ, ଖରିଆର ରୋଡ଼ରେ ହେବ ନ୍ୟାୟ ସମାବେଶ

ନୂଆପଡା: ଆସନ୍ତା କାଲିଠାରୁ ୪ଦିନିଆ ନୂଆପଡା ଗସ୍ତରେ ଯିବେ ପିସିସି ସଭାପତି ଭକ୍ତ ଚରଣ ଦାସ। ଖରିଆର ରୋଡ଼ରେ ନ୍ୟାୟ ସମାବେଶ କରିବେ ଭକ୍ତ।  ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି। ଭକ୍ତଦାସ କହିଛନ୍ତି, ଘାସିରାମ ୪ଥର ନିର୍ବାଚନ ହାରିଛନ୍ତି ।  ଏଥର ନିଶ୍ଚୟ ଜିତିବେ।  ନିର୍ବାଚନ ପାଇଁ ସମସ୍ତ ବିଧାୟକ ନୂଆପଡାରେ ରହିବେ। ଜଣେ ବିଧାୟକଙ୍କୁ ଦୁଇ ଦୁଇଟା ଜୋନର ଦାୟିତ୍ବ ଦିଆଯିବ। ନୂଆପଡାରେ କଂଗ୍ରେସ ନିଶ୍ଚୟ ଜିତିବ ବୋଲି ଭକ୍ତ ଦାସ […]

Read More Text.
Images

ବରୁଣେଇରେ ବାରହା ଆତଙ୍କ: ୩ ପର୍ଯ୍ୟଟକ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବରୁଣେଇରେ ରବିବାର ବାରହା ଆତଙ୍କ ଦେଖିବାକୁ ମିଳିଛି। ବରୁଣେଇ ପୀଠରେ ଏକ ବାରହା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ରବିବାର ଛୁଟିଦିନ ଥିବାରୁ ବରୁଣେଇକୁ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ପୀଠରେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ସମୟରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି […]

Read More Text.

ସହିଦ୍‌ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ସହିଦ୍ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଧାନସଭା ପରିସରରେ ଥିବା ବାଜି ରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା , ଯୁବ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଏବଂ ସାମାଜିକ କର୍ମୀ ମଧ୍ୟ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ […]

Read More Text.
Cough

ବରଗଡ଼ରୁ ଜବତ ହେଲା ଘାତକ କଫ ସିରପ୍‌

ଭୁବନେଶ୍ବର : ମଧ୍ୟପ୍ରଦେଶ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ପହଞ୍ଚିଥିବା ଘାତକ କୋଲ୍ଡ ରିଫ୍‌କୁ ନେଇ ତନାଘନା ଆରମ୍ଭ କରିଛି ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ। ଏହି କଫ ସିରପ୍‌ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ପୁଡୁଚେରୀକୁ ଗତ ଅଗଷ୍ଟ ମାସରେ ଆସିଥିଲା। ଓଡ଼ିଶାର ବରଗଡ଼କୁ ୧୩୦ଟି କଫ ସିରପ୍‌ ଆସିଥିଲା। ମାତ୍ର ସେଗୁଡ଼ିକ ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ ଔଷଧ ଦୋକାନକୁ ଯୋଗାଣ […]

Read More Text.
11644307an1

ଟଙ୍କା ଉଧାରକୁ ନେଇ ଭୁଜାଲି ମାଡ: ୩ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍  ଚାଉଁରିଆପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ୨ ହଜାର ଟଙ୍କା ଧାରକୁ ନେଇ ଭୁଜାଲି ମାଡ଼ ହୋଇଛି।  ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୂରପେଟା ଗାଁର ହରି ପ୍ରଧାନ ଙ୍କ ପୁଅ ବିଷ୍ଣୁ ପ୍ରଧାନ (୨୨) ବାଗେଡିଆ ଥାନା ଅନ୍ତର୍ଗତ ଚାଉଁରିଆପାଳ ଗାଁର ବବ୍ଲୁ ନାମକ ଜଣେ ବ୍ୟକ୍ତିଙ୍କୁ […]

Read More Text.
Odisha cm mohan

କାଲି ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ମିନିଷ୍ଟାଡିଅମରେ ଆୟୋଜିତ ହେବ ସାଧାରଣ ସଭା

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ଉପରେ ବିଜେପିର ଫୋକସ୍ ।  ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୁର୍ବରୁ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ ।  କାଲି ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ନୂଆପଡା ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ ରହିଛି । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ଦାବିକରିଛନ୍ତି […]

Read More Text.
Crackers

ବାଣ ଭିଡିବା ବେଳେ ବିସ୍ଫୋରଣ, ଦୁଇ ଆହତ

ମୟୂରଭଞ୍ଜ : ବାଣ ଭିଡିବା ବେଳେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଦୁଇ ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବାଛୁରୀପଡା ଗାଁରେ ବିସ୍ଫୋରଣ ହୋଇଛି  । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି  । ଦୁଇ ଭାଇ ମିଶି ବାଣ ପ୍ରସ୍ତୁତି କରୁଥିଲେ । ବିସ୍ଫୋରଣ ହେବାରୁ ଜଣେ ଆହତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଅନୀଲ ଦାସ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ […]

Read More Text.