ସବୁ ସେନାଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଓ ୩ ସେନା ପ୍ରମୁଖଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଆସିଛି। ବାତିଲ ହୋଇଛି ସବୁ ସେନାଧିକାରୀଙ୍କ ଛୁଟି । କୌଣସି କାରଣରୁ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ମଧ୍ୟ ପ୍ରସ୍ତୁତ ରହିବାକୁ […]

Read More Text.

ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍‌ ପ୍ରଧାନମନ୍ତ୍ରୀ ଶୃଗାଳ

ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା ଦେଇ ଜଣେ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପାକିସ୍ତାନର ରାଜନୀତି ଓ ସାମରିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପାକିସ୍ତାନ ସଂସଦରେ ଏମପି ଜଣକ କହିଛନ୍ତି, […]

Read More Text.

ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କାଟଜୁ

ନୂଆଦିଲ୍ଲୀ,୯।୫: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆମେ ଖୁବ ଶୀଘ୍ର ଲାହୋରରେ ଜଳଖିଆରେ ବେକନ ଏବଂ ଅଣ୍ଡା ଖାଇବୁ, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନିର ମଜା ନେବୁ, ପେଶାୱରରେ ଚା’ ସହିତ ଡୋନଟ୍ସ ଖାଇବୁ ଏବଂ କରାଚୀରେ ରାତ୍ରୀ ଭୋଜନରେ ସାମୁଦ୍ରିକ ଖାଦ୍ୟ ବା […]

Read More Text.

ଏହା ଆବଶ୍ୟକତା ଥିଲା, ସେନାକୁ ଅଭିନନ୍ଦନ: ମୋହନ ଭାଗବତ

ନାଗପୁର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏହି ପରିସ୍ଥିତିରେ ସେ ସରକାର ଏବଂ ସଶସ୍ତ୍ର ବାହିନୀ ସହିତ ଠିଆ ହେବେ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ମୋହନ ଭାଗବତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, “ଅପରେସନ ସିନ୍ଦୂର ପାଇଁ ଭାରତ ସରକାର ଏବଂ ସଶସ୍ତ୍ର ବାହିନୀର ନେତୃତ୍ୱକୁ ହାର୍ଦ୍ଦିକ ଅଭିନନ୍ଦନ। ହିନ୍ଦୁ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟାକାଣ୍ଡରେ ପୀଡିତ […]

Read More Text.

ଆଇପିଏଲ ଏକ ସପ୍ତାହ ଲାଗି ସ୍ଥଗିତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଦେଶରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ କୁ ୧ ସପ୍ତାହ ଲାଗି ସ୍ଥଗିତ ରଖିଛି ବିସିସିଆଇ | ବିସିସିଆଇ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ପରିସ୍ଥିତିରେ ଆମେ ସରକାର ଓ ସେନାଙ୍କ ସହିତ ରହିଛୁ | ସୂଚନାଯୋଗ୍ୟ ଗୁରୁବାର ରାତିରେ, ମେ ୮ ରାତିରେ, ଆଇପିଏଲ ୨୦୨୫ର ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ବାତିଲ କରିବାକୁ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଇଯାଇଛି । “ଆଡ୍‌ଭାନ୍‌ସେସ୍‌ ଇନ୍‌ ମେସିନ୍‌ ଲର୍ଣ୍ଣିଙ୍ଗ ଫର୍‌ ଡାଟା ଆନାଲିଟିକ୍‌ସ” ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଆଜିର ଯୁଗରେ କୁତ୍ରିମ ବୁଦ୍ଧିମତ୍ତା ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ […]

Read More Text.

ସମ୍ଭାବନା ପ୍ରଯୋଜିତ ନାଟକ “ପାଞ୍ଚାଳୀ” ମଞ୍ଚସ୍ଥ 

ବାରିପଦା- ସ୍ଥାନୀୟ ଶହୀଦ ସ୍ମୃତି ଭବନ ପ୍ରେକ୍ଷାଳୟରେ ଇନ୍ଦୁଭୂଷଣ କାନୁନ୍‌ଗୋଙ୍କ ରଚିତ ଓ ରାଜେଶ ଦାଶଙ୍କ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକ “ପାଞ୍ଚାଳୀ” ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି । ଜଣେ କିନ୍ନର ପ୍ରତି ସମାଜର ମନୋଭାବ ଏବଂ ତା’ର ସଂଘର୍ଷ ଉପରେ ଆଧାରିତ ଏହି ନାଟକକୁ ପ୍ରଥମ ଥର ବାରିପଦାର ଦର୍ଶକ ଟିକେଟ୍ କାଟି ଉପଭୋଗ କରିଥିଲେ । ଭରପୁର ଦର୍ଶକ ଭିତରେ ନାଟକଟି ପ୍ରଦର୍ଶୀତ ହୋଇ ଦର୍ଶକଙ୍କ ମନକୁ ଜିଣି […]

Read More Text.

ବାରିପଦାଠାରେ ଆନ୍ତର୍ଜାତୀୟ ରେଡ କ୍ରସ ଦିବସ -୨୦୨୫ ପାଳିତ

ବାରିପଦା:  ଆଜି ବାରିପଦା ଠାରେ  ଆନ୍ତର୍ଜାତୀୟ ରେଡ କ୍ରସ ଦିବସ -୨୦୨୫ ପାଳିତ ହୋଇଯାଇଛି | ଏହି ଅବସରରେ ସକାଳ ୮ ଘଟିକା ସମୟରେ ବାରିପଦା କ୍ଳବ ଠାରେ  ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ଓ ରେଡକ୍ରସ ର ସଦସ୍ୟ ବୃନ୍ଦ ଙ୍କ ମିଳିତ ସହଯୋଗରେ ଜିଲ୍ଲା ରକ୍ତ କେନ୍ଦ୍ର ର ଅଧିକାରୀ ଡ଼. ସୌମ୍ୟ ରଞ୍ଜନ ନାୟକ ଙ୍କ ତତ୍ୱାବଧାନରେ ଏକ ସ୍ଵେଛା କୃତ ରକ୍ତଦାନ ଶିବିର ଅୟୋଜିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରକୁ ଅତିରିକ୍ତ […]

Read More Text.

ଅଚାନକ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ନୂଆ ଚାଲ୍‌ ଖେଳିଛି। ସାମରିକ ଆକ୍ରମର ସହିତ ପାକିସ୍ତାନ ଉପରେ ପାଣି ମାଡ଼ କରିଛି ଭାରତ। ଅର୍ଥାତ ଭାରତ ଚେନାବ ନଦୀ ଜଳକୁ ଅଚାନକ ପାକିସ୍ତାନକୁ ଛାଡ଼ି ଦେଇଛି। ଯାହାଫଳରେ ପାକ୍‌ରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଭାରତ ସରକାର ଗୁରୁବାର ରମ୍ବନଠାରେ ଚେନାବ ନଦୀରେ ନିର୍ମିତ ବଗଲିହାର ଡ୍ୟାମର ୨ଟି ଗେଟ ଏବଂ ରିଆସୀଠାରେ ସଲାଲ ଡ୍ୟାମର ୩ଟି ଗେଟ୍‌କୁ ଖୋଲି […]

Read More Text.

ଓଟିଟି ପ୍ଳାଟଫର୍ମରୁ ହଟିବ ପାକିସ୍ତାନୀ ବିଷୟବସ୍ତୁ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କ ସହ ସୀମା ପାର ସମ୍ପର୍କ ଥିବା […]

Read More Text.