ଆଗରପଡ଼ା :ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତିଯାଏ ହୋଇଥିବା ଶ୍ରୀରାମ ନବମୀ ପାଇଁ ପାରମ୍ପାରିକ ଶ୍ରୀରାମ ନବମୀ ସମିତି ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ବହୁ ଲୋକ ସମାଗମ ହୋଇଥିଲେ ସୁଦ୍ଧା ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ନେତୃତ୍ୱରେ ପୋଲିସ୍ ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିଥିବାରୁ ଥାନାଧିକାରୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପାରମ୍ପାରିକ ଶ୍ରୀରାମ ନବମୀ ସମିତି ସଭାପତି ତୃପ୍ତି ରଂଜନ ଦାଶ, ସଂପାଦକ ବାବୁରାମ ବେହେରା, ଉପଦେଷ୍ଟା ଜ୍ଞାନଚାନ୍ଦ ଗୁପ୍ତା, ଭାସ୍କର ଦାସ, ସାମ୍ବାଦିକ ଅକ୍ଷୟ ସିଂହ, ବିନୋଦ ଧଳ ସାମନ୍ତ, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ, ଯୁବନେତା ସତ୍ୟସାଧନ ବେଜ, ପ୍ରୀତିଶ୍ ଶତପଥୀ,ଦିପକ ମହାନ୍ତି, ବିଜେପି ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।
