ଅଚାନକ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ନୂଆ ଚାଲ୍‌ ଖେଳିଛି। ସାମରିକ ଆକ୍ରମର ସହିତ ପାକିସ୍ତାନ ଉପରେ ପାଣି ମାଡ଼ କରିଛି ଭାରତ। ଅର୍ଥାତ ଭାରତ ଚେନାବ ନଦୀ ଜଳକୁ ଅଚାନକ ପାକିସ୍ତାନକୁ ଛାଡ଼ି ଦେଇଛି। ଯାହାଫଳରେ ପାକ୍‌ରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଭାରତ ସରକାର ଗୁରୁବାର ରମ୍ବନଠାରେ ଚେନାବ ନଦୀରେ ନିର୍ମିତ ବଗଲିହାର ଡ୍ୟାମର ୨ଟି ଗେଟ ଏବଂ ରିଆସୀଠାରେ ସଲାଲ ଡ୍ୟାମର ୩ଟି ଗେଟ୍‌କୁ ଖୋଲି […]

Read More Text.

ଓଟିଟି ପ୍ଳାଟଫର୍ମରୁ ହଟିବ ପାକିସ୍ତାନୀ ବିଷୟବସ୍ତୁ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କ ସହ ସୀମା ପାର ସମ୍ପର୍କ ଥିବା […]

Read More Text.

ସରଳ ଓ ତ୍ରୁଟିଶୂନ୍ୟ ହେବ ପରିବାର ପେନ୍‌ସନ୍ ନିୟମ

ଭୁବନେଶ୍ବର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗୃହୀତ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତିନିଟି ପ୍ରସ୍ତାବ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇଟି ପ୍ରସ୍ତାବ ଆସିଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗ, ଅର୍ଥ […]

Read More Text.

ଓଡ଼ିଶାକୁ ଫେରିଲା ହିଟ୍‌ଓ୍ବେଭ୍‌: ମେ ୧୪ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର ,୮।୫: କିଛି ଦିନର ବିରାମ ପରେ ତାପମାତ୍ରା ବୃଦ୍ଧି ସହିତ ଓଡ଼ିଶାକୁ ଗରମ ଏବଂ ଗୁଳୁଗୁଳି ଫେରିଛି, ଯାହା ସାଧାରଣ ଜୀବନଯାତ୍ରାକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏହି ପାଗ ମେ ୧୪ ପର୍ଯ୍ୟନ୍ତ ଜାରି ରହିବ ଏବଂ ମେ ୧୦ ତାରିଖରୁ ତାତି ଲହରୀର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜିଠାରୁ ଆରମ୍ଭ ହେଉଥିବା ସାତ ଦିନ ପାଇଁ ଅନେକ ଜିଲା ପାଇଁ ଆଲର୍ଟ ଜାରି […]

Read More Text.

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆମ ରାଜ୍ୟ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛି। ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରକାର କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ କହିଛନ୍ତି ଅପେରସନ ସିନ୍ଦୂରରେ ସୀମିତ ରହିବନି […]

Read More Text.

ସମୃଦ୍ଧ ଓଡ଼ିଶା ଗଠନ ଓ ବିକାଶ ପାଇଁ ମା’ ତାରାତାରିଣୀଙ୍କ ପୂଜାର୍ଚ୍ଚନା କରିଛି: ମୋହନ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦକ୍ଷିଣ ଓଡ଼ିଶା ପ୍ରସିଦ୍ଧ ଦେବୀ ‘ମା ତାରାତାରିଣୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ତାରାତାରିଣୀ ପୀଠର ବିକାଶ ଦିଗରେ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯିବ। ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ଙ୍କୁ ଦର୍ଶନ […]

Read More Text.

