ଦୋକାନ ଘର ସମେତ ୩ ବଖରା ପୋଡି ପାଉଁଶ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚଚାୟତ ନାହୋ ଗ୍ରାମର ଚିନ୍ତାମଣି ବିଶ୍ୱାଳ ଓ ବାବୁଲି ବିଶ୍ୱାଳଙ୍କ ୩ ବଖରା ପୋଡି ପାଉଁଶ ହୋଇଯିବା ସହିତ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ସୂଚନାରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରେ ବିଦ୍ୟୁତ ସର୍ଟସର୍କିଟରେ ନିଆଁ ଲାଗିଥିବା ସୂଚନା ମିଳିଥିବା ବେଳେ ଭଣ୍ଡାରିପୋଖରୀ ଦମକଳ ଘଟଣା ସ୍ଥଳରେ ପହଂଚିବା ବେଳେ ସବୁ ପୋଡି ପାଉଁଶ ହୋଇଯାଇଥିଲା । ସେଥିମଧ୍ୟରୁ ଗୋଟେ ଦୋକାନ ଘର ଥିବା ମଧ୍ୟ ସୂଚନା ମିଳିଛି । ଅଗ୍ନି ବିପନ୍ନକୁ ବନ୍ତ ତହସିଲ ପକ୍ଷରୁ ପଲିଥିନ ଯୋଗାଇଦେଇଥିବା ବେଳେ ଅଗ୍ନିବିପନ୍ନ କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଚଳବାସୀ ଦାବି କରିଛନ୍ତି ।

Shrutilipi ad