Wer

ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡ଼ିଇଓଙ୍କ ନିର୍ଦ୍ଦେଶ

State

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ପୋଡ଼ାପାଟଣା ସରକାରୀ ୟୁଜିଏମଇ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ କୁଳପ୍ରଭା ସୂଅରଙ୍କ ବିରୁଦ୍ଧରେ ଶୁୃଖଂଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଇଓ,ବନ୍ତଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଶ୍ରୀମତୀ ସୂଅର ବିଦ୍ୟାଳୟ ଉପସ୍ଥାନ ରେଜିଷ୍ଟାରରେ ନିଜ ଉପସ୍ଥାନକୁ ଟେମ୍ପରିଂ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡ଼ିଇଓ ବନ୍ତ,ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ବିଇଓ ଶ୍ରୀମତୀ ସୂତାର କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଜାଣିଶୁଣି ଏହିପରି କରିନଥିବା ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ । କିନ୍ତୁ ପୋଡ଼ାପାଟଣା ସରକାରୀ ୟୁଜିଏମଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦାନ କରିଥିବା ତଥ୍ୟାନୁସାରେ ଗତ ୨୦୧୮ ମସିହା ଏପ୍ରିଲ ମାସରୁ ୨୦୨୧ ମସିହା ଫେବୃଆରୀ ମାସ ୨୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀଙ୍କ ଉପସ୍ଥାନ ରେଜିଷ୍ଟାରରେ ଟେମ୍ପରିଂ କରାଯାଇଛି । ଯାହାକି ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଛି । ଏହାକୁ ମଣିଷକୃତ ଭୂଲ ଭାବରେ ଓ ଅଜାଣତାରେ କରାଯାଇଛି ବୋଲି ବିବେଚନା କରାଯାଇପାରିବ ନାହିଁ । ଏହା ଏକ ଦଣ୍ଡନୀୟ ଅପରାଧ ତେଣୁ ଆଉ ସମୟ ନଷ୍ଟ ନକରି ସରକାରୀ ନିୟମ ଓସିଏସ(ସିସିଏ)ଅନୁଯାୟୀ ତାଙ୍କ ବିରୁଦ୍ଧରେ ତୁରନ୍ତ ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଯଥାଶିଘ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।