ବାରିପଦା – ବାରିପଦା ସହରର ଅନନ୍ୟ ଜଳସେବା ର ଶୁଭାରମ୍ଭ ବାରିପଦା ନଗରପାଳ ଶ୍ରୀ କୃଷ୍ନାନନ୍ଦ ମହାନ୍ତି ଓ ଉପନଗରପାଳ ଶ୍ରୀମତୀ ସୀମା ଦାସ ଙ୍କ ଦ୍ଵାରା ବାରିପଦାର ବିଭିନ୍ନ ୱାର୍ଡ ର କାଉନସିଲର, ବରିଷ୍ଠ ସାମ୍ବାଦିକ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଆମେ ୮୦ ର ସଦସ୍ୟ ମାନଙ୍କ ଉପସ୍ଥିତି ରେ କରାଯାଇଅଛି।ଏହି ଜଳସେବା ୮୦ ମ୍ୟାଟ୍ରିକୁଲେସନ ବ୍ୟାଚ୍ ର ବନ୍ଧୁ ମାନଙ୍କ ଦ୍ଵାରା ଦୀର୍ଘ ୧୨ ବର୍ଷ ଧରି ଚାଲି ଆସୁଅଛି। ବାରିପଦା ସହରର ଜନଗହଳି ପୁର୍ଣ୍ଣ କଚେରୀ ସାମ୍ମୁଖ୍ୟ ରେ ଏପ୍ରିଲ ୧୪ ପଣା ସଂକ୍ରାନ୍ତି ରୁ ଆରମ୍ଭ ହୋଇ ଜୁନ ୧୪ ପର୍ଯ୍ୟନ୍ତ ଦୀର୍ଘ ୬୦ ଦିନ ଧରି ପ୍ରତିଦିନ ୨୦୦୦ ଲୋକଙ୍କୁ ସୁସ୍ୱାଦୁ ଦହି ପାଣି, ଜଳଜିରା ପାଣି ଓ ରସନା ପାଣି ଦିଆ ଯାଇ ଆସୁଅଛି। ଦୀର୍ଘ ୧୨ ବର୍ଷ ଧରି ୬୦ ଦିନ ପର୍ଯ୍ୟନ୍ତ ନିରନ୍ତର ଜଳସେବା ଯୋଗାଇବା ସାରା ଓଡିଶା ରେ ଉଦାହରଣ ସୃଷ୍ଟି କରିଛି।
