Wer

କାରାଗାରରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଲେ ୨୨ ନକ୍ସଲ

State

ରାୟପୁର: ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ । ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଗତ ତିନି ବର୍ଷ ଧରି ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।

କଏଦୀମାନେ ଭଲ ଭାବରେ ବୁଝି ସାରିଛନ୍ତି ଯେ, ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ପ୍ରମୁଖ ମାଧ୍ୟମ ହେଉଛି ଶିକ୍ଷା । ତେଣୁ ସେମାନେ ପାଠ ପଢି ପରୀକ୍ଷା ଦେଉଛନ୍ତି । ସେମାନଙ୍କୁ ମାଗଣାରେ ପୁସ୍ତକ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭଲ ନମ୍ବର ରଖି ପାସ୍ କରୁଛନ୍ତି ।

ପ୍ରତି ବର୍ଷ ଏହି ଉଦ୍ୟମ ଜିଲ୍ଲା ପ୍ରଶାସନ ଏବଂ ଜେଲ ପରିଚାଳନାର ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି । ବିଶେଷକରି ନକ୍ସଲ କଏଦୀମାନେ ଜଙ୍ଗଲରେ ଜୀବନ ବିତାଇଥାନ୍ତି ଏବଂ ଶିକ୍ଷା ସହିତ ସେମାନଙ୍କର ବହୁତ କମ୍ ସମ୍ପର୍କ ଥାଏ l ତେଣୁ ଜେଲକୁ ଆସିବା ପରେ ସେମାନଙ୍କୁ ଅତି କମରେ ସାକ୍ଷର କରିବା ପାଇଁ ପ୍ରୟାସ କରାଯାଉଛି ।