କାଳୀପଡ଼ିଆ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ହରିହାଟ

ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ବଜାର କାଳୀପଡ଼ିଆ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ହରିହାଟ ଚାଲିଛି । ୯ ଧରି ଉତ୍ସବ ଚାଲିବା ପୂଜାର ପ୍ରଥମ ଦିନରେ ସ୍ଥାନୀୟ ଶାସନ ପୁଷ୍କରିଣୀରୁ ୫ଟି କଳସ ଉତ୍ତୋଳନ କରାଯାଇ ଶୋଭାଯାତ୍ରାରେ ବାଜା ବଜାଇ, ବାଣ ଫୁଟାଇ ବଜାର ପରିକ୍ରମା କରାଯାଇଥିଲା । ସମଗ୍ର ଅଂଚଳର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଏହା ମଧ୍ୟରେ ଘଟ ଅଣାଯାଇ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, […]

Read More Text.

ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ

ଆଗରପଡ଼ା :ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ତହସିଲ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଗୋଚର ଜମିରୁ ଜବରଦଖଲ ହଟିଛି । ଗୋବିନ୍ଦପୁର ରାଜସ୍ୱ ଗ୍ରାମର ଖାତା ନଂ ୧୮୦, ପ୍ଲଟ ନଂ ୭୯୩ରେ ୧ ଏକର ୨୬ ଡିସିମିଲ ଗୋଚର ଜମିକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ବର୍ଷ ଧରି ମାଡ଼ି ବସିଥିଲେ । ଏନେଇ ସେହି ଗ୍ରାମର ଶ୍ରୀଧର ନାୟକ ପ୍ରଥମେ ବନ୍ତ ତହସିଲ ଓ ପରେ […]

Read More Text.

କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ଆଗରପଡ଼ା :ରାଜ୍ୟରେ ଶିଶୁ ଓ ନାରୀ ନିର୍ଯାତନା ବୃଦ୍ଧି ପାଉଛି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଅଭିଯୋଗ କରି ରାଜ୍ୟ କଂଗ୍ରେସ ଆହ୍ୱାନକ୍ରମେ ବନ୍ତ ବ୍ଲକରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ରାଜ କିଶୋର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ହାତରେ ମହମବତୀ ଜଳାଇ ସରକାର ବିରୋଧୀ ନାରାବାଜି କରି ବଜାର ପରିକ୍ରମା କରିଥିଲେ । ଏନେଇ ଆୟୋଜିତ ପଥପ୍ରାନ୍ତ ସଭାରେ […]

Read More Text.

ଅଣ୍ଡିଆ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ, ଧାରଣାରେ ବସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣ୍ଡିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଜଣାପଡ଼ିଛି । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ଗତ ସେପ୍େଟମ୍ବର ମାସରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । […]

Read More Text.

ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଭୁବନେଶ୍ବର: ଚମକିବ ଓଡ଼ିଶାର ଜାତୀୟ ରାଜପଥ। ଆମେରିକା ଭଳି ଚକାଚକ ଦେଖାଯିବ ରାଜ୍ୟର ଜାତୀୟ ରାଜପଥ। ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବେ। ଏହା ଦ୍ବାରା ଲୋକଙ୍କର ସମୟ ମଧ୍ୟ ବଞ୍ଚିଯିବ। ଓଡ଼ିଶାର ଜାତୀୟ ରାଜପଥଗୁଡ଼ିକ ଆମେରିକା ଭଳି ହେବ। କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଭୁବନେଶ୍ବର ଗସ୍ତରେ ଏହା କହିଛନ୍ତି। ୪୦୦୦ କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପଗୁଡ଼ିକର […]

Read More Text.

ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ଆପ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ଦିନ ସିବିଆଇ ଆପ ନେତା ଦୁର୍ଗେଶ ପାଠକଙ୍କ ବାସଭବନରେ ଚଢାଉ ହୋଇଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଠକଙ୍କୁ ଦଳର ଗୁଜରାଟ ସହ-ପ୍ରଭାରୀ ନିଯୁକ୍ତ କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ଦିନ, ସିବିଆଇ ଏଫ୍‌ସିଆର୍‌ଏ(ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ)ର କଥିତ ଉଲ୍ଲଂଘନ ମାମଲାରେ ଏକ ମାମଲା ପଞ୍ଜିକୃତ କରିଛି। ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ଏଫଆଇଆରରେ […]

Read More Text.

ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ। ଓଡିଶା କୁ ଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ […]

Read More Text.

ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଅମର ସହିଦଙ୍କ ସାହସିକତାର ଗାଥା – ଅମିତ ଶାହା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ ଆମ କୋବ୍ରା ବାଟାଲିୟନର ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି ବୋଲି ସେ […]

Read More Text.

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

କଟକ: ଆଜି ଓଡିଶାରେ ପହଞ୍ଚି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏହି ଅବସରରେ ସେ କହିଛନ୍ତି ଯେ, ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ […]

Read More Text.

ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ରେ ବିଧିବଦ୍ଧ ଭାବେ ନାଁ ଘୋଷଣା

ଭୁବନେଶ୍ୱର :  ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ। ବିଜେଡି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ ।  ଏକମାତ୍ର ପ୍ରାର୍ଥୀଭାବେ ନବମ ଥର ପାଇଁ ରାଜ୍ୟ ବିଜେଡି ସଭାପତି ହେବାକୁ ନାମାଙ୍କନ ଭରିଛନ୍ତି ନବୀନ ।  ଦିନ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା ।  ଏହି ସମୟ ମଧ୍ୟରେ କେବଳ ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି ।  ନବୀନ ନାମାଙ୍କନ ଭରିବା ବେଳେ ଦଳର ବରିଷ୍ଠ […]

Read More Text.