ଆଗରପଡ଼ା :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିଦ୍ୟାଳୟରେ ଖଡ଼ିଛୁଆଁ, ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାର ଅଗ୍ରଗତି ସହିତ ସେଚେତନତାର ବାର୍ତ୍ତା ନେଇ ଗଡୁଛି ଶିକ୍ଷା ରଥ । ବନ୍ତ ବ୍ଲକ ଶିକ୍ଷାଅଧିକାରିଣୀଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଶିକ୍ଷା ସଚେତନତା ରଥ ଗଣିଜାଙ୍ଗ ଆଂଚଳିକ ସାଧନକେନ୍ଦ୍ର ଓ ଛୟାଳସିଂହ ଖଗେଶ୍ୱର ଆଂଚଳିକ ସାଧନ କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟରେ ପହଂଚିଥିଲା । ଗଣିଜାଙ୍ଗ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ସମେତ ଗଣିଜାଙ୍ଗ ନେହୁର ନୋଡାଲ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ଜୋସ୍ନାରାଣୀ ଜେନା ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗଣିଜାଙ୍ଗ ବଜାର ଠାରେ ଶିକ୍ଷା ସଚେତନତା ରଥକୁ ବାଜା ବାଣ ରୋଷଣୀରେ ସ୍ୱାଗତ କରି ବିଦ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ । ବିଦ୍ୟାଳୟ ପରିସରରେ ସଭିଏଁ ସ୍କୁଲ ଯିବା ପାଠ ପଢିବା ସଚେତନତାର ବାର୍ତ୍ତ ପ୍ରଦାନ କରାଯାଇଥିଲା । ପରେ ତୁଣ୍ଡା, କନ୍ତିଆ, ରୁପୁଡି ସମେତ ବିଦ୍ୟାଳୟରେ ପହଂଚି ସଚେତନତାର ବାର୍ତ୍ତ ପ୍ରେରଣ କରିଥିଲା । ଟୁଟୁକୁମାର ପାଳ, ରମାକାନ୍ତ ବେହେରା, ନିତୁସ୍ମିତା ଗିରି,ଡଲି ଦାସ, ଶରତ ନାୟକ, ଜଗନ୍ନାଥ ପତି,ଶିବାନନ୍ଦ ନାୟକ, ପ୍ରତାପ ମହାପାତ୍ର,ପ୍ରମୋଦ ରାଉତ, ଅଶୋକ ଗିରି, ଅହଲ୍ୟା ସିଂ, ମମତା ମହାନ୍ତି ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ସେହିପରି ଛୟାଳସିଂହ ଖଗେଶ୍ୱର ଆଂଚଳିକ ସାଧନ କେନ୍ଦ୍ରରେ ସଚେତନତା ରଥ ପହଂଚିବା ପରେ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ରଥକୁ ସ୍ୱାଗତ କରିଥିଲେ । ଶିକ୍ଷା ସଚେତନତା ରଥ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟ ପରିକ୍ରମ କରିବା ସହିତ ଶିକ୍ଷା ସଚେତନତା ଓ ଗୁଣାତ୍ମକ ଶିକ୍ଷା ପାଇଁ ବିଦ୍ୟାଳୟ ଓ ଶିଶୁ ବାଟିକାରେ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଓଡିଶା ସରକାରଙ୍କ ଏହା ଏକ ଅଭିନବ ପଦକ୍ଷେପ । ବିଭିନ୍ନ କାର୍ଯ୍ୟକ୍ରମରେ ଆନନ୍ଦ କୁମାର ରାଉତ,ସ୍ନିଗ୍ଧା ନାୟକ,ଜୟନ୍ତୀ ସାହୁ,ସୂର୍ଯ୍ୟମଣୀ ପାତ୍ର,ସୁବାସ ଚନ୍ଦ୍ର ପଣ୍ଡା,ରାଜଶ୍ରୀ ନାୟକ,ଗୋବିନ୍ଦ ଚନ୍ଦ୍ର ରାଉତ,ବଳରାମ ଯେନା,ସୁଦର୍ଶନ ଗିରି ଏବଂ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
