ଆଗରପଡ଼ା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ପାଳନ

ରାଜ୍ୟ

ଆଗରପଡ଼ା:ବୁଧବାର ଉଚ୍ଚଶିକ୍ଷା ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ କରିବା ଅବସରରେ ଆସ ବହିଟିଏ କିଣିବା ଦିବସକୁ ଆଗରପଡ଼ା ମହାବିଦ୍ୟାଳୟରେ ପାଳନ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଓଡ଼ିଆ ପକ୍ଷ-୨୦୨୫ର ସଂଯୋଜକ ଡକ୍ଟର ହରିହର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆନୁଷ୍ଠାନିକ ଭାବେ ଅଧ୍ୟାପକ ପବିତ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ବିକାଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଜିର ବୈଦ୍ୟୁତିକ ମାଧ୍ୟମ ଖୁବ ସକ୍ରିୟ ଥିଲାବେଳେ ମୁଦ୍ରିତ ପୁସ୍ତକର ପ୍ରାସଙ୍ଗିତା ସଂପର୍କରେ ଅଭିମତ ରଖିଥିଲେ ।ସ ମ୍ମାନିତ ଅତିଥି ଭାବେ ମୁଖ୍ୟ ସହାୟକ ଅଶୋକ କୁମାର ସାହୁ, ସଂସ୍କୃତ ବିଭାଗ ଅଧ୍ୟାପକ ଚୈତନ୍ୟ ତରିଆ, ଦର୍ଶନ ବିଭାଗ ଅଧ୍ୟାପକ ସତ୍ୟବ୍ରତ ଦେ ଯୋଗ ଦେଇ ଛାତ୍ର-ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ସାଧାରଣ ଜନତାଙ୍କ ପାଇଁ ବହି ହେଉଛି ସୁଖ-ଦୁଃଖର ଅନନ୍ୟ ଅବଲମ୍ବନ ବୋଲି କହିଥିଲେ । ସାଂପ୍ରତିକ ସମୟରେ ବହିଟିଏ କିଣିବା ଓ ପଢ଼ିବାର ଗୁରୁତ୍ୱ ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ଅଧ୍ୟାପକ,ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ,ଅନ୍ୟାନ୍ୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଅନେକ ବହି କିଣି ଆଜିର ଦିବସକୁ ସଫଳ କରାଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ର-ଛାତ୍ରୀଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ସଂଗୀତ ପରିବେଷଣ କରାଯାଇଥିଲା । ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad