ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ତାରିଣୀ ଛକ ଠାରେ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ୧୦୮ଟି କଳସ ପ୍ରଧାନ ପୁଷ୍କରିଣୀରୁ ଉତ୍ତୋଳନ କରି ମହିଳା ଓ ପୁରୁଷ ଗ୍ରାମ ବଜାର ପରିକ୍ରମା କରି ଯଜ୍ଞ ସ୍ଥଳକୁ ଆଣିଥିଲେ । ମଦନ ମହାନ୍ତି ଓ ଲୋପାମୁଦ୍ରା ମହାନ୍ତି ମୁଖ୍ୟକର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ପୂଜକ ଜଗନ୍ନାଥ ପାଣିଗ୍ରାହୀ, ସତ୍ୟବ୍ରତ ପଣ୍ଡା,ଯତୀନ୍ଦ୍ର ପଣ୍ଡା, ସୁଧାକର ପଣ୍ଡା, ରାମଚନ୍ଦ୍ର ବାରିକ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ୨ୟ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମା’ ତାରିଣୀ ପୂଜା କମିଟିର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସମେତ ସମସ୍ତ ଅଂଚଳବାସୀ ସହଯୋଗ କରିଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।