ଲା​‌ହୋରରେ ପାକ୍ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କଲା ଭାରତ​‌

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବରେ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ବିଳିବିଳେଇ ହୋଇଉଠି ସେ ଭାରତର ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷା କରିଛି। ତେବେ ଭାରତୀୟ ସେନାର ପ୍ରତିଜବାବରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଭାରତ ସୀମାବର୍ତ୍ତୀ ପାକିସ୍ତାନର ସବୁଠାରୁ ବଡ଼ ସହର ଲାହୋରରେ ବ୍ୟାପକ କ୍ଷତି ଘଟିଛି। ଲାହୋରରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ଭାରତ। ଗୁରୁବାର ସକାଳଠାରୁ ପାକିସ୍ତାନୀ ଗଣମାଧ୍ୟମରେ ଏପରି ଖବର ପ୍ରସାରିତ […]

Read More Text.

ପାକ୍‌ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ, ସର୍ବଦଳୀୟ ବୈଠକ ପରେ ଆଗାମୀ ଯୋଜନା ବିଷୟରେ କହିଲେ ଓଓ୍ବୈସି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସରକାର ରାଜନୈତିକ ଦଳଗୁଡ଼ିକୁ ‘ଅପରେସନ ସିନ୍ଦୂର’ ବିଷୟରେ ସୂଚନା ଦେଇଛନ୍ତି। ଏହି ବୈଠକ ପରେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ-ମୁସ୍ଲିମିନ୍ର ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ବୈସି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଓଓ୍ବୈସି କହିଛନ୍ତି ଯେ, ମୁଁ ସର୍ବଦଳୀୟ ବୈଠକରେ ଆମ ସେନାର ପ୍ରଶଂସା କରିଛି। ସେମାନେ ‘ଅପରେସନ ସିନ୍ଦୂର’ କରିଥିଲେ। ମୁଁ ବୈଠକରେ କହିଲି ଯେ, ଆମେ ଟିଆରଏଫ ବିରୁଦ୍ଧରେ ଏକ […]

Read More Text.

ଲାହୋର ଛାଡ଼ିବାକୁ ଆମେରିକା ନାଗରିକଙ୍କୁ ନିର୍ଦେଶ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧସ୍ଵରୂପ ଭାରତର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ପାକିସ୍ତାନ ପ୍ରତିଆକ୍ରମଣ କରିବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ୨ୟ ଦିନରେ ଭାରତ ପାକିସ୍ତାନର ରାଓ୍ବଲପିଣ୍ଡି ଓ ଲାହୋର ସମେତ ଅନ୍ୟ କେତେକ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନାଗରିକମାନଙ୍କୁ ଲାହୋର ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ଲାହୋର ଛାଡ଼ି ଅନ୍ୟତ୍ର […]

Read More Text.

ପାକିସ୍ତାନ ଟାର୍ଗେଟ୍‌ରେ ଭାରତର ଏହି ୧୫ ସହର, କେଉଁ ମୁହୂର୍ତ୍ତରେ ବି କରିପାରେ ଆକ୍ରମଣ

ନୂଆଦିଲ୍ଲୀ,୮ା୫: ଭାରତର ୧୫ଟି ସହରକୁ ପାକିସ୍ତାନ ଟାର୍ଗେଟ୍‌ କରିଛି। ଏନେଇ ଗୁରୁବାର ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଶତ୍ରୁଦେଶ ଟାର୍ଗେଟ କରିଛି। ଏଥିମଧ୍ୟରେ ଅବନ୍ତିପୁର, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ, ଫଲୋଦି, ଉତ୍ତରଲାଇ, ଭୁଜକୁ ପାକିସ୍ତାନ କଡ଼ା ଟାର୍ଗେଟ୍‌ କରିଛି। ଡ୍ରୋନ୍‌ ଓ ମିସାଇଲ ଜରିଆରେ ଉକ୍ତ ସହରକୁ ଟାର୍ଗେଟ୍‌ କରିଛି ପାକିସ୍ତାନ। ତଥାପି, ଭାରତୀୟ ସେନା UAS […]

Read More Text.