ଆଗରପଡ଼ା :ଆଗରପଡ଼ା ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଶତପଥୀ, ପୂର୍ବତନ ସଭାପତି ଫକୀର ଚରଣ ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ମହାନ୍ତି,ସୀତାରାମ ଉଦଗାତା,ଶଙ୍କର୍ଷଣ ନାୟକ, ପ୍ରଫୁଲ୍ଲ ସାମଲ, ଗୋପବଂଧୁ ପାଣିଗ୍ରାହୀ, ପ୍ରମୋଦ ସିଂହ, ପ୍ରହ୍ଲାଦ ଦାସ,ଉର୍ମିଳା ଜେନା, ଏମଡି ଇସ୍ଲାମ, ଗୋଲକ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ କବିତା ଆବୃତ୍ତି କାର୍ଯ୍ୟକ୍ରମ ହୋଇଥିଲା ।

