Photo For The News Of Sobhaniya School

ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ

State

ଆଗରପଡ଼ା :ସ୍ଥାନୀୟ ଶୋଭନୀୟ ଶିକ୍ଷାଶ୍ରମରେ ୬୩ତମ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ ଓ ୭୮ତମ ପୂଜ୍ୟଶ୍ରୀ କୁମାରଭାଇଙ୍କ ଜନ୍ମଜୟନ୍ତୀ ଦିବସ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସରପଞ୍ଚଚ ପ୍ରକାଶ ବିଶ୍ୱାଳ,ବିଜେପି ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଶିକ୍ଷାବିତ୍ ପ୍ରୀତିଶକାନ୍ତ ଶତପଥୀ,ଭାରତ ବିକାଶ ସମିତି ଜିଲ୍ଲା ସଂପାଦକ ପ୍ରଦୀପ ପୁହାଣ,ଶିକ୍ଷାବିତ୍ ମହେନ୍ଦ୍ର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ କୁମାରଭାଇଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ । ପ୍ରାକ୍ତନ ସରପଞ୍ଚଚ ରବିନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୁକାନ୍ତି ଲତା ସିଂହ, ରଶ୍ମିତା ବିଶ୍ୱାଳ, ବବିତା ଦାଶ, ମାମାଲି ନାୟକ, ମନ୍ଦାକିନୀ ଦାସ, ରଶ୍ମିତା ଦାସ, ଗୀତାଞ୍ଜଳୀ ଖଟୁଆ, ତପସ୍ୱିନୀ ମଲ୍ଲିକ, ଲଳିତା ହାତୀ,ସୌମଶ୍ରୀ କର ପ୍ରମୁଖ ଗୁରୁମା ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷାଶ୍ରମ ଛାତ୍ରଛାତ୍ରୀମାନେ ନୃତ୍ୟ,ସଂଗୀତ ମାଧ୍ୟମରେ କୁମାରଭାଇଙ୍କ ଗାଥା ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।