Bjd On Waqf Board 2 750x430

ବିଜେଡିରେ କିଏ ଏହି ବାହ୍ୟ ଶକ୍ତି?

State

ଭୁବନେଶ୍ବର: କିଏ ଏହି ବାହ୍ୟ ଶକ୍ତି? କାହା କଥାରେ ଚାଲୁଛି ବିଜେଡି? ଓ୍ବାକଫ୍ ବିଲକୁ ବିଜେଡିର ବିରୋଧ ନେଇ, ସଭାପତି ନବୀନ ଘୋଷଣା କଲା ପରେ, କାହିଁକି ବିଲକୁ ସମର୍ଥନ ଜଣାଇଲେ ସସ୍ମିତ୍ ? ଏନେଇ ଚାଲିଛି ବିଜେଡି ଭିତରେ ତର୍ଜମା । ସେପଟେ ଓ୍ବାକଫ୍ ବିଲକୁ ସସ୍ମିତ୍ ପାତ୍ରଙ୍କ ସମର୍ଥନ ପରେ, ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିର ଉଷ୍ମତାକୁ ବଜାୟ ରଖିଛି । ଏହାରି ଭିତରେ ବିଜେଡି ଉପରେ ବାହ୍ୟ ଶକ୍ତିର ପ୍ରକୋପ ନେଇ ଇସାରା ଦେଲେଣି ଜଣେ ପରେ ଜଣେ ବରିଷ୍ଠ ନେତା ।

ଏନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସସ୍ମିତଙ୍କର ଦଳୀୟ ନିଷ୍ପତ୍ତି ନେବାର କ୍ଷମତା ନାହିଁ । କାହିଁକି ଏପରି କଲେ, ସେ ବିଦେଶ ଗସ୍ତରୁ ଫେରିବା ପରେ ସ୍ପଷ୍ଟ କଲେ ପୂରା ଘଟଣା ଜଣାପଡିବ । ପୂର୍ବରୁ ବିରୋଧ ନେଇ ନିଷ୍ପତ୍ତି ହେବା ପରେ, ଏହାକୁ କିଏ ଏବଂ କାହିଁକି ପରିବର୍ତ୍ତନ କଲା, ସସ୍ମିତ୍ କାହା କଥାରେ ଏପରି କଲେ, ସେନେଇ ତର୍ଜମା ଚାଲିଛି । ତେରୁ ସେ ଫେରିଲେ, କାହା ନିର୍ଦ୍ଦେଶରେ ଏବଂ କେଉଁ ଫୋରମରେ ସେ ଏଭଳି କାର୍ଯ୍ୟ କଲେ, ସେନେଇ ସ୍ପଷ୍ଟ କରିବେ । ହେଲେ, ଦଳର କନିଷ୍ଠ ବରିଷ୍ଠ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ରହିଛି, ବୋଧ ହୁଏ ପଦର ଅନ୍ତରାଳରେ ରହି କେହି ଜଣେ ଦଳ ସଂପର୍କରେ କାର୍ଯ୍ୟ କରୁଛନ୍ତି, ଯାହା ଅନେକ ସମୟରେ ଦଳକୁ ଲାଭ ଦେଉଛି ଏବଂ ଅନେକ ସମୟ ଦଳକୁ କ୍ଷତି ଦେଉଛି । ଏଥିସହିତ ପ୍ରସନ୍ନ ଏହାବି କହିଛନ୍ତି, ଦଳର ବାହ୍ୟ ଶକ୍ତି ନିଷ୍ପତ୍ତି ନେଲେ, ଦଳ ଅସୁବିଧାର ସମ୍ମୁଖୀନ ହୁଏ ।

ସେହିପରି, ଆଜି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ମଧ୍ୟ ସସ୍ମିତଙ୍କ ଏଭଳି ପଦକ୍ଷେପ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ବିଜେଡିରେ କାଳବୈଶାଖୀ ଚାଲିଛି, ପବନ ଅଧିକ ରହିଛି । ଦଳ ଯେ କ୍ଷତି ସହିବନି ତାକୁ ଆମେ ଅସ୍ବୀକାର କରିବା ନାହିଁ । ଆମ ସଭାପତି ସବୁ ଧର୍ମକୁ ସମ୍ମାନ ଦିଅନ୍ତି । ସସ୍ମିତ ପାତ୍ରଙ୍କ ଘଟଣାର ଅନୁଧ୍ୟାନ କରାଯିବ ବୋଲି ଭୂପିନ୍ଦର ସିଂ କହିଛନ୍ତି । ଏଥିସହିତ ଦେବାଶିଷ ବାବୁ ସ୍ପଷ୍ଟ କରିଛନ୍ତି ଯେ ସସ୍ମିତ ପାତ୍ର ନିର୍ଦ୍ଦେଶ ପାଳନ କରିବା ଲୋକ । ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । ବିଜେଡିରେ କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ।