Onn 3

ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୩ ତାରିଖ” ଆମ ପୋଷାକ ଆମ ପରିଚୟ ” ଦିବସ

State
ବାରିପଦା – ଓଡିଶାର ସାଂସ୍କୃତିକ ଐତିହ୍ୟ କୁ ପ୍ରଚାର ପ୍ରସାର କରିବା ପାଇଁ ୧ ଏପ୍ରିଲ ୨୦୨୫ ରୁ ୧୪ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ଭାବେ ପାଳନ କରାଯାଉଛି। ଏହି ଅବସରରେ ଏପ୍ରିଲ ୩ତାରିଖ  “ଆମ ପୋଷାକ ଆମ ପରିଚୟ ” ଦିବସ ଭାବେ ପାଳନ ହେବ।  ଓଡିଶାର ହସ୍ତତନ୍ତ ପୋଷାକ କେବଳ ଶିଳ୍ପ ନୁହେଁ, ବରଂ ଏହା ଓଡିଶାର ଐତିହ୍ୟ ଏବଂ ସାଂସ୍କୃତିକ ବିବିଧତାର ପ୍ରତୀକ ଯାହାକି ଅନନ୍ୟ ବୈଶିଷ୍ଟ୍ୟ ଏବଂ ଜଟିଳ ବୁଣା କାର୍ଯ୍ୟର ପରିଚୟ ଦେଇଥାଏ। ଏହି ଅବସରରେ ହସ୍ତତନ୍ତ ବୟନ ଓ ହସ୍ତ ଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ବୟନିକା, ଉତ୍କଳିକା, ଅମ୍ଲାନ ଓ ସମ୍ବଲପୁରୀ ବାସ୍ତ୍ରାଳୟର ଶାଖାରେ ହସ୍ତତନ୍ତ ବସ୍ତ୍ର କ୍ରୟ ଉପରେ ଶତକଡା ୨୦+୧୦ ଭାଗ ରିହାତି ୧ ଏପ୍ରିଲ, ୨୦୨୫ ରୁ ୧୪ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି। ତେଣୁ ଜନସାଧାରଣ ଏହାର ସୁଯୋଗ ନେବା ସହିତ ହସ୍ତତନ୍ତ ବସ୍ତ୍ର ପରିଧାନ କରି ଆମର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ପ୍ରସାର କରିବା ପାଇଁ ଉତ୍ସାହିତ କରାଯାଉଛି।