ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଲୋଗୋ ଓ ଟୋପି ଉନ୍ମୋଚିତ

ରାଜ୍ୟ
  • ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ

ବାରିପଦା: ଆସନ୍ତା ୨୧ ତାରିଖ ସୋମବାର ରେ ହେବାକୁ ଥିବା ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମ୍ୟୁନିସିପାଲଟି ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାରିପଦାରେ ବିଭିନ୍ନ ସ୍ଥାନରେ ଥିବା ୩୪ ଟି ପ୍ରତିମୂର୍ତ୍ତି ସଫେଇ ସହ ସମଗ୍ର ଜିଲ୍ଲାରେ ଏହି ଦିବସ ଟିକୁ ମହାସମାରୋହ ରେ ପାଳନ କରିବାକୁ ନିଷ୍ପତ୍ତି ନିଆ ଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବିଦେଶ ମାଟିରେ ମଧ୍ୟ ବରପୁତ୍ରଙ୍କୁ ଉଚିତ ସମ୍ମାନର୍ଥେ ଏହି ଦିବସ କୁ ଆନ୍ତରିକତାର ସହିତ ପାଳନ କରିବାକୁ ବିଶ୍ଵମୂର୍ତ୍ତି ସଫେଇ ଓ ସଂରକ୍ଷଣ ଅଭିଯାନର ଆବାହକ ସଞ୍ଜୟ କୁମାର ଚୌଧୁରୀ ଆହ୍ବାନ ଦେଇଥିଲେ। ଏହି ଅବସରରେ
ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସର ନୂତନ ଲୋଗୋ ଓ ଟୋପି ଉନ୍ମୋଚିତ ହୋଇଛି l ସବୁଠି ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ କରାଯାଇଛି l

ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତା ଅଧ୍ୟକ୍ଷା ଡଃ ବନଜା ମହାନ୍ତି, କୁମାର ରଞ୍ଜନ ପଣ୍ଡା, ବରିଷ୍ଠ ଆଇନଜୀବୀ ବିଭୁ କିଶୋର ଦାସ, ଭଞ୍ଜସେନା ର ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ସହ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଅଭିନେତା ତାପସ ପାଢ଼ୀ, ବରିଷ୍ଠ ଶିକ୍ଷାବିତ୍ କୈବଲ୍ୟ ପ୍ରସାଦ ମହାପାତ୍ର, ଅବସର ପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ଜେନା, ଅଭିରାମ ପରମହଂସ ବେଦ ବିଜ୍ଞାନ ବିଦ୍ୟାପୀଠର ନିର୍ଦ୍ଦେଶକ ସାଇ ପ୍ରକାଶ ମହାନ୍ତି, ସିନେ ପ୍ରଯୋଜକ ଶୁଭେନ୍ଦୁ ସାହୁ , କବୟିତ୍ରୀ ସୁଧାମୟୀ ଦାସ, ଆର୍ଟ ଏଣ୍ଡ କ୍ରାଫ୍ଟ ର ଅଧ୍ୟକ୍ଷା ପ୍ରଣତୀ ଦାସ, ସମାଜସେବୀ ସିଦ୍ଧାର୍ଥ କର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷବିତ୍ କମଳ ଲୋଚନ ମହାକୁଡ, ମୟୂରଭଞ୍ଜ ସାହିତ୍ୟ ପରିଷଦ ର ସଭାପତି ପଦ୍ମନାଭ ସାହୁ,ସମାଜସେବୀ କିଚକ ବେହେରା, ମାନସ ବେହେରା, ଶିକ୍ଷକ ସଞ୍ଜୀବ ଦଳେଇ ଏବଂ ସମାଜ ସେବୀ ଅଜିତ୍ ଭକ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୭ ମସିହାରୁ ଅପ୍ରେଲ ୨୧ ତାରିଖଟିକୁ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଭାବେ ଆବାହକ ଶ୍ରୀ ଚୌଧୁରୀଙ୍କ ଆହ୍ବାନ କ୍ରମେ ପ୍ରତିବର୍ଷ ପାଳିତ ହୋଇ ଆସୁଛି।

Shrutilipi ad