Angul Encounter

ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର, ପେସାଦାର ଅପରାଧୀ ଆହତ

State

ଅନୁଗୁଳ : ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର । ପେଶାଦାର ଅପରାଧୀ କ୍ଷୀରୋଦ ନାଏକ ଗୁରୁତର ।  କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସପି ରାହୁଲ ଜୈନ ଏହି ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚା ଠାରେ କ୍ଷୀରୋଦ ନାୟକ ଡକାୟତି ଯୋଜନା କରୁଥିବା ଖବର ପାଇ ଅନୁଗୋଳ ଟାଉନ ଥାନା ପୋଲିସ ଏବଂ ସ୍ପେସାଲ ସ୍କ୍ୱାର୍ଡ ଚଢାଉ କରିଥିଲା ।

ଚଢାଉ ସମୟରେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା କ୍ଷୀରୋଦ । ପୋଲିସର ପାଲଟା ଜବାବରେ ତାର ଡାହାଣ ଗୋଡ଼ ରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  । ତା ନାଁରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ସେଥିମଧ୍ୟରୁ ୧୫ରୁ ଅଧିକ ଡକାୟତି, ପୋଲିସ ଉପରକୁ ଗୁଳି ଚଳାଇବା ଓ ହତ୍ୟା ମାମଲା ରହିଛି । ଘଟଣାସ୍ଥଳରୁ ପୋଲିସ ଏକ ବାଇକ, ପିସ୍ତଲ ଏବଂ ଖୋକା ଜବତ କରିଛି ।