ଖଡିଆଶୋଳ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ;  ମୁଣ୍ଡ ଓ କାଖରେ ଗରା ଗଗରା ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

ବାରିପଦା : ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି ।ଚାରିଆଡେ ନଈ,ନାଳ, ପୋଖରୀ,ମଞ୍ଜୁରୀ ଶୁଖିଲା ବେଳେ ଅଧିକାଂଶ ନଳକୂପ ଅଚଳ ।ବାମନଘାଟୀ ଉପଖଣ୍ଡ ଅଂଚଳ ପାହାଡ଼,ବଣ, ଜଙ୍ଗଲ ଘେରା ।ଚାରିଆଡେ ଜଳ ପାଇଁ  ହା କାର । ସରକାର କହୁଛନ୍ତି ପାଣି ବୁନ୍ଦେ ପାଇଁ କେହି ଯେମିତି ଡହଳ ବିକଳ ନ ହୁଅନ୍ତି । ସେଥିପାଇଁ ହର‌ ଘର ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗାଁ ରେ ପାଣି ଟାଙ୍କି ନିର୍ମାଣ […]

Read More Text.

ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ, ମୋଟ ୯୨ ଟି ଅଭିଯୋଗ ର ହେଲା ଶୁଣାଣୀ

ବାରିପଦା : ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲି, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଣି ଓ ଉପଖଣ୍ଡ ଆରକ୍ଷୀ […]

Read More Text.

ବିଦ୍ୟୁତ ସେବା ରୁ ବଞ୍ଚିତ ସୁରୁ ମୁଣ୍ଡା, ଶେଷରେ ଉପଜିଲ୍ଲାପାଳ ଙ୍କ ଦୁଆରସ୍ଥ ହେଲେ 

ବାରିପଦା: ମୟୂରଭଞ୍ଜ ଜିଲ୍ଲାର  ବିଜାତଳା ବ୍ଲକର ଦୁର୍ଗମ ଅଂଚଳ ମାଣିକପୁର ପଂଚାୟତ ଅନ୍ତର୍ଗତ ନୂଆଗାଁର ସୁରୁ ମୁଣ୍ଡାଙ୍କୁ  ନିଜ ଘରେ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଟିପିଏନଓଡିଏଲର ଅନୁଭବ ସେବା କେନ୍ଦ୍ର ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ l ଏହା ପରେ ଟଙ୍କା ମଧ୍ୟ ପୈଠ କରିଥିଲେ l  ମାତ୍ର କୌଣସି ସୁଫଳ ନ ମିଳିବାରୁ  ସୁରୁ ମୁଣ୍ଡା ବହୁବାର ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ […]

Read More Text.

ବଳାଙ୍ଗୀ ମହୋତ୍ସବ ଉଦଘାଟିତ , କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ 

ଓଡିଶୀ, ଛଉ, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ  ବାରିପଦା : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦଘାଟିତ ହୋଇ ଯାଇଛି. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବରେ ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୁଖ୍ୟ ଅତିଥି ଭାବରେ ଗୃହନିର୍ମାଣ ଏବଂ ନଗର ଉନ୍ନୟନ […]

Read More Text.

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଏବଂ ନ୍ୟାସନାଲ ଏସସି -ଏସଟି ହବ କନକ୍ଳେଭ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

ବାରିପଦା: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଏବଂ ଏସସି ଏସଟି ହବ କନକ୍ଳେଭ ସମ୍ପର୍କୀତ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ନିର୍ଦେଶକ ଶ୍ରୀ ମିଲୀନ୍ଦ ଧର୍ମାରାଓ ରାମଟେକେ, ଏମ ଏସ ଏମେ ଇ ଡି ଏଫ ଓ  କଟକର ଯୁଗ୍ମ ନିର୍ଦେଶକ ଶ୍ରୀ ପି କେ ଗୁପ୍ତା, ଭାରତ ସରକାରଙ୍କ ଏମ ଏସ ଏମ ଇ ମନ୍ତ୍ରାଳୟର […]

Read More Text.

