ବାରିପଦା – ଓଡ଼ିଶାରେ ବର୍ଦ୍ଧିତ ଗୋ ହତ୍ୟା ଏଵଂ ଗୋ ଚାଲାଣ ସହ ଦେଶୀ ଗୋ ବଂଶ ମାନଙ୍କ ସଂରକ୍ଷଣ ନୀତି ଅଭାବରୁ ଦେଶୀ ଗୋ ବଂଶ ଲୋପ ପାଇବାକୁ ବସିଲାଣି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଗୋ ହତ୍ୟା ନିଷେଧ ଏବଂ ଗୋ ସଂରକ୍ଷଣ ବିଲ ୨୦୨୪ କୁ ତୁରନ୍ତ ପାରିତ କରିବାକୁ ଦେବ ସେନା ମୟୁରଭଞ୍ଜ ଜିଲ୍ଲା ତରଫରୁ ଜିଲ୍ଲା ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ନାୟକ ଏବଂ ମହିଳା ଅଧ୍ୟକ୍ଷା ସୁଜାତା ଗିରି ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରା ଯାଇଛି। ଦାବି ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ଗୋ ହତ୍ୟା ନିଷେଧ ଏବଂ ଗୋ ସଂରକ୍ଷଣ ବିଲ ୨୦୨୪ କୁ ତୁରନ୍ତ ପାରିତ କରାଯିବା, ମହାରାଷ୍ଟ୍ର ଭଳି ଓଡ଼ିଶାରେ ଗୋମାତା ଙ୍କୁ ରାଜ୍ୟ ମାତା ର ମାନ୍ୟତା ପ୍ରଦାନ କରାଯାଉ, ଗୋଚର ଜମି ଗୁଡ଼ିକୁ ଜବର ଦଖଲ ମୁକ୍ତ କରାଯାଇ ଅସହାୟ ନିରାଶ୍ରୟ ବୁଲା ଗୋ ବଂଶ ମାନଙ୍କ ପାଇଁ ଗୋ ଅଭୟାରଣ୍ୟ ସୃଷ୍ଟି କରାଯାଉ। ଏହି ବିଲ ମାଧ୍ୟମରେ ଗୋ ହତ୍ୟା ନିଷେଧ ଏବଂ ଗୋ ସଂରକ୍ଷଣ ସଶକ୍ତ ଓ ସୁଦୃଢ଼ ହେବା ସହ ଏହି ବିଲ୍ ରେ ଗୋସେବା ଆୟୋଗ ଗଠନ ପାଇଁ ପ୍ରସ୍ତାବ ରହିଛି ଯାହା ଦ୍ଵାରା ଦେଶୀ ଗୋ ବଂଶ ମାନଙ୍କ ସଂରକ୍ଷଣ ସହ ଗୋ ଆଧାରିତ କୃଷି ଅର୍ଥନୀତି, ଜୈବିକ କୃଷି କୁ ପ୍ରୋତ୍ସାହିତ କରି ଓଡ଼ିଶାକୁ ଏକ ଜ୍ୱଳନ୍ତ ଉଦାହରଣ ସ୍ୱରୂପ ପ୍ରତିଷ୍ଠା କରିବ। ଯଦି ସରକାର ଉପରୋକ୍ତ ଦାବି ଗୁଡ଼ିକ ବିଷୟରେ ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରିବା ସହ ଗୋ ହତ୍ୟା ନିଷେଧ ଏବଂ ଗୋ ସଂରକ୍ଷଣ ବିଲ କୁ ତୁରନ୍ତ ପାରିତ ନ କରନ୍ତି ତେବେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ଜିଲ୍ଲା ଦେବ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ଉପାଧ୍ୟକ୍ଷ ସୁଧୀର କୁମାର ଧଳ, ମହା ସଚିବ ପିତାମ୍ବର ମଲ୍ଲିକ ଏବଂ ଦେବ ସୈନିକ ଦୀପକ କୁମାର ଗିରି ଉପସ୍ଥିତ ଥିଲେ।
