ବାରିପଦା- ସରକାରୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ‘ରାଇଟିଙ୍ଗ ରେଜିଷ୍ଟାନ୍ସ : ଫିକ୍ସନ ଏଣ୍ଡ ପଲିଟିକ୍ସ ଅଫ ନେରେସନ ‘ ଶୀର୍ଷକ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷା ଡ. ସାଗରିକା ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାଣୀ ବିଜ୍ଞାନର ସହକାରୀ ପ୍ରଫେସର ସୁଶ୍ରୀ ସଙ୍ଗୀତା ପତି ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ସିଂହ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ ପୂର୍ବକ ଉକ୍ତ ଆଲୋଚନା ଚକ୍ରର ଆଭିମୁଖ୍ୟ ପ୍ରଦାନ କରିଥିଲେ l ଇଂରାଜୀ ବିଭାଗର ସହକାରୀ ପ୍ରଫେସର ତଥା ସଭାର ଆବାହକ ରଜନୀକାନ୍ତ ଶଙ୍ଖୁଆ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ତଥା ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ପ୍ରତିରୋଧାତ୍ମକ ସାହିତ୍ୟର ସୃଷ୍ଟି ସମ୍ପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ l ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଦେବାଶିଷ ପତି ମୁଖ୍ୟ ବକ୍ତା ରୂପେ ଯୋଗଦାନ ପୂର୍ବକ ସମସ୍ତ ଆଲେଖ୍ୟରେ ବର୍ଣ୍ଣନାତ୍ମକ ତଥ୍ୟ ରହିବା ସହିତ କାଳ୍ପନିକତାର ବିଦ୍ୟମାନ ସ୍ୱାଭାବିକ ବୋଲି ମତ ଜାହିର କରିଥିଲେ l ଆଇ. ଆଇ. ଟି. ମାଡ୍ରାସର ଉମାଶଙ୍କର ପାତ୍ର ମହୋଦୟ ଅନଲାଇନ ମୋଡ଼ରେ ସାହିତ୍ୟରେ ପ୍ରତିରୋଧମୂଳକ ଲେଖା ସମ୍ପର୍କରେ ଶ୍ରୋତାମଣ୍ଡଳୀଙ୍କୁ ଅବଗତ କରାଇଥିଲେ l ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରତଥା ଶ୍ରୋତାଗଣଙ୍କ ପ୍ରଶ୍ନର ପ୍ରତ୍ୟୁତ୍ତର ବିଷୟ ବିଶାରଦଗଣ ସହଜ ସାବଲୀଳ ରୂପେ ପ୍ରଦାନ କରିଥିଲେ l ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ଗବେଷକ, ଗବେଷିକା ଏବଂ ଛାତ୍ରୀଗଣ ଉପସ୍ଥିତ ଥିଲେ l ପ୍ରଥମ ପର୍ଯ୍ୟାୟର ଶେଷ ଭାଗରେ ଇଂରାଜୀ ବିଭାଗର ଅଧ୍ୟାପିକା ଦେବାହୁତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ ଦିବସର ଦ୍ୱିତୀୟ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ଉକ୍ତ ଦିବସର ମହନୀୟତାକୁ ବଖାଣିଥିଲେ l ଶେଷ ପର୍ଯ୍ୟାୟରେ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ପୁନଶ୍ଚ ଔପଚାରିକ ଦୃଷ୍ଟିରୁ ଶେଷରେ ଇଂରାଜୀ ଅଧ୍ୟାପିକା ଦେବାହୁତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ l