ସମ୍ବଲପୁର : ଠିକାଦାରଙ୍କ ବିଲ୍ ଟଙ୍କା ନଦେବା ପଡ଼ିଲା ମହଙ୍ଗା । ୩ଟି ଅଫିସର ଆସବାବ ପତ୍ର ଜବତ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ବୁର୍ଲାସ୍ଥିତ ଉପର ମହାନଦୀ ବେସିନର ବେସିନ ମ୍ଯାନେଜର ତଥା ମୁଖ୍ଯଯନ୍ତ୍ରୀଙ୍କ କାର୍ଯ୍ଯାଳୟ, ହୀରାକୁଦ ଡ୍ଯାମ ସର୍କଲର ସୁପରିଟେଣ୍ଡ ଇଂଜିନିୟରଙ୍କ କାର୍ଯ୍ଯାଳୟ, ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ୍ ଇଂଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍ ନେଇ ନିର୍ଦ୍ଦେଶ । ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ କରାଯିବ l
ସୂଚନା ଅନୁସାରେ ୨୦୦୦ ମସିହାରେ ସମ୍ବଲପୁର ରିଂ ରୋଡର କାମ କରିଥିଲା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ । ତେବେ କାମ ସରିବା ପରେ ଠିକା ସଂସ୍ଥାକୁ ମିଳିନଥିଲା ପେମେଣ୍ଟ । ୨୦୦୫ ମସିହାରେ ବକେୟା ଅର୍ଥ ୫୨ ଲକ୍ଷ ଟଙ୍କା ହୋଇଯାଇଥିଲା । ଏନେଇ ୨୦୦୯ ମସିହାରେ ମାନ୍ୟବର ସିନିୟର ସିଭିଲ ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । ୨୦୦୯ରେ ସୁଧ ମୂଳ ମିଶି ୧କୋଟି ୩୬ କୋଟି ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଟଙ୍କା ପଇଠ ନହେବାରୁ ୬ ପ୍ରତିଶତ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବକେୟା ଟଙ୍କା ମିଳିନଥିଲା । ଏହି ବକେୟା ଟଙ୍କା ବଢି ବଢି ଅଗଷ୍ଟ ୨୦୨୪ ଯାଏ ୧କୋଟି ୮୮ ଲକ୍ଷ ହୋଇଯାଇଛି । ବାରମ୍ବାର ନୋଟିସ୍ ସତ୍ତ୍ବେ ବକେୟା ଟଙ୍କା ନଦେବାରୁ ୩ଟି ଅଫିସର ଆସବାବପତ୍ର ଜବତ ସହ ସଂପତ୍ତି ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।