ବାରିପଦା: ଓଡ଼ିଶାର ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ,କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ଗୋ ମାଫିଆଙ୍କ ଚରାଣ ଭୂଇଁ ପାଲଟିଛି ।ଦୈନିକ ମଧ୍ୟ ରାତ୍ରରେ ପିକ୍ ଅପ୍ ଭ୍ୟାନ,୧୨ ଚକିଆ ୧୬ ଚକିଆ ଗାଡ଼ିରେ ଅମାନୁଷିକ ଭାବେ ନିରିହ ଗୋରୁ ଗାଈଙ୍କୁ ବାନ୍ଧି ବାହାର ରାଜ୍ୟକୁ ଚାଲାଣ କରାଯାଉଛି ।ଶତକଡା ନବେ ଭାଗ ଗୋ ଚାଲାଣ ମୁର୍ଶିଦାବାଦ ଦେଇ ବାଂଲାଦେଶ କୁ ଚାଲାଣ କରାଯାଉଛି ।
ସୂଚନାଯୋଗ୍ୟ ଗୋମାଫିଆକୁ ଚେକ୍ ଦେବାପାଇଁ ମୟୂରଭଞ୍ଜ ପୋଲିସ କଠୋର ହୋଇଛି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ମାର୍ଗ ଦର୍ଶନରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ନିର୍ଦ୍ଦେଶକ୍ରମେ ବାଦାମ ପାହାଡ଼ ଥାନାଧିକାରୀ କେ କେ ହେମ୍ରମ,ହାଟବାଦଡା ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତି, ସୁଲାଇପାଟ ଫାଣ୍ଡି ଅଧିକାରୀ ରଘୁନାଥ ଦେହୂରୀ ପ୍ରମୁଖ କୌଣସି ସୂତ୍ରରୁ ଖବର ପାଇଲେ ଯେ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଗୋରୁ ଗାଡି ଚାଲାଣ ହେଉଛି ।ତେଣୁ ସମସ୍ତେ ସଜାଗ ହୋଇ ଚାରି କୋଣରୁ ଜାଲ ବିଛାଇ ଶେଷରେ ସଫଳ ହୋଇଥିଲେ । ଭୋର ୪ ଟା ୪.୩୦ ସମୟରେ କାର୍ଗିଲ ଛକରେ ଏକ ଗୋଵୋଝେଇ ଟ୍ରକକୁ ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତି , ପୋଲିସ କର୍ମଚାରୀ, ଗ୍ରାମବାସୀ ବୃନ୍ଦ ଏବଂ ବଜରଙ୍ଗ ଦଳର କର୍ମୀମାନେ ମିଳିତ ଭାବେ ଚଢ଼ାଉ କରି ଦୃତ ଗତିରେ ଆସି ପଳାଉଥିବା ଗୋଵୋଝେଇ ଟ୍ରକ OR 09 R 7611 କୁ ଅଟକାଇ ୩୫ ଟି ଜୀବନ୍ତ ଗୋରୁ,୩ ଟି ମୃତ ଗୋରୁ ଏବଂ ୧ ଟି ଗୁରୁତର ଆହତ ବନ୍ଦକୁ ଉଦ୍ଧାର କରିବା ସହ ଟ୍ରକ ଏବଂ ଡ୍ରାଇଭରକୁ ଅଟକ ରଖିଥିଲେ । ସେହିଭଳି ପଡିଆ ଗ୍ରାମ ଛକରେ ୧ ଟି ଗୋଵୋଝେଇ ଟ୍ରକ ଏବଂ କୁସୁମି ଗାଁ ର ମାଝି ସାହି ପାଖରେ୨ ଟି ଗୋଵୋଝେଇ ଟ୍ରକକୁ ଜବତ କରିବା ସହ ୭୦ ଟି ଗୋରୁଙ୍କୁ ଉଦ୍ଧାର କରାଯିବା ବାଦାମ ପାହାଡ଼ ଥାନାରେ ଅଟକ ରଖାଯିବା ସହ ଟ୍ରକ ଡ୍ରାଇଭର ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଏହାପରେ ମାଲିକ ଏବଂ ଦଲାଲ ମାନଙ୍କ ଉପରେ କେଶ ରୁଜୁ କରାଯିବାପାଇଁ ପଦକ୍ଷେପ ନିଆ ଯାଉଛି । କୁସୁମି ବ୍ଳକର ଭାଲୁ ପାହାଡି ଗ୍ରାମର ମହାବୀର ସେବା ସଂଘ, ବଜରଙ୍ଗ ଦଳର ସଦସ୍ଯ ପଙ୍କଜ ଗିରି,ରିଷଭ ସାହୁ, ଜୀତେନ୍ଦ୍ର ମହାନ୍ତ,ବାପୁନ୍ ଗିରି ଏଵଂ ଅନ୍ୟ ସଦସ୍ୟମାନେ ବେଆଇନ ଗୋଵୋଝେଇ ଟ୍ରକକୁ ଅଟକାଇ ବାରେ ପୋଲିସକୁ ସହଯୋଗ କରିଥିଲେ ।ଗୋ ମାଫିଆଙ୍କୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଗିରଫ କରାଯାଇ ଜୀବଜନ୍ତୁ ଚାଲାଣ ଆଇନ ଅନୁସାରେ ଦଣ୍ଡିତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କୁ ତ୍ୱରିତ ପଦକ୍ଷେପ ସହ ୧୦୫ ଟି ଜୀବନ୍ତ ଗୋରୁଙ୍କ ଜୀବନ ରକ୍ଷା ସହ ଗୋ ସମ୍ପଦ ରକ୍ଷା କରିବାରେ ବିଶିଷ୍ଟ ଭୂମିକା ଯୋଗୁଁ ସାଧାରଣରେ ପ୍ରଶଂସା କରାଯାଇଛି ।ତଦସହ ଦୈନିକ ରାତିରେ ପୋଲିସ ପେଟ୍ରୋଲିଂ କରାଯାଇ ଗୋମାଫିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଅଛି ।ଗୋରୁ ଗାଡି ଜବତ ନେଇ ଗୋମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଅଛି.

