ଓଡ଼ିଆ ପକ୍ଷ ପାଳନ ଅବସରରେ ବାରିପଦା ଠାରେ ଐତିହ୍ୟ ୱାକାଥନ ଅନୁଷ୍ଠିତ

ରାଜ୍ୟ
ବାରିପଦା – ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ପକ୍ଷ ପାଳନର ପଞ୍ଚମ ଦିବସରେ ଆଜି ଏକ ଐତିହ୍ୟ ୱାକାଥନ  ଅନୁଷ୍ଠିତ ହୋଇଯାଇଛି I ଉକ୍ତ ୱାକାଥନକୁ  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଷ୍ଟାଡିଅମ ପଡିଆ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଅଂଶଗ୍ରହଣକାରିଙ୍କୁ ଉତ୍ସାହିତ କରିଥିଲେ।  ଏଥିରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡା ଛାତ୍ରାବାସର ଅଧିକ୍ଷକ ଶ୍ରୀ ଅବନୀ ମୋହନ ମହାନ୍ତିଙ୍କ ପରିଚାଳନା କରିଥିଲେ।
 ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ମଲ୍ଲିକ, ମୟୂରଭଞ୍ଜ ଏଥେଲେଟିକ ଏସୋସିଏସନର ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ଡିପିସି ଶ୍ରୀ ପ୍ରଦ୍ୟୁମ୍ନ କୁମାର ଘୋଷ, ଶିକ୍ଷକ ଶ୍ରୀ ସୋମନାଥ ସିଂ, ଭଂଜପୁର ପୋଲିସ ଷ୍ଟେସନର ଆଇ ଆଇ ସି ଶ୍ରୀ ଅଜୟ କୁମାର ଜେନା,ଅବସର ପ୍ରାପ୍ତ ବରିଷ୍ଠ ଏଥେଲେଟିକ କୋଚ ଶ୍ରୀ କୁମାର ରଞ୍ଜନ ପଣ୍ଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଶ୍ରୀ ନିହାର ରଞ୍ଜନ ଦଣ୍ଡପାଟ ମୟୂରଭଞ୍ଜ ଏଥେଲେଟିକ ଏସସିଏସନ ର ସଦସ୍ୟ ଶ୍ରୀ ଉମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Shrutilipi ad