Police Q

ଶିକାର ପାଇଁ ଯାଇଥିବାବେଳେ ଯୁବକଙ୍କୁ ଗୁଳିମାଡ଼, ୫ ଅଟକ

State

ଢେଙ୍କାନାଳ: ଶିକାର ପାଇଁ ଯାଇଥିବାବେଳେ ଯୁବକଙ୍କୁ ଗୁଳିମାଡ଼ । ଢେଙ୍କାନାଳ ରାସୋଳ ଥାନା କଦଳିପାଳ ମାନପୁର ସାହିରେ ଗୁଳି ମାଡ଼ରେ ଯୁବକ ମୃତ ।  ମୃତକ ବାବୁଲା ନାଏକ ।  ଗତକାଲି ବିଳମ୍ବିତ ରାତିରେ ୫ଜଣ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରଶାନ୍ତ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା । ହେଲେ ଗୁଳିରେ ବାବୁଲା ଟଳି ପଡ଼ିଥିଲା । ଖବର ପାଇ ରାସୋଳ ପୋଲିସ ମୃତଦେହ ଜବତ କରିବା ସହିତ ଶିକାର କରିବାକୁ ଯାଇଥିବା ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ।  ସେମାନଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ହୋଇଛି ।