ଜବରଦଖଲରେ ଚାଷ ଜମି

ଆଗରପଡ଼ା :ବନ୍ତ ତହସିଲ ଅନ୍ତର୍ଗତ ପୁରୁଷଣ୍ଢ ମୌଜାର ମୁଣ୍ଡଳୀ ଗ୍ରାମରେ ଥିବା ବିଟିପୁରର ଜନୈକ ଗ୍ରାମବାସୀଙ୍କ ଚାଷ ଜମି ଖାତା ନଂ୬୮୦ ଓ ପ୍ଲଟ ନଂ୫୩୮୮କୁ ଜନୈକ ବ୍ୟକ୍ତି ଗତ ତିନିବର୍ଷ ଧରି ଜବରଦଖଲରେ ରଖିଥିବାର ଅଭିଯୋଗ ହେଉଛି । ଜବରଦଖଲକାରୀ ଜଣଙ୍କ ନିଜ ଜମି ବୋଲି ଦର୍ଶାଇ ସରକାରୀ ମୁଗ ବିହନ ହାତେଇବା ସହ ମୁଗଚାଷ ନ କରି ମଧ୍ୟ ଆବଶ୍ୟକୀୟ ସରକାରୀ ସୁବିଧା ପାଉଥିବାର ଅଭିଯୋଗ ହେଉଛି । ଅନ୍ୟ ଜମିକୁ ନିଜ ଜମି […]

Read More Text.

ଡାଲା ଅଟୋକୁ ପିଟିଲା ହାଇୱା

ଆଗରପଡ଼ା :କଲରା ବୋଝେଇ ଡାଲା ଅଟେ । କୁ ଏକ ହାଇୱା ପଛରୁ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନାନୁଯାୟୀ,ଔପଦା ଅଂଚଳରୁ ଜନୈକ ଚାଷୀଙ୍କ କଲରାକୁ ବୋଝେଇ କରି ଅଟୋ ଆଗରପଡ଼ା ସାପ୍ତାହିକୀ ହାଟକୁ ଭୋର୍ ସମୟରେ ଆସୁଥିଲା । କାଣ୍ଡବା ସାଳନ୍ଦୀ ସେତୁ ଉପରେ ପଛରୁ ଦ୍ରୁତଗତିରେ ଏକ ହାଇୱା ଆସି ଅଟୋ କୁ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ଥାନାଧିକାରୀ ଶ୍ରୀକାନ୍ତ ପତି ହାଇୱାକୁ ପିଛା କରିଥିଲେ ମଧ୍ୟ ମୁଖ୍ୟ […]

Read More Text.

ମହାବିଷୁବ ସଂକ୍ରାନ୍ତି ଓ ନାମଯଜ୍ଞ ଅନୁଷ୍ଠିତ

ଆଗରପଡ଼ା :ଆଗରପଡ଼ା ସନ୍ନିକଟ ବର୍ତ୍ତନା ପଂଚାୟତ ମା’କନ୍ତିଆଶୁଣୀଙ୍କ ପୀଠରେ ୧୯ତମ ମହାବିଷୁବ ପଣା ସଂକ୍ରାନ୍ତି ଓ ନାମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ପୁଷ୍କରିଣୀରୁ ୧୧ ଗୋଟି କଳସ ଘଟଉତ୍ତୋଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ଅଶୋକ କୁମାର ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଦେବେନ୍ଦ୍ର ପଣ୍ଡା, ମାଳତୀ ପଣ୍ଡା କର୍ତା କାର୍ଯ୍ୟ ତୁଲାଇଥିଲେ । ମା’ଙ୍କୁ ଦୀର୍ଘ ଶହେବର୍ଷ […]

Read More Text.

ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ବିଇଓ ଓ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଡ଼ିଆ ନୋଡ଼ାଲ ଉପ୍ରା ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଚମ୍ପାବତୀ ଯେନାଙ୍କୁ ଜାତିଗତ ବିଭେଦ ଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ନେଇ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଆଡ଼ିଆ ଗ୍ରାମର ଗ୍ରାମବାସୀ,ଅଭିଭାବକ, ପରିଚାଳନା କମିଟି ସଭାପତି ଓ ସଭ୍ୟ/ସଭ୍ୟା ମଙ୍ଗଳବାର ଧାମନଗର ବ୍ଲକରେ ଆୟୋଜିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ […]

Read More Text.

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଇଡି ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅଭିଯୋଗଗୁଡ଼ିକର ବିଚାର ପାଇଁ […]

Read More Text.