Photo For The News Of Jalachatra

ଟିଲୋ ପଂଚାୟତ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ

State

ଆଗରପଡ଼ା :ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବୃଦ୍ଧିପାଇଛି । ପବିତ୍ର ଶ୍ରୀରାମ ନବମୀ ଅବସରରେ ଟିଲୋ ପଂଚାୟତ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ ହୋଇଛି । ଟିଲୋ ପଂଚାୟତର ସରପଂଚ ସଂଗ୍ରାମ କେଶରୀ ଜେନା ଏହାର ଶୁଭାରମ୍ଭ କରି ଛୋଟଛୋଟ ପିଲା ଓ ପଥଚାରୀ ମାନଙ୍କୁ ଥଣ୍ଡା ସର୍ବତ ପ୍ରଦାନ କରି ଥିଲେ । ଶୁଭସ୍ମୀତା ସାହୁ ପଥଚାରୀଙ୍କୁ ସର୍ବତ, ଥଣ୍ଡା ପାଣି ଆଦି ପ୍ରଦାନ କରିଥିଲେ ।