- ଶିମିଳିପାଳ ବଞ୍ଚାଓ ଅଭିଯାନ କୁ ଆହୁରି ସୁଦୁଢ କରିବ ଭଞ୍ଜସେନା
ବାରିପଦା – ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଦୀର୍ଘ ଦିନର ଆନ୍ଦୋଳନ ଫଳସ୍ୱରୂପ ବର୍ତ୍ତମାନର ରାଜ୍ୟ ସରକାର, କାରିଗରିର ମାଟି ମୟୂରଭଞ୍ଜରେ ୧୦ଟି ଉଦ୍ୟୋଗ ସୃଷ୍ଟି ନିମନ୍ତେ ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ ଯେଉଁ ଘୋଷଣା ତାହା ସ୍ବାଗତଯୋଗ୍ୟ ତାସହିତ ଜଙ୍ଗଲଜାତ ଦ୍ରବ୍ୟକୁ ବିନିଯୋଗ କରି ଅନେକ କୁଟୀର ଶିଳ୍ପ ପ୍ରତିଷ୍ଠାର ଯୋଉ ଘୋଷଣା ମଧ୍ୟ କରିଛନ୍ତି ଯଦି ପ୍ରକୃତରେ ତାହାର କାର୍ଯ୍ୟକାରୀ ହୁଏ ତେବେ ଜିଲ୍ଲାର ବହୁମାତ୍ରାରେ ବିକାଶ ହୋଇପାରିବ ଏବଂ ଏହାଦ୍ବାରା ଆଦିବାସୀ ଓ ଅଧିବାସୀଙ୍କ ଜୀବନଜୀବିକାରେ ମଧ୍ୟ ଉନ୍ନତି ଆସିପାରିବ ।
ତାସହିତ ମୁଖ୍ୟମନ୍ତ୍ରୀ ଙ୍କ ବକ୍ତବ୍ୟରେ ଆଉ ଏକ ପ୍ରସଙ୍ଗ ଶୁଣି ଖୁସି ଲାଗିବା ସହିତ ମନକୁ କ୍ଷୋଭ ଆସିବା ଭଳି କଥା ଲାଗିଲା …। ତାଙ୍କ ଭାଷଣରେ “ଶିମିଳିପାଳ ରେ ପଶ୍ଚିମବଙ୍ଗ ର “ସୋନାର ବାଙ୍ଗଲା” ହୋଟେଲ ସଂସ୍ଥା ପକ୍ଷରୁ ଏକ ତାରକା ହୋଟେଲ ଖୋଲାଯିବ ” ନିଶ୍ଚିତ ଭାବରେ ପର୍ଯ୍ୟଟନ ଦୃଷ୍ଟିକୋଣ ରୁ ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ…। ହେଲେ….!
କିଛିଦିନ ପୁର୍ବରୁ ଏକ ସୂଚନା ମିଳିଥିଲା କି ସରକାରୀ ପ୍ରହୋତ୍ସନ ସହିତ ଏକାଧିକ ତାରକା ହୋଟେଲ ମୟୂରଭଞ୍ଜ ତଥା ଶିମିଳିପାଳ ରେ ନିଜ ବ୍ୟବସାୟ ସ୍ଥାପିତ କରିବା ଲାଗି ଇଚ୍ଛାପ୍ରକାଶ କରିଛନ୍ତି। ତେବେ ଏ ବାବଦରେ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିବାରୁ ଯେଉଁ ତଥ୍ୟ ମିଳିଲା ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ର ସମ୍ପୂର୍ଣ ଭାବରେ ବିପରୀତ। କାରଣ ଶ୍ୟାମାଖୁଣ୍ଟା ତହସିଲ ର ରିପୋର୍ଟ ଅନୁସାରେ ସେହି ନିର୍ଦ୍ଧିଷ୍ଟ ଜମି ରେ ଜଙ୍ଗଲ ଓ ରାଜସ୍ବ ବିଭାଗର ସମସ୍ତ ଆଇନ କାନୁନ୍ ସେଠାରେ ହୋଟେଲ ଖୋଲିବାକୁ ଅନୁମତି ଦେଇ ପାରିବା କଥା ନୁହେଁ। ହେଲେ ଖୋଲା ମଞ୍ଚରେ ଯେଭଳି ଭାବରେ ମୁଖ୍ୟମନ୍ତ୍ରୀ ଘୋଷଣା କରି ଦେଇ ଗଲେ, ଯଦି ସେହିଭଳି କିସମ ର ଜମି ହୋଟେଲ ସଂସ୍ଥା କୁ ଯୋଗାଇ ଦେବାକୁ ଯୋଜନା କରାଯାଉଛି ତେବେ ତାଙ୍କ ଭାଷଣ ହୁଏତ ସମ୍ପୂର୍ଣ ମିଛ ଆଉ ଗୁଜବ.
