Mun

ଦିଲ୍ଲୀରୁ ଫେରି ନବୀନଙ୍କୁ ଭେଟିଲେ ସାଂସଦ ମୁନ୍ନା ଖାଁ, କହିଲେ ଶୀଘ୍ର ତଦନ୍ତ କରି ନିଷ୍ପତ୍ତି ନେବେ ସଭାପତି

State

ଭୁବନେଶ୍ୱର : ସଂଖ୍ୟାଲଘୁଙ୍କ ସ୍ବାର୍ଥ ରକ୍ଷା ବିଜେଡିର ପ୍ରାଥମିକତା । ରାଜ୍ୟସଭାରେ ଯାହା ଘଟିଛି ଅନୁଧ୍ୟାନ କରିବି । ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଏକ ଧର୍ମନିରପେକ୍ଷ ଦଳ । ବିଜେଡି ସବୁବେଳେ ସଂଖ୍ୟାଲଘୁଙ୍କ ସହ ରହିଛି ବୋଲି କହିଛନ୍ତି ନବୀନ । ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଛନ୍ତି ସାଂସଦ ମୁନ୍ନା ଖାଁ ।

ଦିଲ୍ଲୀରୁ ଫେରିବା ପରେ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ସାଂସଦ ମୁନ୍ନା ଖାଁ । ରାଜ୍ୟସଭାରେ ୱାକଫ ବିଲ ଭୋଟ ପ୍ରସଙ୍ଗରେ ସାଂସଦ ସସ୍ମିତ ପାତ୍ରଙ୍କ ଭୂମିକା ନେଇ ଫେରାଦ ହୋଇଛନ୍ତି । ସେହିପରି ନବୀନଙ୍କୁ ଭେଟିବା ପରେ ସାଂସଦ ମୁନ୍ନା ଖାଁ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟସଭାରେ ଘଟିଥିବା ଘଟଣା ସମ୍ପର୍କରେ ଅବଗତ କଲି । ଖୁବ୍ ଶୀଘ୍ର ସମାଧାନ କରିବେ କହିଛନ୍ତି ସଭାପତି । ମୁଁ ମୋ ଡ୍ୟୁଟି ଠିକ୍ ଭାବେ କରିଛି । ସସ୍ମିତଙ୍କ ନିଲମ୍ବନ ପାଇଁ ସମସ୍ତେ ଦାବି କରିଛନ୍ତି । ଶୀଘ୍ର ତଦନ୍ତ କରି ନିଷ୍ପତ୍ତି ନେବେ ବୋଲି ସଭାପତି କହିଥିବା ମୁନା ଖାଁ କହିଛନ୍ତି ।