ଭୁବନେଶ୍ୱର : ଫ୍ଲାୱାର ସମଝେ କ୍ୟା । ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ । ଦୁଇ ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର ପରେ ପୋଲିସ କମିଶନରଙ୍କ ଚେତାବନୀ । ଏନାକାଉଣ୍ଟର ମାଧ୍ୟମରେ ଲୁଟେରାଙ୍କୁ କଡା ଜବାବ। ଏବେ ନସୁଧୁରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର । ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରେ ଡବଲ ଏନକାଉଣ୍ଟର । ୨ ବିହାରୀ ଲୁଟେରାଙ୍କୁ ଗୁଳି କରିଛି ପୋଲିସ । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ SCBରେ ଭର୍ତ୍ତି କରାଯାଇଛି ।
ଆହତ ଅପରାଧୀ ହେଲେ ସୋନୁ ଯାଦବ ଓ ମନୀଷ ଯାଦବ । ସେମାନଙ୍କ ଘର ବିହାର କଟିହାର ଅଞ୍ଚଳର । ସେମାନଙ୍କ ନିକଟରୁ ୨ଟି ମାଉଜର୍ ଓ କିଛି ଗୁଳି ଜବତ କରିଛି ପୋଲିସ । ଉଭୟ ଏକାଧିକ ଛିନତାଇ ମାମଲାରେ ସମ୍ପୃକ୍ତ ଥିଲେ । ଗତ ୨୦ତାରିଖ ଦିନ ରାଜଧାନୀରେ ୬ଟି ଚେନ୍ ଛିନତାଇ କରିଥିଲେ । ସେମାନଙ୍କୁ ଧରିବାକୁ ବିଭିନ୍ନ ଯୋଜନା କରିଥିଲା ପୋଲି ସ। ଗତକାଲି ବଡ଼ଗଡ଼ ଅଞ୍ଚଳରେ ଏନକାଉଣ୍ଟର କରାଯାଇଛି । ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।