ମୟୂରଭଞ୍ଜ ତଥା ଶିମିଳିପାଳ ର ଅସୁମାରୀ ଖଣିଜ ସଂପଦ କୁ ସରକାରୀ ଯୋଜନା ର ଢାଲ ତଳେ ଅକ୍ତିଆର କରିବାର ଏକ ବଡ ଷଡ଼ଯନ୍ତ୍ର ର ଆରମ୍ଭ ବୋଲି ଭଞ୍ଜସେନା ପକ୍ଷରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସୋମିଳନୀରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିଛିନ୍ତି l
ଏ ବାବଦରେ ଏକାଧିକ RTI ତଥ୍ଯ ପାଇବା ପରେ ଭଞ୍ଜସେନା ଭବିଷ୍ୟତ ରେ ପରିବେଶ ଜନିତ ବିପଦ ର ଆଶଂକା କରି ଶିମିଳିପାଳ କୁ ସୁରକ୍ଷିତ ରଖିବା ଲାଗି “ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ” (NGT) କୁ ବିଧିବଦ୍ଧ ଭାବରେ ଅବଗତ କରିଛି।
ଯେଉଁ ସରକାର ଥାଉ ନା କାହିଁକି ପର୍ଯ୍ୟଟନ ର ଉନ୍ନତି ସହିତ କ୍ଷୁଦ୍ର ଓ କୁଟୀର ଶିଳ୍ପ ଦ୍ଵାରା ବନ୍ୟଜାତ ଦ୍ରବ୍ୟ ର ଉଚିତ୍ ବ୍ୟବସାୟକରଣ କୁ ସଦା ସର୍ବଦା ଭାଞ୍ଜସେନା ସ୍ବାଗତ କରି ଆସିଛି। ହେଲେ ଶିମିଳିପାଳ ମୌଳିକତା ଓ ଜିଲ୍ଲାର ପରିବେଶ ର ସୁରକ୍ଷା କଥା ରେ କୌଣସି ପ୍ରକାର ର ସାଲିସ୍ ବା କୌଣସି ପ୍ରକାର ର ପ୍ରଶ୍ରୟ ଭଂଜସେନା କାହାରିକୁ ଦେବ ନାହିଁ ଏହା ଦୃଢ଼ ନିଶ୍ଚିତ…। ଆଜିକାର ଏହି ସାମ୍ବାଦିକ ସମ୍ମିଳନି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷ୍ୟ ସଂଜୀବ ରାଉତ,ଉପାଧ୍ୟକ୍ଷ ନିମାୟ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, ଦକ୍ଷିଣା ମହାନ୍ତ,କନିକା ବୋଷ, ଜିଲ୍ଲା ସଭାପତି ପିଣ୍ଟୁ ମାଇତି,ଆବାହକ ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ରବୀନ ମହାନ୍ତି,ବାରିପଦା ସହର ସଭାପତି ରାକେଶ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପୃଷ୍ଟି,ଜିଲ୍ଲା ଯୁବ ଶାଖା ସଭାପତି ଏସ କେ ରାଜାଖାନ,ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, କପ୍ତିପଦା ଉପଖଣ୍ଡ ସଭାପତି ରାକେଶ ପଣ୍ଡା, କ୍ରୀଡା ସଂଯୋଜିକା ସୁଭଦ୍ରା ହେମ୍ବ୍ରମ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