ଆଗରପଡ଼ା :ବନ୍ତ ବ୍ଲକ ଆପଣ୍ଡା ନିକଟ ମାଆ ଜାଗୁଳାଇଙ୍କ ପୀଠ ନିକଟରେ ୧୨ବର୍ଷ ପୂର୍ବେ ଗ୍ରାମର ସୂର୍ଯ୍ୟମଣି ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ଆନନ୍ଦ ମହାନ୍ତି ଜନ୍ମ ଦିନରେ ପରିବାରଙ୍କ ପକ୍ଷରୁ ବର ଏବଂ ଅଶ୍ୱ୍ୱସ୍ଥ ଗଛ ଲଗାଯାଇଥିଲା । ଶୁକ୍ରବାର ଉକ୍ତ ବର ଓ ଅଶ୍ୱସ୍ଥ ଗଛର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଅଶ୍ୱସ୍ଥ(କନ୍ୟା) ପକ୍ଷରୁ ପ୍ରତାପ ମଲ୍ଲିକ ଏବଂ ତାଙ୍କ ପତ୍ନୀ ରଶ୍ମିତା ମଲ୍ଲିକ ଓ ବର (ବର)ଗଛ ପକ୍ଷରୁ ଆନନ୍ଦ ଚନ୍ଦ୍ର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଲିପିନ ଉପସ୍ଥିତ ଥିଲେ । ପୂଜକ ଭାବେ ଯୋଗାନନ୍ଦ ପଣ୍ଡା, ସ୍ୱରୂପାନନ୍ଦ ମିଶ୍ର ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ । ବିବାହ ଘର ରୀତିନୀତି ଅନୁଯାୟୀ ହୋଇଥିବା ବେଳେ ଆନନ୍ଦ ଏବଂ ପ୍ରତାପଙ୍କ ମଧ୍ୟରେ ସମୁଦୀ ମିଳନ ଅନୁଷ୍ଠିତ ହୋଇଥିଲା । ରାମ ନାମ ଧ୍ୱନିରେ ଉକ୍ତ ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସୂର୍ଯ୍ୟମଣି ମହାନ୍ତି, ଯୁଧିଷ୍ଠିର ମହାପାତ୍ର,ଉପେନ୍ଦ୍ର ସାହୁ, ନନ୍ଦକିଶୋର ମହାନ୍ତି, ମାନସ ନାୟକ,ଗଗନ ନାୟକ,ଜୟନ୍ତ କୁମାର ସାହୁ, ଝୁନୁଲତା ମହାପାତ୍ର, ଚିନ୍ତାମଣି ସାହୁ,ସନ୍ଧ୍ୟାରାଣି ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।
