ସ୍ଲଟ ବୁକିଂ ମାଧ୍ୟମରେ ଯୁଗ୍ମ ଜନ ଶୁଣାଣି ପାଇଁ ଆବେଦନ

ରାଜ୍ୟ
  • ଏପ୍ରିଲ ୭ତାରିଖ ରେ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ପାଇଁ ଆଜି ଠାରୁ ସ୍ଲଟ ବୁକିଂ ଆରମ୍ଭ

ବାରିପଦା: ଏବେ ଠାରୁ ସ୍ଲଟ ବୁକିଂ ମାଧ୍ୟମରେ ରେ ଆବେଦନକାରୀ ମାନେ ଯୁଗ୍ମ ଜନ ଶୁଣାଣି ପାଇଁ ଜନ ଶୁଣାଣି ପୋର୍ଟାଲ ଜରିଆରେ ଅନଲାଇନରେ ସେମାନଙ୍କର ଆବେଦନ ପତ୍ର ଗୁଡିକ ଦାଖଲ କରିବେ। ଏଥିପାଇଁ ଆବେଦନକାରୀଙ୍କୁ ଗୁଗୁଲ କୁ ଯାଇ ଜନଶୁଣାଣି.ଓଡିଶା. ଗୋଭ. ଇନ (janasunani.odisha.gov. in) ରେ ଯୁଗ୍ମ ଜଣାଶୁଣାଣି ରେ କ୍ଲିକ କରି ଜିଲ୍ଲାକୁ ଚୟନ କରି ଆବେଦନ ଫର୍ମ ରେ ଯାହା ଯାହା ତଥ୍ୟ ପୂରଣ ପାଇଁ ଥିବ ଏହାକୁ ସଠିକ ଭାବେ ପୂରଣ କରି ସେଥିରେ ଆବଶ୍ୟକ ଥିବା କାଗଜାତ (ଡକୁମେଣ୍ଟ ) ଅପଲୋଡ଼ କରିବା ପରେ ଦାଖଲ କରିବେ ଏବଂ ଅନଲାଇନ ଆବେଦନ ପତ୍ରର ଗୋଟିଏ ପ୍ରିଣ୍ଟ ବାହାର କରି ଆବେଦନକାରି ନିର୍ଧାର୍ଯ୍ୟ ଶୁଣାଣି ତାରିଖ ଦିନ ଆବେଦନ ପାଇଁ ଉପସ୍ଥିତ ରହିବେ। ଏହି ଅନଲାଇନ ବ୍ୟବସ୍ଥାରେ ସର୍ବାଧିକ ୧୦୦ ଗୋଟି ଆବେଦନ ପତ୍ର ଶୁଣାଣି ପାଇଁ ଗ୍ରହଣ ହେବ। ତେଣୁ ଆବେଦନକାରି ଏହି ସ୍ଲଟ ପାଇବା ପାଇଁ ଶୁଣାଣି ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ଅନଲାଇନ ପୋର୍ଟାଲ ରେ ଆବେଦନ କରିବେ।

ଏପ୍ରିଲ ୭ତାରିଖ ରେ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ପାଇଁ ଆଜି ତା ୦୪-୦୪-୨୦୨୫ ରିଖ ଠାରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି।

Shrutilipi ad