ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୮ମ ଦିନ (ମୁଖ୍ୟମନ୍ତ୍ରୀ କପ – ୨୦୨୫)

ରାଜ୍ୟ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୮ମ ଦିନର ୧ମ ମ୍ୟାଚରେ ନବଜ୍ୟୋତି ଯୁବକ ସଙ୍ଘ ଶିମିଳିପାଳ ସ୍ପୋର୍ଟସ କ୍ଲବକୁ ୪-୦ ଗୋଲରେ ପରାସ୍ତ କରିଥିଲା I ସନାତନ ସୋରେନ ୨ଟି, ରାଇସେନ ହେମ୍ବ୍ରମ ଓ ବୁଦ୍ଧିଆ ମାର୍ଣ୍ଡି ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଳେ I ୨ୟ ମ୍ୟାଚରେ ଡ୍ରାଗନ ଯୁବକ ସଙ୍ଘ ଓ ଇଣ୍ଡିପେଣ୍ଡେଣ୍ଟ ସ୍ପୋର୍ଟସ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ କରିଥିଲା I ଡ୍ରାଗନ ଯୁବକ ସଙ୍ଘ ତରଫରୁ ହିମାଲୟନ ବାସ୍କେ ଏବଂ ଇଣ୍ଡିପେଣ୍ଡେଣ୍ଟ ତରଫରୁ ରାଜମଲ ହେମ୍ବ୍ରମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ I ବାପୁନ କୁମାର ମହାନ୍ତ,ରବୀନ୍ଦ୍ର ନାଥ ଟୁଡୁ, ସମ୍ରାଟ ହେମ୍ବ୍ରମ, ରତ୍ନାକର ସୋରେନ, ଶାନ୍ତନୁ କୁମାର ନାୟକ, ଯୁଗ ସେଙ୍ଗେଲ ସୋରେନ ଓ ଅମ୍ବିକା ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ୧ମ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଓକିଲ ସଙ୍ଘ, ବାରିପଦାର ସମ୍ପାଦକ ବିପ୍ଳବ ବାରିକ, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨ୟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା ଓ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ଉପସ୍ଥିତ ଥିଲେ I ଆସନ୍ତା କାଲି ସକାଳ ୮ଟା ରେ ଖେରୱାଲ ଜୁମିଦ ଓ ରଘୁନାଥ ଏମ ଜି ସି ଏବଂ ଅପରାହ୍ନ ୪ଟା ରେ ଜଗନ୍ନାଥ ବିର୍ସାବୀର ଓ ଆର ପି ଜେ ଜେ ମଧ୍ୟରେ ଖେଳ ଅନୁଷ୍ଠିତ ହେବ I
Shrutilipi ad