ନୂଆଦିଲ୍ଲୀ: ସଂସଦ ଉଭୟ ଗୃହରେ ଶେଷ ହେଲା ବଜେଟ୍ ଅଧିବେଶନ । ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା । ୩୧ ଜାନୁୟାରୀରେ ଆରମ୍ଭ ହୋଇଥିଲା ସଂସଦର ବଜେଟ ଅଧିବେଶନ । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ।
ତେବେ ବଜେଟ ଅଧିବେଶନ ଚର୍ଚ୍ଚାରେ ସଦସ୍ୟମାନେ ଭାଗ ନେଇ ଆଲୋଚନା କରିଥିଲେ । ଏଥିରେ ୧୦ଟି ସରକାରୀ ବିଲ୍ ଆଗତ ହୋଇଥିବା ବେଳେ ୱାକଫ୍ ବିଲ ସହ ୧୬ଟି ବିଲ ପାରିତ ହୋଇଛି । ଏହି ଅବସରରେ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଟାରିଫ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପାର୍ଲାମେଣ୍ଟର ମକର ଦ୍ବାରା ସାମ୍ନାରେ ବିରୋଧ କରାଯାଉଛି ।